ଫେସବୁକରେ ଗୁଡ ମର୍ଣ୍ଣିଂ ଲେଖି ବନ୍ଧା ହେଲେ ଯୁବକ ! କାରଣ ଜାଣିଲେ ଆପଣ ବି ହୋଇଯିବେ ଚକିତ

96

ଫେସବୁକରେ ଗୁଡ ମର୍ଣ୍ଣିଂ ଲେଖି ବନ୍ଧା ହେଲେ ଯୁବକ । ସୂଚନା ମୁତାବକ, ଜଣେ ଫିଲିସ୍ତାନୀ ଯୁବକଙ୍କୁ ଫେସବୁକରେ ଗୁଡ ମର୍ଣ୍ଣିଂ ପୋଷ୍ଟ କରିବା ମହଙ୍ଗା ପଡିଛି । ଏପରିକି ଯୁବକଙ୍କୁ ଏଥିପାଇଁ ଜେଲ ମଧ୍ୟ ଯିବାକୁ ପଡିଛି । ଯୁବକ ଜଣକ ଫେସବୁକ୍ ଜରିଆରେ ଭୂଲ୍ ଅନୁବାଦ କରିବା କାରଣରୁ ଏଭଳି ଦଶା ଭୋଗିବାକୁ ପଡିଛି ।

ପ୍ରକୃତ ଘଟଣାଟି ହେଲା, ଫିଲିସ୍ତାନର ଜଣେ କନଷ୍ଟ୍ରକସନ ୱାର୍କର ହାତରେ କଫି କପ ଏବଂ ସିଗାରେଟ୍ ଧରି ଏକ ଫଟୋ ଫୋସବୁକରେ ପୋଷ୍ଟ କରିବା ସହ ଗୁଡ ମର୍ଣ୍ଣିଂ ଲେଖିଥିଲେ । କିନ୍ତୁ ଯୁବକ ଜଣକ ପୋଷ୍ଟ କରିଥିବା ଫଟୋ ପଛରେ ଏକ ବୁଲଡୋଜର ମଧ୍ୟ ନଜର ଆସିଥିଲା । ଯାହାର ବ୍ୟବହାର ପୂର୍ବରୁ ଆତଙ୍କବାଦୀ ଆକ୍ରମଣରେ ହୋଇଥିଲା । ଯେଉଁଥି ପାଇଁ ଯୁବକ ଜଣକ ଇଜରାୟଲ ପୁଲିସର ଟାର୍ଗେଟରେ ଆସିଥିଲେ । ପୁଲିସ ଏହି ଲେଖାକୁ ଫେସବୁକ୍ ଟ୍ରାନ୍ସଲେସନ ଜରିଆରେ ଅନୁବାଦ କରିଥିଲା କିନ୍ତୁ ଫେସବୁକର ଆଂଟିଫିସିଆଲ ଇଂଟେଲିଜେନ୍ସ ଗୁଡ ମର୍ଣ୍ଣିଂର ଅର୍ଥକୁ ‘ଆଟାକ୍ ଦେମ୍’ କହିଥିଲା ।

ଯାହାର ଫଳାଫଳ ଆପଣଙ୍କ ସାମ୍ନାରେ । ଅର୍ଥାତ୍ ଅନୁବାଦ ପରେ ଏଭଳି ଆକ୍ରମଣପୂର୍ବକ ଲେଖା ପାଇଁ ପୁଲିସ ଉକ୍ତ ଯୁବକ ଜଣକୁ ଗିରଫ କରିଥିଲା । ତେବେ ଯୁବକ ଜଣକ ଆରବୀ ଭାଷାରେ ଗୁଡ ମର୍ଣ୍ଣିଂ ଲେଖିଥିଲେ । ଯଦିଓ କିଛି ଘଂଟା ପରେ ଯେତେବେଳେ ପୁଲିସଙ୍କୁ ଅନୁଭବ ହୋଇଥିଲା କି ଏହା ଫେସବୁକ୍ ଟ୍ରାନ୍ସଲେସନର ଭୁଲ ଅଟେ ବୋଲି ସେତେବେଳେ ପୁଲିସ ଉକ୍ତ ଯୁବକ ଜଣକୁ ଛାଡି ଦେଇଥିଲେ ।

ଏଠାରେ ଆମେ କହି ରଖୁଛୁ କି, ସରକାରୀ ଏଜେନ୍ସି ଭଳି ଇଜରାୟଲ ପୁଲିସର ସିକ୍ୟୁରିଟି ସର୍ଭିସ ସୋସିଆଲ ମିଡିଆ ମନିଟର କରୁଛନ୍ତି । ଏହା ପୂର୍ବରୁ ବି ଗତ ଏପ୍ରିଲ ମାସରେ ଆକ୍ରମଣ ଯୋଜନା କରୁଥିବା ସନ୍ଦେହରେ ପୁଲିସ ୪୦୦ ଫିଲିସ୍ତାନୀଙ୍କୁ ଉଠାଇ ନେଇଥିଲା ।

ସୌଜନ୍ୟ: ଅମର ଉଜାଲା