ମାଙ୍କଡକୁ ନେଇ ଆପଣ ଅନେକ ଖବର ଦେଖିଥିବେ ଏବଂ ପଢିଥିବେ ନିଶ୍ଚୟ । ଏପରି କି ମାଙ୍କଡକୁ ନେଇ ଅନେକ ସିନେମା ମଧ୍ୟ ନିର୍ମାଣ ହୋଇଛି । ଯେଉଁଥିରେ ମାଙ୍କଡମାନେ ମଣିଷର ଏକ ଭଲ ତଥା ବିଶ୍ୱସ୍ତ ବନ୍ଧୁ ଭଳି ଅନକେ କାମରେ ସହଯୋଗ କରିଛନ୍ତି । ସେହିପରି କେଉଁଠି ମାଙ୍କଡମାନେ ଲୋକଙ୍କୁ ହାତରୁ ଖାଦ୍ୟ ଜିନିଷ ଛଡାଇ ନେଇଗଲେଣି ତ ପୁଣି କେଉଁଠି ଘରେ ପସି ଯାଇ ଜିନିଷ ନଷ୍ଟଭ୍ରଷ୍ଟ କରିଦେଉଥିବା ଖବର ମଧ୍ୟ ସାମ୍ନାକୁ ଆସିଛି । ହେଲେ ଆପଣ କେବେ ଶୁଣିଛନ୍ତି କିମ୍ବା ଦେଖିଛନ୍ତି କି ମାଙ୍କଡ ବି ଡକାୟତି କରିପାରନ୍ତି ଆଉ ସେ ବି ପୁଣି ଖାଦ୍ୟ ନୁହେଁ ବରଂ ଟଙ୍କା । ଆଜ୍ଞା ହଁ ! କଥାଟା ଆପଣଙ୍କୁ ଟିକିଏ ଅଡୁଆ ଲାଗୁଥିଲେ ବି ପୂରା ସତ । ମାଙ୍କଡମାନେ ମିଶି ଏକ ଯୁବକଙ୍କଠାରୁ ଲୁଟି ନେଇଛନ୍ତି ଏକ ଟଙ୍କା ଭରା ବ୍ୟାଗ । ଯେଉଁଥିରେ ରହିଥିଲା ନଗଦ ପାଖାପାଖି ୨ ଲକ୍ଷ ଟଙ୍କା । ତେବେ ମାଙ୍କଡମାନଙ୍କର ପିଛା କରିବା ପରେ ୬୦ ହଜାର ଟଙ୍କା ଫିଙ୍ଗି ଦେଇଥିଲେ ସତ କିନ୍ତୁ ବାକି ୧.୪୦ ଲକ୍ଷ ଟଙ୍କା ନେଇ ହୋଇଯାଇଥିଲେ ଚମ୍ପଟ ଆଉ ଏହାପରେ ଯାହା ଘଟିଥିଲା ତାକୁ ଶୁଣିବା ପରେ ଆପଣଙ୍କ ଗୋଡ ତଳୁ ମାଟି ଖସିଯିବ ।
ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଆଗ୍ରାର ଏକ ଜନ ଗହଳୀପୂର୍ଣ୍ଣ ଅଂଚଳରେ ଏଭଳି ଘଟଣା ଘଟିଛି ଆଉ ବିଜୟ ବନସଲ ନାମକ ଜଣେ ଯୁବକ ଏହାର ଶିକାର ହୋଇଛନ୍ତି । ବିଜୟ ନିଜ ଝିଅ ସହିତ ବ୍ୟାଙ୍କରେ ଟଙ୍କା ଜମା କରିବାକୁ ଯାଉଥିଲେ । ଟଙ୍କା ବ୍ୟାଗଟିକୁ ତାଙ୍କ ଝିଅ ଧରି ଗାଡିରେ ବସି ବ୍ୟାଙ୍କ ଆସିଥିଲେ । ଯେତେବେଳେ ଉଭୟ ବାପ ଝିଅ ଗାଡିରୁ ଓହ୍ଲାଇ ବ୍ୟାଙ୍କ ଭିତରକୁ ପ୍ରବେଶ କରିଥିଲେ, ଠିକ୍ ଏହି ସମୟରେ ସେଠାରେ ଥିବା କିଛି ମାଙ୍କଡ ବିଜୟଙ୍କ ଝିଅ ହାତରୁ ଟଙ୍କା ବ୍ୟାଗଟିକୁ ଝାମ୍ପି ନେଇ ପଳାଇ ଯାଇଥିଲେ । ଏହାପରେ ବିଜୟ ଏବଂ ତାଙ୍କ ଝିଅ ଜୋର ଜୋରରେ ପାଟି କରିବା ଆରମ୍ଭ କରିଦେଇଥିଲେ । ଉଭୟଙ୍କ ପାଟି ଶୁଣି ଲୋକ ରୁଣ୍ଡ ହେବା ସହିତ ବ୍ୟାଙ୍କରେ ନିୟୋଜିତ ସୁରକ୍ଷାକର୍ମୀ ମାଙ୍କଡର ପିଛା କରିଥିଲେ । ଯାହାଦ୍ୱାରା ଏକ ମାଙ୍କଡ ବ୍ୟାଗଟିକୁ ନେଇ ଏକ ତୃତୀୟ ମହଲା ବିଶିଷ୍ଟ ବିଲ୍ଡିଂକୁ ଚଢିଯାଇଥିଲା ।
ମାଙ୍କଡଟି ୧୦୦-୧୦୦ର ପାଂଚ ବିଡା ଟଙ୍କା ବ୍ୟାଗରୁ ବାହାର କରି ତଳକୁ ଫିଙ୍ଗି ଦେଇଥିଲା ଏବଂ ଗୋଟିଏ ବିଡା ନୋଟକୁ ଚିରି ଚୋବାଇବାକୁ ଆରମ୍ଭ କରିଥିଲା । ଯାହାକୁ ଦେଖି ଉପସ୍ଥିତ ଲୋକଙ୍କର ହୋସ୍ ଉଡିଯାଇଥିଲା । ତେବେ ମାଙ୍କଡଠାରୁ ଟଙ୍କା ବ୍ୟାଗଟିକୁ ଉଦ୍ଧାର କରିବାକୁ ଗାର୍ଡମାନେ ଯେତେ ଚେଷ୍ଟା କରିଥିଲେ ମଧ୍ୟ ଅସଫଳ ହୋଇଥିଲେ । ଏଭଳି ପାଖାପାଖି ଏକ ଘଂଟା ଧରି ଚାଲିଥିଲା । ଶେଷରେ ମାଙ୍କଡମାନେ ବ୍ୟାଗଟିକୁ ତଳକୁ ଫିଙ୍ଗି ଦେଇଥିଲେ କିନ୍ତୁ ଆଶ୍ଚର୍ଯ୍ୟ କଥା ହେଲା କି, ତଥାପି ବି ବିଜୟଙ୍କ ହାତରେ ଟଙ୍କା ଲାଗି ନଥିଲା । ବିଜୟଙ୍କ ଅଭିଯୋଗ ରହିଛି କି, ସେଠାରେ ଉପସ୍ଥିତ ଥିବା କୌଣସି ବ୍ୟକ୍ତି ଟଙ୍କା ବ୍ୟାଗଟିକୁ ନେଇ ଫେରାର ହୋଇଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/10-11.jpg)
/kanak/media/post_attachments/wp-content/uploads/2018/05/11-11-300x204.jpg)
/kanak/media/post_attachments/wp-content/uploads/2018/05/12-8-300x203.jpg)