ମଙ୍ଗଳରେ ହେଲିକପ୍ଟର ଉଡ଼ାଇବା ପାଇଁ ନାସା ପ୍ରସ୍ତୁତ; ହେଲିକପ୍ଟର ଉଡ଼ିବାର ୧୦ ବର୍ଷ ପରେ ବସବାସ କରିବେ ମଣିଷ

Advertisment
ମଙ୍ଗଳରେ ହେଲିକପ୍ଟର ଉଡ଼ାଇବା ପାଇଁ ନାସା ପ୍ରସ୍ତୁତ; ହେଲିକପ୍ଟର ଉଡ଼ିବାର ୧୦ ବର୍ଷ ପରେ ବସବାସ କରିବେ ମଣିଷ

Source:ExtremeTech

ଭବିଷ୍ୟତରେ କିପରି ମଣିଷମାନେ ସୁରକ୍ଷିତ ଭାବେ ମଙ୍ଗଳରେ ବସବାସ କରିପାରିବେ ତାହାକୁ ଦୃଷ୍ଟିରେ ରଖି ଆମେରିକାର ମହାକାଶ ଗବେଷଣା ସଂସ୍ଥା (ନାସା) କାର୍ଯ୍ୟ ଆରମ୍ଭ କରି ଦେଇଛି। ପ୍ରଥମେ  ଏକ ଡ୍ରୋନ ଓ ପରେ ହେଲିକପ୍ଟର ଉଡ଼ାଇବାର ନାସା ଯୋଜନା ରଖିଛି।

publive-image

ମଙ୍ଗଳ ଗ୍ରହ ପାଇଁ ଏକ ଛୋଟିଆ ସ୍ୱୟଂଚାଳିତ ହେଲିକପ୍ଟର ନିର୍ମାଣ କରିଛି ନାସା । ୨୦୨୦ରେ ହେବାକୁ ଥିବା ପରବର୍ତ୍ତୀ ରେଭର ମିସନ୍‌ରେ ଏହାକୁ କାର୍ଯ୍ୟକାରୀ କରାଯିବ। ୧.୮କିଲୋଗ୍ରାମ(୩.୯ ପାଉଣ୍ଡ୍‌) ଓଜନର ଏହି ହେଲିକପ୍ଟର ଖୁବ୍‌ ଉଚ୍ଚକୁ ଯାତ୍ରା କରାଇବାର ପରିଯୋଜନା ରହିଛି ବୋଲି ନାସା ପକ୍ଷରୁ ସୂଚନା ମିଳିଛି। ପରବର୍ତ୍ତୀ ସମୟରେ ମଣିଷ ବସବାସ କରିବାର ଇଚ୍ଛା ରଖିଥିବା ମଙ୍ଗଳରେ କ’ଣ ସବୁ ରହିଛି ତାହାକୁ ସ୍ପଷ୍ଟ ଭାବେ ଦେଖିବାର ଦକ୍ଷତା ଏହି ହେଲିକପ୍ଟର  ରହିଛି ବୋଲି ନାସାର ଗବେଷକ ଥୋମାସ ଜୁରବୁଞ୍ଚେନ କହିଛନ୍ତି।

publive-image

ଏହି ହେଲିକପ୍ଟରଟି ଯାଇ ମଙ୍ଗଳରେ ଯେଉଁ ତଥ୍ୟ ଦେବ ତାହା ୨୦୩୦ ମଧ୍ୟରେ ମଙ୍ଗଳକୁ ମଣିଷ ଯାଇ ବସବାର କରିବା ଦିଗରେ ଅନେକ ସହାୟ ହେବ। ସବୁଠାରୁ ବଡ଼ି ଯଦି ବି ଏହି ହେଲିକ୍ଫରଟି କୌଣସି କାରଣରୁ ବିଶେଷ କାମରେ ଆସିପାରିଲା ନାହିଁ ତାହା ୨୦୨୦ରେ ହେବାକୁ ସ୍ଥିର ହୋଇଥିବା ମିସନ୍‌ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ଏ ସଂପର୍କରେ ନାସାର ହେଲିକପ୍ଟର ପ୍ରୋଜେକ୍ଟ ମ୍ୟାନେଜର୍‌ ମିମି ଅଙ୍ଗ୍‌ କହିଛନ୍ତି କି, ‘ଆମ ପାଖରେ କେହି ଚାଳକ ନାହାନ୍ତି। ପୃଥିବୀରୁ ବହୁ ଆଲୋକବର୍ଷର ଦୂରତା ଅନେକ ହୋଇଥିବାରୁ ଉଚିତ୍‌ ସମୟରେ ଏହି ମିସନ୍‌କୁ ସଫଳ କରିବାର ଅନ୍ୟ କୌଣସି ତରିକା ନାହିଁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe