ବ୍ୟାଙ୍କ ଓ ଏଟିଏମରୁ ଏବେ ମିଳିବ ନାହିଁ ଟଙ୍କା ! ବ୍ୟାଙ୍କ କହୁଛି କ୍ୟାସ ନାହିଁ, ଆରବିଆଇ ବି ଦେଉନାହିଁ କରେନ୍ସି

49

ଯଦି ଆପଣ ଟଙ୍କା ଉଠାଇବା ପାଇଁ ଏଟିଏମ କିମ୍ବା ବ୍ୟାଙ୍କ ଯିବାକୁ ବାହାରିଛନ୍ତି ତେବେ ଏହି ଖବରଟିକୁ ଆପଣଙ୍କ କାମରେ ନିଶ୍ଚୟ ଆସିପାରେ । ନଚେତ ଆପଣ ଭବିଷ୍ୟତରେ କୌଣସି ବଡ ଅସୁବିଧାରେ ପଡିପାରନ୍ତି ।

ମିଳିଥିବା ସୂଚନା ଅନୁସାରେ, କିଛି ଦିନ ହେଲା ଅନେକ ଏଟିଏମ ଖାଲି ପଡିଛି । କେଉଁଠି ଟଙ୍କା ନାହିଁ ତ ପୁଣି କେଉଁଠି ସର୍ଭର ଜନିତ ସମସ୍ୟା ଉପୁଜିଛି । ଟଙ୍କା ଉଠାଇବା ପାଇଁ ଲୋକେ ଏଟିଏମରୁ ଏଟିଏମ ଘୂରିବୁଲୁଛନ୍ତି ହେଲେ ଶେଷରେ ନିରାଶ ହେବାକୁ ପଡୁଛି । ବିଭିନ୍ନ ସହରରେ ଏବେ ତିନି ଦନ ହେଲା ଏଟିଏମ ଖାଲି ପଡିଛି । ସକାଳରୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ ଲୋକେ ଟଙ୍କା ଉଠାଇବା ପାଇଁ ବିଭିନ୍ନ ଏଟିଏମର ଚକ୍କର କାଟିଲେ ବି କୌଣସି ଫାଇଦା ମିଳୁନାହିଁ । ଅଧିକାଂଶ ଏଟିଏମରେ ସର୍ଭର ଡାଉନ ହେବା କାରଣରୁ ଟଙ୍କା ଉଠିପାରୁ ନଥିବା ବେଳେ କିଛି ଏଟିଏମରେ ଟଙ୍କା ନଥିବା ସୂଚନା ମିଳିଛି ।

ତେବେ ଏଭଳି ପରିସ୍ଥିତିରେ ବ୍ୟାଙ୍କ ପକ୍ଷରୁ ସୂଚନା ମିଳିଛି କି, ନା ତ କ୍ୟାସ ବ୍ୟାଙ୍କରେ ଅଛି ନା ହିଁ ଆରବିଆଇ କରେନ୍ସି ଚେଷ୍ଟରୁ କ୍ୟାସ ଆସୁଛି । ଯେଉଁଥି ପାଇଁ ଏଟିଏମରୁ ଟଙ୍କା ଉପଲବ୍ଧ ହୋଇପାରୁ ନାହିଁ । ପିଏନବି, ଏସବିଆଇ ସମେତ ସମସ୍ତ ଘରୋଇ ଓ ସରକାରୀ ବ୍ୟାଙ୍କର ଏଟିଏମ ମଧ୍ୟ ଏବେ ଖାଲି ପଡିଛି । କରେନ୍ସି ନଆସିବା କାରଣରୁ ଏହି ସମସ୍ୟା ଉପୁଜିଛି । ଆଉ ଯେପର୍ଯ୍ୟନ୍ତ ଏହି ସମସ୍ୟାର ସମାଧାନ ନ ହୋଇପାରିଛି ସେ ପର୍ଯ୍ୟନ୍ତ ଏଭଳି ସମସ୍ୟା ଜାରି ରହିବ ବୋଲି ବ୍ୟାଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ସେହିପରି ଏସବିଆଇର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ଆରବିଆଇ ତରଫରୁ ଟଙ୍କା ଆସୁନାହିଁ । ଏଥିପାଇଁ ଏଭଳି ସମସ୍ୟା ଉପୁଜିଛି । ଅନ୍ୟପଟେ, ଏଟିଏମରୁ କ୍ୟାସ ନମିଳିବାରୁ ଲୋକେ ବ୍ୟାଙ୍କକୁ ଦୌଡୁଛନ୍ତି ମାତ୍ର ବ୍ୟାଙ୍କରେ ବି ସମାନ ପରିସ୍ଥିତି ଦେଖାଦେଇଛି ।