ଇପିଏଫଓ ଗ୍ରାହକଙ୍କ ପାଇଁ ବଡ ଖବର ! କେନ୍ଦ୍ର ଶ୍ରମ ମନ୍ତ୍ରୀଙ୍କ ସୂଚନା, ଖାତାରେ ହୋଇଛି ବଡ ହେରଫେର ! ତୁରନ୍ତ ଚେକ୍ କରନ୍ତୁ ଆପଣଙ୍କ ଆକାଉଂଟ୍

ଇପିଏଫଓ ଗ୍ରାହକଙ୍କ ପାଇଁ ବଡ ଖବର ! କେନ୍ଦ୍ର ଶ୍ରମ ମନ୍ତ୍ରୀଙ୍କ ସୂଚନା, ଖାତାରେ ହୋଇଛି ବଡ ହେରଫେର ! ତୁରନ୍ତ ଚେକ୍ କରନ୍ତୁ ଆପଣଙ୍କ ଆକାଉଂଟ୍

Source:The Indian Express

କୋଟିଏରୁ ଅଧିକ ଇପିଏଫଓ ଗ୍ରାହକଙ୍କ ତଥ୍ୟରେ ଦେଖା ଦେଇଛି ବଡ ଘଡବଡି । ୮.୩୮ କୋଟିରୁ ଅଧିକ ଇପିଏଫଓ ଗ୍ରାହକଙ୍କ ଖାତାରେ ଜନ୍ମତିଥି ସଂପର୍କରେ କୌଣସି ବି ସୂଚନା ଦିଆଯାଇନାହିଁ । ଯେବେକି ୧୧.୦୭ କୋଟି ଗ୍ରାହକଙ୍କ ଖାତାରେ ବାପାମାଆଙ୍କ ନାଁ କେଉଁଆଡେ ଉଭାନ ହୋଇଯାଇଛି ।

ସୋମବାର ଦିନ ଲୋକସଭାରେ ଏଭଳି ସାଘାଂତିକ ତଥ୍ୟ ଉପସ୍ଥାପନା କରିଛନ୍ତି ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର । ଗଙ୍ଗୱାରଙ୍କ କହିବା ଅନୁସାରେ, ୭.୮୩ କୋଟିରୁ ଅଧିକ ଗ୍ରାହକଙ୍କର ଇପିଏଫଓରେ ସାମିଲ ହେବାର ତାରିଖର କୌଣସି ରେକର୍ଡ ନାହିଁ । ଉପଲବ୍ଧ ସୂଚନା ଅନୁସାରେ, ବର୍ତ୍ତମାନ ସମୟରେ ଇପିଏଫଓର ୧୯ କୋଟିରୁ ଅଧିକ ଗ୍ରାହକଙ୍କ ଖାତା ରହିଛି ।

ଇପିଏଫଓ ପରିବର୍ତ୍ତନ କଲା ପିଏଫ ଆକାଉଂଟରୁ ଟଙ୍କା ଉଠାଇବାର ନିୟମ

ଏଠାରେ ଆମେ କହି ରଖୁଛୁ କି, ପୂର୍ବରୁ ପିଏଫ ଖାତାରୁ ଟଙ୍କା ଉଠାଇବାର ନିୟମ ପରିବର୍ତ୍ତନ କରିଦିଆଯାଇଛି । ନୂଆ ନିୟମ ଅନୁସାରେ ଯଦି ଆପଣ ପିଏଫ ଆକାଉଂଟରେ ଜମା ଥିବା ପୂରା ଟଙ୍କା ବାହାର କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଦୁଇ ମାସ ପୂର୍ବରୁ ଚାକିରି ଛାଡିବାକୁ ପଡିବ । କର୍ମଚାରୀ ଭବିଷ୍ୟ ନିଧି ପାଣ୍ଠି ତଥା ଇପିଏଫଓ ଆକ୍ଟ ଅନୁଯାୟୀ ଏହି ଆକାଉଂଟରୁ ଟଙ୍କା ଉଠାଇବାର ଉଚିତ ତରିକା ଅଟେ । ଏଭଳି ଭାବରେ ଟଙ୍କା ଉଠାଇବା ପାଇଁ ଇପିଏଫଓ ଦ୍ୱାରା ୬ଟି ନିୟମ ପ୍ରସ୍ତୁତ କରାଯାଇଛି ।

ପାଂଚ ବର୍ଷର ଚାକିରି ହୋଇଥିଲେ ଲାଗିବ ନାହିଁ କୌଣସି ଟ୍ୟାକ୍ସ

ଯଦି ଆପଣ ଲଗାତର ଭାବରେ ପାଂଚ ବର୍ଷ ଧରି ଚାକିରି କରିଛନ୍ତି ଏବଂ ପିଏଫ ଆକାଉଂଟରେ ଆପଣଙ୍କ ଦରମାରେ କିଛି ଅଂଶ ଜମା କରାଯାଉଛି ତେବେ ଆପଣ ଟଙ୍କା ଉଠାଇବା ସମୟରେ କୌଣସି ପ୍ରକାରର ଟ୍ୟାକ୍ସ ଦେବାକୁ ପିବ ନାହିଁ ।

ମିସ୍ଡ କଲ କରି ଜାଣିପାରିବେ ବାଲାନ୍ସ

ୟୁଏଏନ ପୋର୍ଟାଲରେ କର୍ମଚାରୀ ଭବିଷ୍ୟ ନିଧିର ସଦସ୍ୟ ଇପିଏଫଓରେ ଉପଲବ୍ଧ ତଥ୍ୟ ସଂପର୍କରେ ଜାଣିବା ପାଇଁ ନିଜର ରେଜିଷ୍ଟେର୍ଡ ମୋବାଇଲ ନମ୍ବରରୁ ୦୧୧-୨୨୯୦୧୪୦୬ ରେ ଏକ ମିସ୍ଡ କଲ କରି ଜାଣିପାରିବେ ।

ପିଏଫ ବାଲାନ୍ସ ଟ୍ରାନ୍ସଫର କରିଲେ ଆପଣ ଚାକିରି ଜାରି ରହିଛି ବୋଲି ଗ୍ରହଣ କରାଯିବ

ଯଦି କୌଣସି କର୍ମଚାରୀ ଅନେକ ସାରା କଂପାନୀରେ ଚାକିରି କରୁଅଛି ଏବଂ ପୁରୁଣା କଂପାନୀମାନଙ୍କ ନିକଟରେ ପିଏଫ ଆକାଉଂଟରେ ଥିବା ବାଲାନ୍ସକୁ ନୂଆ କଂପାନୀର ପିଏଫ ଆକାଉଂଟକୁ ଟ୍ରାନ୍ସଫର କରିବାକୁ ଚାହୁଁଛନ୍ତି ତେବେ ତାଙ୍କର ଚାକିରି ଜାରି ଥିବା ଗ୍ରହଣ କରାଯିବ ।

ପାଂଚ ବର୍ଷ ପୂର୍ବରୁ ଟଙ୍କା ଉଠାଇନେବା ଦ୍ୱାରା ଦେବାକୁ ପଡିବ ଟ୍ୟାକ୍ସ

ଯଦି କୌଣସି କର୍ମଚାରୀ ଚାକିରିରେ ପାଂଚ ବର୍ଷ ପୁରିବା ପୂର୍ବରୁ ହିଁ ଟଙ୍କା ଉଠାଇ ନିଅନ୍ତି ତେବେ ତାଙ୍କୁ ଟ୍ୟାକ୍ସ ଦେବାକୁ ପଡିବ । ଏଥିସହିତ ଏସଂପର୍କିତ ଖବର ଆୟକର ବିଭାଗକୁ ମଧ୍ୟ ଦେବା ହେବ ।

୧୦ ଲକ୍ଷରୁ ଅଧିକ ଟଙ୍କା ଉଠାଇବାକୁ ହେଲେ ଅନଲାଇନରେ କରିବାକୁ ହେବ ଆବେଦନ

୧୦ ଲକ୍ଷ ଟଙ୍କାରୁ ଅଧିକ ପିଏଫ ଉଠାଇବାକୁ ହେଲେ ଅନଲାଇନ ଆବେଦନ କରିପାରିବେ । ଇପିଏଫଓ ଏହି ସୀମା ଅଧିକ ରାଶି ପାଇଁ ଇ-ଆବେଦନ ବାଧ୍ୟତାମୂଳକ କରିଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe