ସଫଳତାର କୌଣସି ବୟସ ନଥାଏ..ସ୍ୱାମୀଙ୍କ ମୃତ୍ୟୁ ପରେ ବି ଭାଙ୍ଗି ପଡିନଥିଲେ ଶାନ୍ତିଲକ୍ଷ୍ମୀ, ଝିଅ ସହ ମିଶି ପରୀକ୍ଷା ଦେଲେ, ଦୁହିଁଙ୍କୁ ମିଳିଲା ସରକାରୀ ଚାକିରି

266

କଥାରେ ଅଛି ସଫଳତା ପାଇବାର କୌଣସି ଆକ୍ଷରିକ ସମୟ ନଥାଏ । ଆଉ ଏହି କଥାକୁ ସତ ପ୍ରମାଣିତ କରିଦେଖାଇଛନ୍ତି ତାମିଲନାଡୁରେ ରହୁଥିବା ୪୭ ବର୍ଷୀୟର ଜଣେ ମହିଳା ।  ସ୍ୱାମୀଙ୍କର ମୃତ୍ୟୁ ପରେ କେବଳ ପିଲାମାନଙ୍କର ଭଲ ଭବିଷ୍ୟତ ଗଢିବାକୁ ନୁହେଁ ବରଂ  ଏହି ବୟସରେ ସେ ସରକାରୀ ଚାକିର ମଧ୍ୟ ହାସଲ କରିଛନ୍ତି । ଏନ.ଶାନ୍ତିଲକ୍ଷ୍ମୀ ନିଜର ୨୮ ବର୍ଷୀୟ ଝିଅ ସହିତ ପରୀକ୍ଷା ଦେଇ ତାମିଲନାଡୁ ସରକାରରେ ଭଲ ଚାକିରି ଖଣ୍ଡିଏ ପାଇବାରେ ସଫଳ ହୋଇଛନ୍ତି ।

ତିନି ଝିଅଙ୍କର ମାଆ ବନିଥିବା ଶାନ୍ତିଲକ୍ଷ୍ମୀ ସ୍ୱାମୀଙ୍କର ମୃତ୍ୟୁ ପରେ ପରିବାରର ଭରଣପୋଷଣ ପାଇଁ ଚାକିରି ଖୋଜିବା ଆରମ୍ଭ କରିଥିଲେ । ସେ କଳାରେ ସ୍ନାତକ ତଥା ବିଏଡ କରିଛନ୍ତି । ଶାନ୍ତିଲକ୍ଷ୍ମୀ କୁହନ୍ତି  କି, ସେ ଜଣେ ଗୃହିଣୀ ଅଟନ୍ତି  କିନ୍ତୁ ତାଙ୍କର ସ୍ୱାମୀଙ୍କର ମୃତ୍ୟୁ ପରେ ସେ ଚାକିରି କରିବାକୁ ନିଷ୍ପତି ନେଇଥିଲେ । ତେବେ ଶାନ୍ତିଲକ୍ଷ୍ମୀ କେବେ ହାର ମାନି ନଥିଲେ ଆଉ ନିଜ ଝିଅ ସହିତ କୋଚିଂ ଆରମ୍ଭ କରିଥିଲେ ।

କୋଚିଂ କର୍ତ୍ତୃପକ୍ଷ କୁହନ୍ତି କି, ଶାନ୍ତିଲକ୍ଷ୍ମୀ ତାଙ୍କ ଝିଅର ଆଡମିସନ ପାଇଁ ତାଙ୍କ କୋଚିଂ ସେଂଟର ଆସିଥିଲେ । କିନ୍ତୁ ଯେତେବେଳେ ଆମେ ତାଙ୍କୁ କହିଥିଲୁ କି ସେ ବି ପରୀକ୍ଷାରେ ସାମିଲ ହୋଇପାରିବେ । ସେତେବେଳେ ସେ ମଧ୍ୟ କୋଚିଂ ଆସିବାକୁ ନିଷ୍ପତି ନେଇଥିଲେ । ଆଉ କୋଚିଂ ନେବା ଆରମ୍ଭ କରିଥିଲେ । ବଡ କଥା ହେଲା ଶ୍ରେଣୀ ଗୃହରେ ଯେଉଁଠି ଅନ୍ୟ ପିଲାମାନଙ୍କ ବୟସ ତାଙ୍କ ଝିଅ ବୟସର ଥିଲା , ସେଇଠି ଶାନ୍ତିଲକ୍ଷ୍ମୀ ପ୍ରଶ୍ନ ପଚାରିବାରେ କୌଣସି କୁଣ୍ଠା ବୋଧ କରୁନଥିଲେ ।  ଯେତେବେଳେ ସେ କୋଚିଂ ଆସିପାରୁନଥିଲେ ସେତେବେଳେ ତାଙ୍କ ଝିଅ ତାଙ୍କୁ ଘରେ ହିଁ ପଢାଇଦେଉଥିଲେ । ଶାନ୍ତିଲକ୍ଷ୍ମୀଙ୍କୁ  ସ୍ୱାସ୍ଥ୍ୟ ବିଭାଗରେ ନିଯୁକ୍ତି ମିଳିଛି ।  ଏଠାରେ ଆମ କହି ରଖୁଛୁ କି, ଚାକିରି ମିଳିବା ପରେ କାଳରେ ସ୍ନାତକ  କରିଥିବା ତାଙ୍କ ଝିଅଙ୍କର ହିନ୍ଦୁ ଧାର୍ମିକ ଏବଂ ଧର୍ମାର୍ଥ ବନ୍ଦୋବସ୍ତ ବିଭାଗରେ ନିଯୁକ୍ତି ମିଳିଛି ।