ଝଡ ତୋଫାନରେ ଫସି ଗଲେ କଣ କରିବା ଉଚିତ କଣ ନୁହେଁ? ଜାଣନ୍ତୁ

34

ସାରା ଦେଶରେ ଚାଲିଛି କାଳବୈଶାଖୀର ତାଣ୍ଡବ । କେଉଁଠି ଶତାଧିକ ଲୋକେ ମଲେଣି ତ ପୁଣି କେଉଁଠି ବାସହରା । ତେବେ ଏହି ପ୍ରକୃତିର ଏହି ତାଣ୍ଡବ ଆହୁରୀ କିଛିଦିନ ଚାଲି ରହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏଥିସହିତ ଲୋକଙ୍କୁ ସତର୍କ ରହିବାକୁ ମଧ୍ୟ କୁହାଯାଇଛି । ଯଦି ଆପଣ ବାହାରକୁ କେଉଁଠାକୁ ଯାଇଛନ୍ତି ଓ ଫେରିବା ସମୟରେ ଆପଣଙ୍କୁ ପ୍ରବଳ ଝଡତୋଫାନର ସାମ୍ନା କରିବାକୁ ପଡିଛି ତେବେ ଏହି ସମୟରେ ଆପଣଙ୍କୁ କଣ କରିବା ଉଚିତ ଆଉ କଣ ନକରିବା ଅନୁଚିତ ସେ ସଂପର୍କରେ ଆମେ ନିମ୍ନରେ ଆଲୋଚନା କରିଛୁ । ତେବେ ଆସନ୍ତୁ ଜାଣିବା. . .

କିପରି ପାଇବେ ରକ୍ଷା

• ପାଣିପାଗ ବିଶେଷଜ୍ଞ ସତର୍କ ସୂଚନା ଦେଇ କହିଛନ୍ତି ଧୁଳି ଝଡ ସମୟରେ ଘର କିମ୍ବା ଅଫିସ ପରିସରରେ ରହିବା ଆବଶ୍ୟକ ।

• ଯଦି ଆପଣ ରାସ୍ତାରେ ଯାତ୍ରା କରୁଛନ୍ତି ତେବେ ଗାଡିକୁ ଇଲେଟ୍ରିକ ତାର, କିମ୍ବା ଖୁଂଟି କିମ୍ବା ଗଛ ଠାରୁ ଦୁରେଇ ରଖି ଛିଡା ହେବା ଉଚିତ ।

• ଝଡ ତୋଫାନ ସମୟରେ ଶ୍ୱାସ ଜନିତ ସମସ୍ୟା ଥିବା ବ୍ୟକ୍ତି ପଦାକୁ ବାହାରିବା ଅନୁଚିତ ।

• ବିଶେଷ କରି ଆସ୍ଥମା ଥିବା ଲୋକ ମାନେ ଘରୁ ନବାହାରି ଘରର କବାଟ ଝରକା ବନ୍ଦ କରି ଘର ଭିତରେ ରହିବା ଭଲ ହେବ ।

• କେବଳ ଏତିକି ନୁହେଁ ୪୦ ବର୍ଷରୁ ଅଧିକ ଘର ଗୁଡିକ ଏହି ଝଡରେ ବିପୁଳ ଭାବରେ କ୍ଷତିଗ୍ରସ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

• ସେହିପରି ବିଜୁଳି ମାରୁଥିବା ସମୟରେ ଟ୍ୟାପରୁ ପାଣି ପିଅନ୍ତୁ ନାହିଁ କିମ୍ବା ଗାଧାନ୍ତୁ ନାହିଁ । କାରଣ ଆକାଶରେ ମାରୁଥିବା ବିଜୁଳି ବେଳେ ବେଳେ ପାଣି ପାଇପରେ ପସିଯାଇଥାଏ । ଏହି ଭଳି ଭାବରେ ଝଡ ତୋଫାନରୁ ନିଜକୁ ରକ୍ଷା କରିପାରିବେ ।