ହନୁମାନଙ୍କ କେବଳ ଗୋଟିଏ ଭୁଲ୍ ! ପ୍ରଭୁ ଶ୍ରୀରାମଙ୍କ ପାଇଁ ହୋଇଥିଲା ମୃତ୍ୟୁର କାରଣ

187

ପ୍ରକୃତି ନିୟମ ଅନୁସାରେ ଏହି ଧରା ପୃଷ୍ଠରେ ଯିଏ ବି ଜନ୍ମ ନିଏ ତାର ମୃତ୍ୟୁ ସୁନିଶ୍ଚିତ ଅଟେ । ତେଣିକି ସେ ଦେବତା ହୁଅନ୍ତୁ କି ଦାନବ । ସମସ୍ତଙ୍କୁ ନିଜ ସମୟ କାଳ ଶେଷ କରି ଏହି ଧରା ପୃଷ୍ଠକୁ ଛାଡିବାକୁ ପଡେ । ଭଗବାନ ରୂପି ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କୁ ମଧ୍ୟ ଦିନେ ଏହି ସୁନ୍ଦର ପୃଥିବୀକୁ ଛାଡି ଯିବାପାଇଁ ପଡିଥିଲା । ଶାସ୍ତ୍ର ଅନୁସାରେ, ଶ୍ରୀରାମଙ୍କ ଭକ୍ତ ତଥା ଶ୍ରୀ ହନୁମାନଙ୍କ ଗୋଟିଏ ଭୁଲ ପାଇଁ ପ୍ରଭୁ ରାମଙ୍କ ମୃତ୍ୟୁ ହୋଇଥିଲା । ତେବେ ସେ ଭୁଲଟି କାହିଁକି ଏବଂ କଣ ଥିଲା ଆସନ୍ତୁ ଜାଣିବା ।

କାଳ ତଥା ଯମରାଜା ସ୍ୱୟଂ ଶ୍ରୀରାମଙ୍କୁ ଭେଟିବାକୁ ଚାହୁଁଥିଲେ ମାତ୍ର ସେ ଅଯୋଧ୍ୟା ଆସିବାକୁ ଭୟ କରୁଥିଲେ । ଯାହାର ମୁଖ୍ୟ କାରଣ ଥିଲା ପ୍ରଭୁ ଶ୍ରୀ ହନୁମାନଙ୍କୁ ତାକୁ ଖୋଜି ଆଣିବାକୁ କହିଲେ । ପ୍ରଭୁଙ୍କ ଆଜ୍ଞା ପାଇ ହନୁମାନ ସେହି ଗାତ ମଧ୍ୟରେ ପ୍ରବେଶ କରିଥିଲେ । ଆପଣ ଜାଣିଲେ ଚକିତ ହେବେ କି ସେହି ଗାତଟି ଏକ ସାଧାରଣ ଗାତ ନଥିଲା ତାହା ପାତାଳଲୋକ ଯିବାକୁ ମାର୍ଗ ଥିଲା । ଏହାପରେ ତାଙ୍କର ସାକ୍ଷାତ୍ ରାଜା ବାସୁକୀନାଗଙ୍କ ସହ ହୋଇଥିଲା । ହନୁମାନ ତାଙ୍କୁ ସମସ୍ତ ବୃତାନ୍ତ ସଂପର୍କରେ ଅବଗତ କରାଇବା ପରେ ସେ ତାଙ୍କୁ ସେହି ସ୍ଥାନଟିକୁ ନେଇଯାଇଥିଲେ ଯେଉଁଠି ଭଗବାନ ଶ୍ରୀରାମଙ୍କ ମୁଦି ପଡିଥିଲା ।

ମାତ୍ର ହନୁମାନ ସେଠାରେ ପହଂଚି ପୁରା ଆଶ୍ଚର୍ଯ୍ୟ ହୋଇପଡିଥିଲେ କାରଣ ଶ୍ରୀରାମଙ୍କ ମୁଦି ତ ତାଙ୍କୁ ମିଳିଥିଲା ମାତ୍ର ଗୋଟିଏ ନୁହେଁ ବରଂ ଶହସ୍ର ସଂଖ୍ୟକ । ଆର୍ଥାତ୍ ସେହିସ୍ଥାନରେ ମୁଦିର ଏକ ବିଶାଳକାୟ ଗଦା ଥିଲା ଆଉ ସେଗୁଡିକ ଦେଖିବାକୁ ପ୍ରାୟତଃ ଏକାଭଳି । ଯେତେବେଳେ ହନୁମାନ ଏହା ସଂପର୍କରେ ରାଜା ବାସୁକୀଙ୍କୁ ପ୍ରଶ୍ନ କରିଥିଲେ ସେ କହିଥିଲେ କି, ଏ ସମସ୍ତ ମୁଦି ଭଗବାନ ଶ୍ରୀରାମଙ୍କର । ସେ ଅନେକ ବାର କୌଣସି ନା କୌଣସି ଉର୍ଦ୍ଦେଶରେ ଏହି ପୃଥିବୀପୃଷ୍ଠରେ ଜନ୍ମ ନିଅନ୍ତି ଏବଂ ଏଭଳି ଭାବରେ ତାଙ୍କ ଯିବା ଆସିବା ଲାଗି ରହିଥାଏ ।

ବାସୁକୀଙ୍କ କଥା ଶୁଣି ହନୁମାନ ବୁଝିପାରିଥିଲେ କି ଏହି ଘଟଣା ଏକ ସାମାନ୍ୟ ଘଟଣା ନୁହେଁ । ଏହା ପଛରେ ନିଶ୍ଚୟ କୌଣସି ଉର୍ଦ୍ଦେଶ୍ୟ ରହିଛି । ସେପଟେ ହନୁମାନଙ୍କ ଅନୁପସ୍ଥିତର ସୁଯୋଗ ନେଇ ରାଜା ଯମ ପ୍ରଭୁ ଶ୍ରୀରାମଙ୍କୁ ଭେଟି ଧରାପୃଷ୍ଠରୁ ବିଦାୟ ନେବା ପାଇଁ ପ୍ରସ୍ଥାବ ଦେଇଥିଲେ ।