ବିଶ୍ୱ ମାତୃତ୍ୱ ଦିବସ ଉପଲକ୍ଷେ କେନ୍ଦ୍ର ସରକାରଙ୍କ ତରଫରୁ ଏଭଳି ଏକ ନିଆରା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଯେଉଁଥିରେ ଆପଣ ଭାଗ ନେଇ ନିଜ ମାଆଙ୍କ ପ୍ରତି ଭାବନାକୁ ବ୍ୟକ୍ତ କରିବା ସହିତ ନଗଦ ଟଙ୍କାର ପୁରସ୍କାର ମଧ୍ୟ ଜିତି ପାରିବେ । ପ୍ରତ୍ୟେକ ବ୍ୟକ୍ତି ନିଜ ମାଆଙ୍କଠାରୁ କିଛି ନା କିଛି ଶିକ୍ଷା ଲାଭ କରିଥାଏ । ଆପଣ ବି ଆପଣଙ୍କ ମାଆଙ୍କ ଠାରୁ କିଛି ଶିଖି ଥିବେ । ତେବେ ଆପଣ ଆପଣଙ୍କ ମାଆଙ୍କଠାରୁ କଣ ଶିଖିଛନ୍ତି, ତାହା ଯଦି ଆପଣ ଅତି କମରେ ୨୦୦ ଶଦ୍ଦରେ ଲେଖି ଏଠାରେ ପଠାନ୍ତି, ତେବେ ଆପଣଙ୍କୁ ଏଥିପାଇଁ ୨ ହଜାର ଟଙ୍କାର ପୁରସ୍କାର ମିଳିପାରେ ।

Advertisment

ସୂଚନା ମୁତାବକ, ମୋଦି ସରକାର#LikeYouDoMaa: Mother's Day Contest ଏକ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି । ଏହି କାର୍ଯ୍ୟକ୍ରମ ଜରିଆରେ ଆପଣ ଆପଣଙ୍କ ମାଆଙ୍କ ପ୍ରତିଥିବା ଭାବନାକୁ ବ୍ୟକ୍ତ କରିପାରିବେ । ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ହେଲେ ଆପଣଙ୍କୁ ପ୍ରଥମେ ନିଜ ସଂପର୍କରେ କିଛି ଲେଖିବାକୁ ପଡିବ । ଆପଣଙ୍କୁ ଆପଣଙ୍କର କାହାଣୀ https://www।mygov।in/task/likeyoudomaa-mothers-day-contest/ରେ କ୍ଲିକ୍ କରି ଲେଖିବାକୁ ପଡିବ । ଏଥିରେ ଆପଣଙ୍କୁ କନଟେଷ୍ଟର କମେଂଟ ବକ୍ସରେ ଲେଖିବାକୁ ହେବ । ତେବେ ଏହି ପ୍ରତିଯୋଗୀତାରେ ଭାଗ ନେବା ପାଇଁ ଆପଣଙ୍କ ନିକଟରେ ଚଳିତ ମାସ ତଥା ୨୦ ମଇ ପର୍ଯ୍ୟନ୍ତ ସମୟ ରହିଛି ।

ସେହିପରି ମୋଦି ସରକାରଙ୍କ ଦ୍ୱାରା ଅନ୍ୟ ଏକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଛି । ଆପଣଙ୍କୁ ଏଥିରେ ଆୟୁଷ୍ମାନ ଭାରତ ଆଧାରରେ ପ୍ରସ୍ତୁତ ହୋଇଥିବା Health & Wellness Center ପାଇଁ କିଛି ନାଁ ସଜେଷ୍ଟ କରିବାକୁ ପଡିବ ।

ସରକାର ସ୍ପଷ୍ଟ କରିଛନ୍ତି କି, ଯେଉଁ ବ୍ୟକ୍ତି ବିଶେଷଙ୍କର ନାମ ଏଥିରେ ଉଲ୍ଲେଖ ଥିବ , କେବଳ ସେହି ବ୍ୟକ୍ତି ହିଁ ଏହି କାର୍ଯ୍ୟକ୍ରମରେ ଭାଗ ନେଇପାରିବେ । ସେହିପରି ଆପଣ ଆପଣଙ୍କର ଏହି ଆବେଦନ ପତ୍ର ହିନ୍ଦୀ କିମ୍ବା ଇଂରାଜୀରେ କରିପାରିବେ । ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ହେଲେ ଆପଣଙ୍କ ନିକଟରେ ୧୪ ମଇ ପର୍ଯ୍ୟନ୍ତ ସମୟ ରହିଛି । ଏହି କାର୍ଯ୍ୟକ୍ରମରେ ବିଜେତାଙ୍କୁ ସରକାରଙ୍କ ତରଫରୁ ପୁରସ୍କାର ପ୍ରଦାନ କରାଯିବ । ତେବେ ଆପଣଙ୍କ ତରଫରୁ ଦିଆଯାଇଥିବା ନାମକୁ ସାରା ଦେଶରେ Health & Wellness Center ପାଇଁ ବ୍ୟବହାର କରାଯିବ । ଏଥିପାଇଁ ଆପଣ https://www।mygov।in/task/suggest-name-health-and-wellness-centres/ରେ କ୍ଲିକ୍ କରି ପ୍ରତିଯୋଗୀତାର ସମସ୍ତ ନିୟମ ଏବଂ ସର୍ତାବଳୀ ସଂପର୍କରେ ସୂଚନା ପାଇପାରିବେ ।