ମୋଦି ସରକାର ଭାରତକୁ ଏକ ସମୃଦ୍ଧ ଦେଶ ଭାବରେ ଗଢି ତୋଳିବା ଉଦ୍ଦେଶ୍ୟରେ ସାଧାରଣ ଜନତାଙ୍କର ଭୂମିକାକୁ ଅଧିକ ପ୍ରାଥମିକତା ଦେବାକୁ ସର୍ବଦା ପ୍ରୟାସରତ । ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ନା କିଛି ଯୋଜନା ବା କାର୍ଯ୍ୟକ୍ରମ ଜରିଆରେ ସାଧାରଣ ଜନତାଙ୍କର ମତାମତ ସହ ନିଜର ଚିନ୍ତାଧାରାକୁ ଜନତାଙ୍କଠାରେ ପହଂଚାଇବାକୁ ଚେଷ୍ଟା କରିଥାନ୍ତି । ତେବେ ଇତି ମଧ୍ୟରେ ମୋଦି ସରକାର ପୁଣି ଏକ ନୂଆ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି । ଯାହାର ସହାୟତାରେ ସେ ସାଧାରଣ ଲୋକଙ୍କର ମତାମତ ଲୋଡିଛନ୍ତି । ଖାଲି ମତାମତ ନୁହେଁ ବରଂ ମତାମତ ଦେଇଥିବା ବ୍ୟକ୍ତିବିଶେଷଙ୍କୁ ପୁରସ୍କୃତ କରିବାର ବ୍ୟବସ୍ଥା ମଧ୍ୟ ରହିଛି । ଆପଣ ଜାଣିଲେ ଚକିତ ହେବେ କି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଆପଣ ୧୦ ଲକ୍ଷ ଟଙ୍କା ପୁରସ୍କାର ଜିତି ପାରିବେ ।
ସୂଚନା ମୁତାବକ, ମୋଦି ସରକାରଙ୍କର ଏହି ଇନୋଭେସନ ଚ୍ୟାଲେଂଜରେ ନାଁ ରହିଛି ‘ମାଇ ଷ୍ଟିଲ ଆଇଡିଆ’ । ଏଥିରେ ସାଧାରଣ ଜନତା ମୋଦି ସରକାରଙ୍କୁ ନିଜର ଏକ ସ୍ୱତନ୍ତ୍ର ଆଇଡିଆ ଦେବାକୁ ପଡିବ ଏବଂ ଯଦି ଉକ୍ତ ଆଇଡିଆଟି ଗ୍ରହଣଯୋଗ୍ୟ ହୋଇଥିବ ତେବେ ତାଙ୍କୁ ପୁରସ୍କୃତ କରାଯିବାର ବ୍ୟବସ୍ଥା ରହିଛି । ତେବେ ଏହି ଚ୍ୟାଲେଂଜରେ ଭାଗ ନେବାକୁ ଆପଣଙ୍କ ପାଖରେ ୧୫ ଡିସେମ୍ବର ଯାଏଁ ସମୟ ରହିଛି । ଏଥିରେ ଗୋଟିଏ ସ୍ୱତନ୍ତ୍ର ପୁରସ୍କାର ରାଶି ସମେତ ଆଉ ୩ଟି ପୁରସ୍କାର ବି ଦିଆଯିବ । ଏଥିରେ ତୃତୀୟ ସର୍ବ ଶ୍ରେଷ୍ଠ ଆଇଡିଆକୁ ୨ ଲକ୍ଷ, ଦି୍ୱତୀୟଙ୍କୁ ୩ ଲକ୍ଷ ଏବଂ ପ୍ରଥମ ଆଇଡିଆକୁ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ମିଳିବ ।
ମାଇ ଷ୍ଟିଲ ଆଇଡିଆର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କି ଆପଣଙ୍କର ଆଇଡିଆ ଷ୍ଟିଲର ଉପଯୋଗକୁ ନେଇ ହୋଇଥିବା ଜରୁରୀ ଅଟେ । ଯାହାକୁ ଆପଣଙ୍କୁ ପାଖାପାଖି ୫୦୦ ଶଦ୍ଦରେ ବ୍ୟାଖ୍ୟା କରିବାକୁ ହେବ ଏବଂ ଆପଣଙ୍କର ଆଇଡିଆ କଣ ସେ ସଂପର୍କରେ ବି ସଂପୂର୍ଣ୍ଣ ରୂପେ ସ୍ପଷ୍ଟ କରିବାକୁ ପଡିବ । ଅର୍ଥାତ୍ ଆପଣଙ୍କୁ ସ୍ପଷ୍ଟ କରିବାକୁ ହେବ କି ନିଜର ଏହି ଆଇଡିଆକୁ ଆପଣ କିଭଳି ଭାବେ ଲାଗୁ ବା କାର୍ଯ୍ୟକାରୀ କରିବାକୁ ଚାହୁଁଛନ୍ତି ? ଆପଣଙ୍କର ୟୁନିକ୍ ସେଲିଂ ପଏଂଟଗୁଡିକ କଣ ? ଆପଣଙ୍କର ବର୍ତ୍ତମାନର ଗ୍ରାହକମାନେ କେଉଁମାନେ ଏବଂ ଭବିଷ୍ୟତରେ ଆପଣଙ୍କର ଗ୍ରାହକ କେଉଁମାନେ ହୋଇପାରନ୍ତି ଇତ୍ୟାଦି ଜଣାଇବାକୁ ହେବ ।
ଖାଲି ସେତିକି ନୁହେଁ ଆପଣଙ୍କୁ ଏହାମଧ୍ୟ ଜଣାଇବାକୁ ପଡିବ କି ଆପଣ ଷ୍ଟିଲକୁ କିଭଳି ଭାବେ ବ୍ୟବହାର କରିବାକୁ ଚାହୁଁଛନ୍ତି ଏବଂ ଏଥିରୁ ତିଆରି ହୋଇଥିବା ପ୍ରଡକ୍ଟର କଣ ସମସ୍ୟା ରହିଛି ଏବଂ କିଭଳି ଭାବେ ଆପଣ ତାର ବ୍ୟବହାର କରିବାକୁ ଚିନ୍ତା କରିଛନ୍ତି । ଏଥିସହିତ କହିବାକୁ ପଡିବ କି ଷ୍ଟିଲକୁ ନେଇ ଆପଣ ଯେଉଁ ଆଇଡିଆ ଦେଉଛନ୍ତି, ଏଥିରେ ଷ୍ଟିଲ ମନ୍ତ୍ରାଳୟ ଆପଣଙ୍କୁ କିଭଳି ଭାବେ ସହଯୋଗ କରିପାରିବେ । ଏହି ଚ୍ୟାଲେଂଜରେ ସାଧାରଣ ବ୍ୟକ୍ତିଙ୍କଠାରୁ ଆରମ୍ଭ କରି ପ୍ରୋଫେସନାଲ ଏବଂ ଭାରତୀୟ ଷ୍ଟାର୍ଟଅପଗୁଡିକମାନେ ବି ଭାଗ ନେଇପାରିବେ । ଏଭଳି ପରିସ୍ଥିତିରେ ଯଦି ଆପଣ ଷ୍ଟିଲ ସହିତ ଜଡିତ କୌଣସି ବି ବ୍ୟବସାୟ ଆରମ୍ଭ କରିବାକୁ ଚିନ୍ତା ରଖିଛନ୍ତି ତେବେ ଏହି କାର୍ଯ୍ୟକ୍ରମ ଆପଣଙ୍କ ପାଇଁ ଅଧିକ ଲାଭବାନ ହୋଇପାରେ ।
କିପରି କରିବେ ଆବେଦନ
• ଏହି ଚ୍ୟାଲେଂଜରେ ଭାଗ ନେବା ପାଇଁ ଆପଣଙ୍କୁ ‘ମାଇଗଭ’ http://mygov.in ପୋର୍ଟାଲକୁ ଯିବାକୁ ପଡିବ ।
• ଯେଉଁଠି ଆପଣଙ୍କୁ ‘ମାଇଷ୍ଟିଲଆଇଡିଆ’ https://innovate.mygov.in/steelidea-contest/ଉପରେ ‘କ୍ଲିକ୍’ କରିବାକୁ ହେବ ।
• ଏଠାରେ ଆପଣଙ୍କ ସଂପର୍କରେ ଏବଂ ଆପଣଙ୍କ ଆଇଡିଆକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦାଖଲ କରିବା ପାଇଁ ‘ପାର୍ଟିସିପେଟ’ ଲିଙ୍କ ଉପରେ ‘କ୍ଲିକ୍’ କରିବାକୁ ହେବ ।
ଏଠାରେ ଆମେ କହି ରଖୁଛୁ କି, ଏହି ଚ୍ୟାଲେଂଜରେ ଭାଗ ନେବା ପୂର୍ବରୁ ଚ୍ୟାଲେଂଜକୁ ନେଇ ଦିଆ ଯାଇଥିବା ନିୟମ ଏବଂ ସର୍ତ୍ତଗୁଡିକୁ ନିଶ୍ଚୟ ପଢି ନିଅନ୍ତୁ । ଏହାଦ୍ୱାରା ଆପଣଙ୍କୁ ନା କେବଳ ଏହି କାର୍ଯ୍ୟକ୍ରମକୁ ଅଂଶଗ୍ରହଣ କରିବାକୁ ସହାୟତା ମିଳିବ ବରଂ ଆପଣ ଏଥିରେ ଭାଗ ନେବା ସମୟରେ କୌଣସି ବି ପ୍ରକାରର ଭୁଲରୁ ନିଜକୁ ରକ୍ଷା କରିପାରିବେ ।
ସୌଜନ୍ୟ: ଆଜତକ୍