ଦୁଇରୁ ଅଧିକ ଛୁଆ ଥିଲେ ଲଢିପାରିବେନି ପଂଚାୟତ ନିର୍ବାଚନ ! ଉତ୍ତରାଖଣ୍ଡ ସରକାରଙ୍କ ନୂଆ ନିୟମ

41

୨୦୧୯ରେ ହେବାକୁ ଥିବା ନିର୍ବାଚନକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡ ସରକାର ନୂଆ ନିୟମ ପ୍ରଣୟନ କରିବାକୁ ଯାଉଛନ୍ତି । ଯେଉଁଥିରେ ୨ରୁ ଅଧିକ ସନ୍ତାନ ଥିବା ବ୍ୟକ୍ତି ବିଶେଷ ପଂଚାୟତ ନିର୍ବାଚନ ଲଢିପାରିବେ ନାହିଁ । ମିଳିଥିବା ସୂଚନା ମୁତାବକ, ଉତ୍ତରାଖଣ୍ଡ ସରକାର ପଂଚାୟତ ନିର୍ବାଚନରେ ଲଢିବାକୁ ଇଚ୍ଛା ରଖିଥିବା ପ୍ରା୍ଥିଙ୍କ ପାଇଁ ଏଭଳି ନିୟମ ଲାଗୁ କରିବାକୁ ଯାଉଛନ୍ତି । ଏହାଛଡା ହରିୟାଣା ଏବଂ ରାଜସ୍ଥାନରେ ପଂଚାୟତ ପ୍ରତିନିଧୀମାନଙ୍କ ପାଇଁ ସର୍ବନିିମ୍ନ ଶିକ୍ଷାଗତ ଯୋଗ୍ୟତା ମଧ୍ୟ ନିର୍ଧାରଣ କରାଯାଇଛି । ପଂଚାୟତୀ ରାଜ ମନ୍ତ୍ରୀ ଅରବିନ୍ଦ ପାଣ୍ଡ୍ୟା ଏ ସଂପର୍କରେ ବିଭାଗୀୟ ଅଧିକାରୀମାନଙ୍କୁ ପ୍ରସ୍ତାବ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ୨୦୧୬ରେ ପ୍ରସ୍ତୁତ ହୋଇଥିବା ଆକ୍ଟର କିଛି ନିୟମାବଳୀଗୁଡିକରେ ସରକାର ସଂଶୋଧନ ଆଣିବାକୁ ମନ ବଳାଇଛନ୍ତି । ଏହି କ୍ରମରେ ଗତାକଲି ସଚିବାଳୟରେ ବସିଥିବା ବିଭାଗୀୟ ସମୀକ୍ଷା ବୈଠକରେ ପଂଚାୟତୀରାଜ ମନ୍ତ୍ରୀ ଅଧିକାରୀଙ୍କ ସହ ଏନେଇ ବିଚାରବିମର୍ସ କରିଥିଲେ । ବୈଠରେ ଶେଷରେ ଗଣମାଧ୍ୟମକୁ ଖବର ଦେଇ ମନ୍ତ୍ରୀ କହିଛନ୍ତି କି, ୨ରୁ ଅଧିକ ସନ୍ତାନ ଥିବା ବ୍ୟକ୍ତି ପଂଚାୟତ ନିର୍ବାଚନ ଲଢିପାରିବେ ନାହିଁ । ଏଥିପାଇଁ ଅଧିକାରୀମାନଙ୍କ ସହ ଆଲୋଚନା ସମେତ ଅନ୍ୟ ଦିଗ ଉପରେ ମାନସ ମନ୍ଥନ ପରେ ପ୍ରସ୍ତାବ ପ୍ରସ୍ତୁତ କରିବାକୁ କୁହାଯାଇଛି ।

ମନ୍ତ୍ରୀ କହିଛନ୍ତି କି, ଅଧିକାରୀମାନଙ୍କୁ ହରିୟାଣା ଏବଂ ରାଜସ୍ଥାନର ପଂଚାୟତି ରାଜ ଆକ୍ଟକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସବୁ ରାଜ୍ୟରେ ପଂଚାୟତ ପ୍ରତିନିଧୀମାନଙ୍କ ପାଇଁ ଶିକ୍ଷାଗତ ଯୋଗ୍ୟତା ମଧ୍ୟ ନିର୍ଧାରଣ କରାଯାଇଛି । ଏହା ଅନୁସାରେ, ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ ଦଶମ ଏବଂ ଆରକ୍ଷିତ ଶ୍ରେଣୀରେ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଅଷ୍ଟମ ପାସ୍ ରଖାଯାଇଛି । ସେ ଆହୁରୀ ମଧ୍ୟ କହିଛନ୍ତି କି, ରାଜ୍ୟରେ ମଧ୍ୟ ଏଭଳି ପ୍ରକାରର ପଂଚାୟତ ପ୍ରତିନିଧୀମାନଙ୍କ ପାଇଁ ଶିକ୍ଷାଗତ ଯୋଗ୍ୟତାର ମାନକ ରଖାଯିବ । ଏଥିପାଇଁ ମଧ୍ୟ ନିୟମାବଳୀ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେ କହିଛନ୍ତି କି, ଯେଉଁମାନଙ୍କ ଘରେ ଶୌଚାଳୟ ନାହିଁ , ସେମାନେ ବି ପଂଚାୟତ ନିର୍ବାଚନ ଲଢିପାରିବେ ନାହିଁ । ତେବେ ଉତ୍ତରାଖଣ୍ଡ ସରକାର ରାଜ୍ୟରେ ପଂଚାୟତୀ ରାଜ ଆକ୍ଟକୁ କଡାକଡି କରିବାକୁ ସୂଚନା ଦେଇଛନ୍ତି ।