ଅତିଥି ପକ୍ଷୀଙ୍କ ସୁରକ୍ଷା ପାଇଁ ଗ୍ରାମବାସୀଙ୍କ ନିଆରା ପଦକ୍ଷେପ: ଗାଁ କମିଟିର ଦୃଢ ନିଷ୍ପତି, ଚିଲିକାରେ କେହି ମାରିବେନି ପକ୍ଷୀ

54

କନକ ବ୍ୟୁରୋ: ଅତିଥି ପକ୍ଷୀଙ୍କୁ ମାରିବା ନାହିଁ, ବରଂ ବିଦେଶୀ ପକ୍ଷୀଙ୍କୁ ଗାଁକୁ ସ୍ୱାଗତ କରିବା । ଗାଁ ସଭାରେ ଏଭଳି ନିଷ୍ପତି ନେଇଛନ୍ତି ଗାଁ ଲୋକ । ବିଦେଶାଗତ ପକ୍ଷୀଙ୍କୁ ସ୍ୱାଗତ କରିବା ସହ ସେମାନଙ୍କ ସୁରକ୍ଷା ପାଇଁ ଗାଁ କମିଟି ସଭାରେ ଦୃଢ ନିଷ୍ପତି ନିଆଯାଇଛି । ଅତିଥି ପକ୍ଷୀଙ୍କୁ ମାରିଲେ ତଣ୍ଡ ଗଣିବାକୁ ପଡିବ । ବନ୍ୟପ୍ରାଣୀ ସପ୍ତାହରେ ଏଭଳି ବଡ଼ ନିଷ୍ପତି ନେଇଛନ୍ତି ଗ୍ରାମବାସୀ । ଚିଲିକାକୁ ଆସୁଥିବା ପକ୍ଷୀଙ୍କୁ ମାରିବେନି କିମ୍ବା ଶିକାରୀଙ୍କ ଦ୍ୱାରା ମରିବାକୁ ଦେବେନାହିଁ । ପକ୍ଷୀ ମାରିଲେ ୧୦ ହଜାର ଟଙ୍କା ତଣ୍ଡ ଗଣିବାକୁ ପଡ଼ିବ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରେ ପକ୍ଷୀଙ୍କ ସୁରକ୍ଷା ପାଇଁ ତିଛିଣି ଗାଁରେ ବସିଥିଲା ସଚେତନତା ଶିବିର । ବନବିଭାଗ ପକ୍ଷରୁ ଆୟୋଜିତ ହୋଇଥିବା ସଚେତନତା ଶିବିରି ଏଭଳି ନିଷ୍ପତି ନେଇଛନ୍ତି ସରକାର ।