ଥରେ ଭାବନ୍ତୁ ତ ଆପଣ ସକାଳୁ କୌଣସି ଗୁରୁତ୍ୱପୂର୍ଣ୍ଣ କାମରେ ବାହାରିଛନ୍ତି ଆଉ ଠିକ୍ ଏହି ସମୟରେ ଆପଣଙ୍କ ମୋବାଇଲରେ ଚାର୍ଜ ନଥିବ ଏବଂ ଆପଣ ମୋବାଇଲକୁ ଚାର୍ଜରେ ବସାଇବାକୁ ଉଦ୍ୟମ କରୁଥିବାବେଳେ ହଠାତ୍ କରେଂଟ୍ ଚାଲିଯିବ ତେବେ ଏଭଳି ପରିସ୍ଥିତିରେ ଖାଲି ନିଜ କିମ୍ବା ବିଦ୍ୟୁତ ବିଭାଗ ଉପରେ ରାଗରେ ଗରଗର ହେବା ଛଡା ଆମ ପାଖରେ ଅନ୍ୟ କୌଣସି ପନ୍ଥା ନାହିଁ । ତେଣୁ ଏହାକୁ ଦୃଷ୍ଟିରେ ରଖି ଆଜି ଆମେ ଆପଣଙ୍କୁ ଏକ ଏଭଳି ସହଜ ତରିକା ଜଣାଇବାକୁ ଯାଉଛୁ ଯାହା ଆପଣଙ୍କ କାମରେ ନିଶ୍ଚୟ ରୂପେ ଆସିପାରେ ଏବଂ ଆପଣଙ୍କର ଏହି ସମସ୍ୟା ମଧ୍ୟ ଅନେକାଂଶରେ ଦୂର ହୋଇପାରେ । ତେବେ ଆସନ୍ତୁ ଜାଣିବା ।
ଆବଶ୍ୟକୀୟ ସାମଗ୍ରୀ
ଏଥିପାଇଁ ଆବଶ୍ୟକ ଗୋଟିଏ ୟୁଏସବି ଆଡାପ୍ଟର (କାର ସିଗାରେଟ୍ ଲାଇଟ୍) , ଫୋନ ଚାର୍ଜ କରିବା ପାଇଁ ତାର ବା ୟୁଏସବି କେବୁଲ, ୯ ଭୋଲ୍ଟର ବ୍ୟାଟେରୀ , ଧାତୁ ନିର୍ମିତ ଏକ ପେନ ସ୍ପ୍ରିଙ୍ଗ୍ କିମ୍ବା ପେଂଚ ଟାଇଟ୍ କରୁଥିବା ରେଂଚି ।
ଏହି ସମସ୍ତ ସାମଗ୍ରୀ ସହାୟତାରେ ଆପଣ ବିନା କରେଂଟରେ ଆପଣଙ୍କର ମୋବାଇଲ ଚାର୍ଜ କରି ପାରିବେ । ତେବେ ଏଥିପାଇଁ ଆପଣଙ୍କୁ ଟିକିଏ ପରିଶ୍ରମ କରିବାକୁ ଅର୍ଥାତ୍ ମୋବାଇଲ ବ୍ୟାଟେରୀରୁ ବିଜୁଳି ଉତ୍ପନ୍ନଠାରୁ ଆରମ୍ଭ କରି ମୋବାଇଲ ଚାର୍ଜ କରିବା ପର୍ଯ୍ୟନ୍ତ ରହିଛି ତିନୋଟି ପର୍ଯ୍ୟାୟ । ଯେଉଁଥିରେ ଆପଣଙ୍କୁ ଏକ କମ୍ ତିବ୍ରତା ବିଶିଷ୍ଟ ଛୋଟ ଇଲେକ୍ଟ୍ରିକାଲ ଫିଲ୍ଡ ସୃଷ୍ଟି କରିବାକୁ ପଡିବ । ଯାହାର ସହାୟତାରେ ମୋବାଇଲ ଚାର୍ଜ କରାଯାଇ ପାରିବ ।
ପ୍ରଥମ ସୋପାନ- ପ୍ରଥମେ ଧାତୁ ବିଶିଷ୍ଟ ଚିପକୁ ଖୋଲନ୍ତୁ ଏବଂ ତାକୁ ବ୍ୟାଟେରୀର ଏକ ପୋଲ ବା ଖୁଂଟି ସହିତ ସଂଯୋଗ କରନ୍ତୁ ।
ଏଠାରେ ଆମେ କହି ରଖୁଛୁ କି, ସମସ୍ତ ବ୍ୟାଟେରୀରେ ଦୁଇଟି ଲେଖାଏଁ ଟର୍ମିନାଲ ରହିଥାଏ । ଗୋଟିଏ ପଟରେ ପଜିଟିଭ ରହିଥିବା ବେଳେ ଏହାର ଅନ୍ୟ ଏକ ପଟରେ ରହିଥାଏ ନେଗେଟିଭ ପୋଲ୍ । ଆଉ ଯେତେବେଳେ ଏହି ଦୁଇ ପୋଲକୁ ତାର ସହିତ ସଂଯୋଗ କରି ଦିଆଯାଏ ତେବେ ସେଥି ମଧ୍ୟରୁ ଦ୍ରୁତ ଗତିରେ ବିଦ୍ୟୁତ୍ ପ୍ରଭାବିତ ହୋଇଥାଏ ।
ତେଣୁ ସର୍ବ ପ୍ରଥମେ ଆମେ ବ୍ୟାଟେରୀର ନେଗେଟିଭ୍ ପୋଲରେ ଚିପଟିକୁ ସଂଯୋଗ କରିବାକୁ ପଡିବ ।
ଦ୍ୱିତୀୟ ସୋପାନ- କାର ଆଡାପ୍ଟରକୁ ବ୍ୟାଟେରୀର ପଜିଟିଭ ପୋଲ୍ ସହିତ ସଂଯୋଗ କରାନ୍ତୁ । କାର ଆଡାପ୍ଟରକୁ ବ୍ୟାଟେରୀର ଅନ୍ୟ ଟର୍ମିନାଲ ଅର୍ଥାତ୍ ଏହାର ପଜିଟିଭ୍ ପୋଲରେ ଲଗାନ୍ତୁ । ତେବେ ଏଭଳି କରିବାଦ୍ୱାରା ସେଠାରେ ଏକ ଇଲେକ୍ଟ୍ରିକ୍ ଫିଲ୍ଡ ସୃଷ୍ଟି କରାଯାଇପାରିବ ।
ତୃତୀୟ ସୋପାନ- ଆଡାପ୍ଟରର ଧାତୁ ଥିବା ଅଂଶରେ ଚିପର ମୁହଁକୁ ତଥା ଉପରି ଭାଗକୁ ଜୋରରେ ଦବାଇ ରଖନ୍ତୁ । ଏଥିସହିତ ଚିପର ଉପରି ଭାଗ ଏବଂ ଆଡାପ୍ଟରରେ ଥିବା ଧାତୁର ଅଂଶକୁ ପରସ୍ପର ସହିତ ସଂଯୋଗ କରିବାକୁ ପଡିବ । ଏଭଳି କରିବା ଦ୍ୱାରା ବ୍ୟାଟେରୀ ମଧ୍ୟରେ ଉପଲବ୍ଧ ଥିବା କରେଂଟ୍ ଉତ୍ପନ୍ନର କ୍ଷମତା ଦ୍ରୁତ ଗତିରେ ପ୍ରଭାବିତ ହେବାରେ ଲାଗିବ ଏବଂ ଯାହାଦ୍ୱାରାକି ସେଥିରୁ ବିଦ୍ୟୁତ ସୃଷ୍ଟି ହେବାର ପ୍ରକ୍ରିୟା ଆରମ୍ଭ ହୋଇଯିବ ।
ଏହାପରେ ଏବେ ଆପଣଙ୍କର ବିନା ବିଦ୍ୟୁତର ଚାର୍ଜର ପ୍ରସ୍ତୁତ ହୋଇଗଲା । ଏଥିପାଇଁ ଖାଲି ଆପଣଙ୍କୁ ଆପଣଙ୍କର ମୋବାଇଲକୁ ୟୁଏସବି ସହ ସଂଯୋଗ କରିବାକୁ ପଡିବ ଏବଂ ଏହାପରେ ଆପଣ ଆପଣଙ୍କର ମୋବାଇଲକୁ ଜରୁରୀକାଳୀନ ପରିସ୍ଥିତିରେ ଚାର୍ଜ କରିପାରିବେ ।
ସୌଜନ୍ୟ: ବିବିସି ନ୍ୟୁଜ୍
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/09/mobile-1.jpg)