ଆପଣଙ୍କ ମୋବାଇଲ ଚୋରି କିମ୍ବା ହଜି ଯାଇଛି କି? ତେବେ ତୁରନ୍ତ କରନ୍ତୁ ଏହି ନମ୍ବରରେ କଲ୍ , ମିଳିଯିବ ଫୋନ

83

ସାଧାରଣତଃ ମୋବାଇଲ ଚୋରି ହୋଇଗଲେ ଲୋକେ ଉଦାସ ହୋଇପଡନ୍ତି ଏବଂ ଫୋନ ଚୋରି ହେବା ନେଇ ଅଭିଯୋଗ କରିବାକୁ ତାଙ୍କୁ ଅନେକ ଧକ୍କା ଖାଇବାକୁ ପଡିଥାଏ । ତେଣୁ ଜନତାଙ୍କ ଏଭଳି ସମସ୍ୟାକୁ ଦୃଷ୍ଟିରେ ରଖି ସରକାର ଏକ ହେଲ୍ପଲାଇନ ନମ୍ବର ୧୪୪୨୨ ଜାରି କରିଛନ୍ତି । ଏହାଦ୍ୱାରା ସାରା ଦେଶରେ ଜନତାଙ୍କୁ ଅଭିଯୋଗ ପାଇଁ ଏବେ ଆଉ ବାର ଦୁଆର ହେବାକୁ ପଡିବନି । ଏହି ନମ୍ବରରେ ଡାଏଲ କଲେ କିମ୍ବା ମେସେଜ ପଠାଇ ଆପଣ ଆପଣଙ୍କର ଅଭିଯୋଗ ଜଣାଇପାରିବେ । ଏବଂ ଉଭୟ ପୁଲିସ ଏବଂ ସେବାପ୍ରଦାନକାରୀ କଂପାନୀ ମୋବାଇଲ ସନ୍ଧାନରେ ଲାଗିପଡିଥାନ୍ତି । ତେବେ ଦୂର ସଂଚାର ମନ୍ତ୍ରାଳୟ ମଇ ଶେଷ ସୁଦ୍ଧା ମହାରାଷ୍ଟ୍ରରେ ଏହି ସେବାର ଶୁଭାରମ୍ଭ କରିପାରନ୍ତି ଏଥିସହିତ ପୂରା ଦେଶର ପାଖାପାଖି ୨୧ ଦୂରସଂଚାର ସର୍କଲରେ ଅନେକ ପର୍ଯ୍ୟାୟରେ ଏହାକୁ ଡିସେମ୍ବର ସୁଦ୍ଧା ଲାଗୁ କରିଦିଆଯିବ ।

ସି-ଡଟ ତରଫରୁ କୁହାଯାଇଛି କି, ମୋବାଇଲ ଚୋରି କମ୍ବା ହଜିଗଲେ ତାର ସନ୍ଧାନ ପାଇଁ ସେଂଟ୍ରାଲ ଇଳ୍ୱିଟମେଂଟ ଆଇଡେଂଟିଟି ରେଜିଷ୍ଟର ତଥା ସିଇଆଇଆର ପ୍ରସ୍ତୁତ କରିଛି । ସିଇଆଇଆରରେ ଦେଶର ପ୍ରତ୍ୟେକ ନାଗରିକଙ୍କର ମୋବାଇଲ ମଡେଲ, ସିମ ନମ୍ବର ଏବଂ ଆଇଏମଇଆଇ ନମ୍ବର ରହିଛି । ମୋବାଇଲ ମଡେଲରେ ମୋବାଇଲ ନିର୍ମାତା କଂପାନୀ ଦ୍ୱାରା ଜାରି କରାଯାଇଥିବା ଆଇଏମଇଆଇ ନମ୍ବର ମିଳିବାର ସିଷ୍ଟମ ସି-ଡଟ ହିଁ ବିକଶିତ କରିଥିଲା । ଏହି ସିଷ୍ଟମକୁ ପର୍ଯ୍ୟାୟ କ୍ରମେ ବିଭିନ୍ନ ରାଜ୍ୟର ପୁଲିସ ଅଧିକାରୀଙ୍କୁ ପ୍ରଦାନ କରିଦିଆଯିବ । ଯାହାଦ୍ୱାରା ମୋବାଇଲ ହଜିଗଲେ କିମ୍ବା ଚୋରି ହୋଇଯିବା କ୍ଷଣି ହିଁ ପୁଲିସ ଏବଂ ସେବାପ୍ରଦାନକାରୀ କଂପାନୀ ମୋବାଇଲ ମଡେଲ ଏବଂ ଆଇଏମଇଆଇର ମିଳାଯିବ । ଯଦି ଆଇଏମଇଆଇ ନମ୍ବର ପରିବର୍ତ୍ତନ କରିଦିଆଯାଇଛି । ଯଦିଓ ସେବା ପ୍ରଦାନକାରୀ ତାକୁ ବନ୍ଦ କରିଦେବେ, ତେବେ ସେବା ବନ୍ଦ ହେବାଦ୍ୱାରା ମଧ୍ୟ ପୁଲିସ ମୋବାଇଲ ଟ୍ରାକ୍ କରିପାରିବେ ।

ସି-ଡଟ୍ ମୁତାବକ, ଅଭିଯୋଗ ମିଳିବା ପରେ ଚୋରି ହୋଇଥିବା ମୋବାଇଲରେ କୌଣସି ବି ସିମ୍ ପକାଇଲେ ସେଥିରେ ନେଟୱାର୍କ ଆସିବ ନାହିଁ , ହେଲେ ତାର ଟ୍ରାକିଂ କରାଯାଇପାରିବ । ତେବେ ଦେଶରେ ମୋବାଇଲ ଚୋରି ଦିନକୁ ଦିନ ବୃଦ୍ଧି ପାଇବା କାରଣରୁ ଏଭଳି ପଦକ୍ଷେପ ନିଆଯାଇଛି । ସେହପରି ଆଇଏମଇଆଇ ପରିବର୍ତ୍ତନ କରିବା ଦ୍ୱାରା ଉକ୍ତବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ଭଳି ବ୍ୟବସ୍ଥା ରହିଛି । ଏଭଳି ମାମଲାରେ ଉଭୟ ଜେଲ ଓ ଜରିମାନା ମଧ୍ୟ ଆଦାୟ କରାଯିବା ଭଳି ଆଇନ ପ୍ରଣୟନ କରାଯାଇଛି ।