ମାଆ ସାଜିଲା ହତ୍ୟାକାରୀ ! ଦାନ୍ତ ଘସିବାକୁ ମନା କରିବାରୁ ୪ ବର୍ଷର ଶିଶୁ କନ୍ୟାକୁ ପିଟି ପିଟି ହତ୍ୟା କଲା ମାଆ

36

ଏଭଳି ଅଭାବନୀୟ ଘଟଣା ଶୁଣିବାକୁ ମିଳିଛି ଆମେରିକାରେ । ଯେଉଁଠି ଜଣେ ମାଆ ନିଜର ମାତ୍ର ୪ ବର୍ଷ ବୟସର ଶିଶୁ କନ୍ୟାର ଏକ ସାମାନ୍ୟ ଜିଦ୍ଦି ପାଇଁ ତାର ହତ୍ୟା କରିଛି । ଦାନ୍ତ ଘସିବାକୁ ଶିଶୁଟି ଅରାଜି ହେବା କାରଣରୁ ତାର ମାଆ ତାକୁ ହତ୍ୟା କରିଛି ।

ସୂଚନା ମୁତାବକ, ଆଇରିୟ ହର୍ନିଡିଜ ରିବାସ ନାମକ ଜଣେ ମହିଳା ପୋଲିସକୁ ଫୋନ କରି କହିଲେ କି ତାଙ୍କ ଝିଅ ଗାଧେଇବାକୁ ବାଥରୁମ ଯାଇଥିଲା । ପାଖାପାଖି ୩୦ ମିନିଟ ପରେ ସେ ଯାଇ ବାଥରୁମରେ ଦେଖନ୍ତି ତ ତାଙ୍କ ଝିଅ ବାର୍ଥଟପ ମଧ୍ୟରେ ମୁହଁ ମାଡି ପଡିଥିବାର । ଯେତେବେଳେ ସେ ତାକୁ ଡାକ୍ତରଖାନା ନେଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ଆଇରିୟଙ୍କ କଥାବାର୍ତ୍ତାରେ କିଛି ତାଳମେଳ ରହୁ ନଥିବାରୁ ପୋଲିସ ମନରେ ସନ୍ଦେହ ଜାତ ହୋଇଥିଲା । କାରଣ ଆଇରିୟ ଏହି ସୂଚନାଟି ଘଟଣା ଘଟିବାର ପାଖାପଖି ଏକ ଘଂଟା ପରେ ଜଣାଇଥିଲେ । ଯେତେବେଳେ ପୋଲିସ ଆଇରିୟଙ୍କୁ ଜେରା କରିଥିଲେ ସେତେବେଳେ ସେ ସମସ୍ତ କଥା ମାନିଯାଇଥିଲେ । କହିଥିଲେ କି , ପିଲାଟି ଦାନ୍ତ ଘସିବାକୁ ମନେ କରିବାରୁ ସେ ରାଗି ଯାଇ ଝିଅକୁ ମାଡ ମାରି ଥିଲେ ଆଉ ଯାହା ଦ୍ୱାରା ତାର ମୃତ୍ୟୁ ହୋଇଯାଇଥିଲା ।