ଓଡିଆ ମନ, ଓଡିଆ ପ୍ରାଣ, ପଖାଳ ସହ ଯୁଗ ଯୁଗର ପ୍ରେମ !

223

ଯଦି ଖାଂଟି ଓଡିଆର କେତୋଟି ମାପଦଣ୍ଡ ନିର୍ଦ୍ଧାରଣ କରିବା ,ସେଥିରେ ପଖାଳ ରହିବାଟା ଅନିର୍ବାର୍ଯ୍ୟ । କୁହାଯାଏ, ‘ଯିଏ ପଖାଳ ଖାଇନି ସେ ଓଡିଆ ନୁହେଁ’ । ଓଡିଆ ଜାତିର ଏକ ଅନନ୍ୟ ବିଶେଷତ୍ୱ ହେଉଛି ପଖାଳ । ବିଶ୍ୱର କୋଣ ଅନୁକୋଣରେ ବାସ କରୁଥିବା ପ୍ରତ୍ୟେକ ଓଡିଆ ପାଇଁ ମାର୍ଚ୍ଚ-୨୦ ବହୁତ ମହତ୍ୱ ରଖେ କାରଣ ଏହା ହେଉଛି ‘ବିଶ୍ୱ ପଖାଳ ଦିବସ’ । ଓଡିଆଙ୍କର ଏହି ବିଶେଷ ଓ ଅନନ୍ୟ ବ୍ୟଞ୍ଜନକୁ ବିଶ୍ୱ ଦରବାରରେ ପ୍ରଦର୍ଶନ କରିବାର ଏହା ଏକ ଅଭିନବ ପ୍ରୟାସ ।

କାଳକ୍ରମେ ଓଡିଆମାନଙ୍କ ଅନେକ ବିଶେଷତା ପାଶ୍ଚାତ୍ୟାଭୂମୁଖି ହେବା କାରଣରୁ ନଷ୍ଟ ହୋଇଗଲାଣି କିନ୍ତୁ ପଖାଳ ନିଜର ଗାରିମା ଆଜି ମଧ୍ୟ ବଜାୟ ରଖିଛି । ଖାଲି ଓଡିଶାରେ କାହିଁକି ପଶ୍ଚମବଙ୍ଗ, ଛତିଶଗଡ ଓ ଆସାମରେ ମଧ୍ୟ ପଖାଳର ଚାହିଦା ରହିଛି । ଆପଣ ଜାଣିଲେ ଚକିତ ହେବେ କି ଆମର ଇଷ୍ଟଦେବ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ବି ଏହା ଟଙ୍କ ତୋରାଣି ରୂପରେ ଭୋଗ ଲାଗି ହୋଇଥାଏ ।

ତେବେ, ପଖାଳ ଶଦ୍ଦଟି ‘ପାଲି’ ଭାଷାର ‘ପଖାଳିବା’ ଶଦ୍ଦରୁ ଆଦୃତ । ଯାହାର ଅର୍ଥ ହେଉଛି ଧୋଇବା । ସଂସ୍କୃତରେ ମଧ୍ୟ ଏହି ଭାଷାର ସାମଞ୍ଜସ୍ୟ ଦେଖିବାକୁ ମିଳେ । ତେବେ ମୋଟ ଉପରେ କହିବାକୁ ଗଲେ ପଖାଳର ଅର୍ଥ ଭାତକୁ ଧୋଇ ସୁସଂଜିତ କରିବା । ବୈଜ୍ଞାନିକ ପ୍ରମାଣ ଏହାକୁ ସ୍ପଷ୍ଟ କରିଛି ଯେ, ଭାତରେ ପାଣି ପକାଇ ରଖିଲେ ତାହା ଅଧିକ ସମୟ ଧରି ତିଷ୍ଟି ରହେ । ତାଛଡା ତାର ମାଧୁର୍ଯ୍ୟ ବଢିଯାଏ କାହିଁକି ନା,ସେଥିରେ ଅମ୍ଳିୟ ଗୁଣ ବୃଦ୍ଧି ପାଇଥାଏ ।