ମାତ୍ର ୫୦୦ଟଙ୍କାରେ ବିକ୍ରି ହେଉଛି ଭାରତୀୟଙ୍କ ବ୍ୟାଙ୍କ ଆକାଉଂଟ୍ ତଥ୍ୟ

Advertisment
ମାତ୍ର ୫୦୦ଟଙ୍କାରେ ବିକ୍ରି ହେଉଛି ଭାରତୀୟଙ୍କ ବ୍ୟାଙ୍କ ଆକାଉଂଟ୍ ତଥ୍ୟ

Source: amarujala.com

ମଧ୍ୟ ପ୍ରଦେଶ ପୁଲିସ ଏକ ଏଭଳି ଅନଲାଇନ ହ୍ୟାକର୍ସ ଗ୍ରୁପ୍ ସଂପର୍କରେ ସନ୍ଧ୍ୟାନ ପାଇଛି ଯେଉଁମାନେ କି ମାତ୍ର ୫୦୦ ଟଙ୍କାରେ ଭାରତୀୟ ନାଗରିକମାନଙ୍କର ବ୍ୟାଙ୍କ ଆକାଉଂଟର ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ବିକ୍ରି କରୁଛନ୍ତି ଆଉ ସେ ପୁଣି ଭାରତର ବଡ ଶତ୍ରୁ ତଥା ପାକିସ୍ତାନକୁ । ପାକିସ୍ତାନୀ ହ୍ୟାକର୍ସ ଇଙ୍ଗିତରେ ଚାଲିଛି ଏଭଳି କଳାକାରନାମା ।

publive-imageମଧ୍ୟପ୍ରଦେଶ ପୁଲିସ ସୂଚନା ମୁତାବକ, ଏହି ହ୍ୟାକର୍ସ ଉଭୟ ଡେଭିଟ୍ ଏବଂ କ୍ରେଡିଟ୍ କାର୍ଡର ସିସିବି ନମ୍ବର, ଫୋନ ନମ୍ବର ଏବଂ ଇ-ମେଲ ଆଇଡି, ବିଟକ୍ୱୱାଇସିଂର ବଦଳରେ ବିକ୍ରି କରୁଛନ୍ତି । ମିଳିଥିବା ସୂଚନା ଯାହା ଜଣାପଡିଛି, ଏହା ଏକ ଆନ୍ତର୍ଜାତୀୟ ଗ୍ୟାଙ୍ଗ ଅଟନ୍ତି । ଯେଉଁମାନେ କି ପାକିସ୍ତାନରେ ବସି ନିଜର ଏଭଳି ଉଦ୍ଦେଶ୍ୟକୁ ଯର୍ଥାତ୍ ଦେବାରେ ସଫଳ ହୋଇଛନ୍ତି । ପୁଲିସ ଏହି ଗ୍ୟାଙ୍ଗ ସହ ଜଡିତ ଥିବା ଦୁଇ ଜଣ ଅଭିଯୁକ୍ତକୁ ମୁମ୍ବାଇରୁ ଗିରଫ କରିଛି ।

publive-imageଏହି ଗ୍ୟାଙ୍ଗ ସେହି ୱେବସାଇଟରେ ଡିଟେଲ୍ସର ବ୍ୟବହାର କରୁଥିଲେ ଯେଉଁଥିରେ କି ଟଙ୍କା କାରବାର ପାଇଁ ଓଟିପିର ଆବଶ୍ୟକତା ପଡି ନଥାଏ । ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ଖବର ମୁତାବକ, ସଂପୂର୍ଣ୍ଣ ପ୍ରସ୍ତୁତି ଏବଂ ଗୋପନୀୟତାର ସହିତ ପୁଲିସ ଏହି ମାମଲାର ତଦନ୍ତ କରିଥିଲା । ଯାହାଦ୍ୱାରା ଦୁଇ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ପୁଲିସ । ଅଭିଯୁକ୍ତକୁ ଧରିବା ପାଇଁ ଜଣେ ପୁଲିସ ଅଧିକାରୀ ଗ୍ରାହକ ସାଜି ଇନ୍ଦୋରର ଏକ ମହିଳାଙ୍କର ଡେଭିଟ୍ କାର୍ଡର ଡିଟେଲ୍ସ କିଣିଥିଲେ ଏବଂ ବଦଳରେ ତାଙ୍କୁ ବିଟକ୍ୱାଇନ୍ସରେ ପେମେଂଟ କରିଥିଲେ ।

ଘଟଣାଟି ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ମଧ୍ୟପ୍ରଦେଶର ଜୟକିଶାନ ଗୁପ୍ତା ନାମକ ଜଣେ ବ୍ୟକ୍ତି ଥାନାରେ ଅଭିଯୋଗ କରିଥିଲେ । ଜୟକିଶାନଙ୍କ କହିବା କଥା ହେଲା କି, ତାଙ୍କ ଆକାଉଂଟର ଡିଟେଲକୁ ହ୍ୟାକ୍ କରାଯାଇ ତାଙ୍କ ଖାତାରୁ ପାଖାପାଖି ୭୦ ହଜାର ଟଙ୍କା ଟ୍ରାନ୍ସଫର କରିଦିଆଯାଇଛି । ମଧ୍ୟପ୍ରଦେଶ ପୁଲିସର ସାଇବର ସେଲର ଏସପି ଜିତେନ୍ଦ୍ର ସିଂହଙ୍କ ସୂଚନା ମୁତାବକ, ମୁମ୍ବାଇର ରାଜକୁମାର ପଲାଇ ନାମକ ଜଣେ ବ୍ୟକ୍ତି ଗୁପ୍ତାଙ୍କ କାର୍ଡର ପ୍ରୟୋଗ ଏୟାର ଟିକେଟ୍ କିଣିବା ପାଇଁ ବ୍ୟବହାର କରିଥିଲେ । ତେବେ ପଲାଇ ଜଣେ ଆଇଟି ଏକ୍ସପର୍ଟ ଅଟନ୍ତି ।

ସୌଜନ୍ୟ: ଅମର ଉଜାଲା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe