ଗୋଟିଏ ଟ୍ରାକରେ ତିନି ତିନୋଟି ଟ୍ରେନ ! ବଡ଼ ରେଳ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

52

ଏକ ବଡ ରେଳ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ମଙ୍ଗଳବାର କାନପୁରଠାରେ ଟଳି ଯାଇଛି ଏକ ବଡଧରଣର ରେଳ ଦୁର୍ଘଟଣା । ଏହାର ମୁଖ୍ୟ କାରଣ ଥିଲା ଗୋଟିଏ ଟ୍ରାକରେ ଚାଲି ଆସିଥିଲା ତିନି ତିନୋଟି ଟ୍ରେନ ।

ସୁଚନା ମୁତାବକ, ଏହି ଘଟଣା ଆହ୍ଲାବାଦ କ୍ରସିଂଠାରୁ ମାତ୍ର ୧ କିମି ଦୂରରେ ଘଟିଛି । ଯେଉଁଠି ଦୁରନ୍ତ ଏକ୍ସପ୍ରେସ, ହଟିଆ-ଆନନ୍ଦବିହାର ଏବଂ ମହାବୋଧି ଏକ୍ସପ୍ରେସ ପଛକୁ ପଛ ଆସିଯାଇଥିଲା । ଆପଣ ଜାଣିଲେ ଆଶ୍ଚରର୍ଯ୍ୟ ହେବେ କି ଏହି ତିନୋଟି ଟ୍ରେନ ମଧ୍ୟରେ ଦୂରତା ରହିଥିଲା ମାତ୍ର ପ୍ରାୟ ୧ଶହ ମିଟର । ତେବେ ଯେତେବେଳେ ଟ୍ରେନଚାଳକଙ୍କୁ ଏସଂପର୍କରେ ଜଣା ପଡିଥିଲା ସେତେବେଳେ ସେମାନେ ସେମାନେ ଠିକ ସମୟରେ ଟ୍ରେନଗୁଡ଼ିକୁ ରୋକି ଦେଇଥିଲେ । ଯାହା ଫଳରେ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାର ଯାଇଥିଲେ ଯ।ତ୍ରୀ ।

ଏଠାରେ ଆମେ କହି ରଖୁଛୁ କି, ଗତ ଗୋଟିଏ ମାସ ମଧ୍ୟରେ ତିନି ତିନୋଟି ବଡ ରେଳ ଦୁର୍ଘଟଣା ଘଟି ସାରିଛି । ପ୍ରଥମ ଦୁର୍ଘଟଣାଟି ଘଟିଥିଲା, ୭ ସେପ୍ଟେମ୍ବରରେ ୟୁପିର ସୋନଭଦ୍ରଠାରେ ଏକ ରେଳ ଦୁର୍ଘଟଣା ସାମ୍ନାକୁ ଆସିଥିଲା ଯେଉଁଠି ଶକ୍ତିପୁଂଜ ଏକ୍ସପ୍ରେସର ୭ଟି ବଗି ଲାଇନଚ୍ୟୁତ୍ ହୋଇଯାଇଥିଲା । ସେହିପରି ୨୯ ଅଗଷ୍ଟରେ ମହାରାଷ୍ଟ୍ରର ଟିଟୱାଲାଠାରେ ମଧ୍ୟ ଏକ ରେଳ ଦୁର୍ଘଟଣା ଘଟିଥିଲା । ଯେଉଁଠି ନାଗପୁର-ମୁମ୍ବାଇ ଦୁରନ୍ତୋ ଏକ୍ସପ୍ରେସର ୯ଟି ବଗି ଲାଇନ୍ ଚ୍ୟୁତ ହୋଇଯାଇଥିଲା ।

୨୩ ଅଗଷ୍ଟରେ ମଧ୍ୟ ଔରେୟାଠାରେ ଏକ ରେଳ ଦୁର୍ଘଟଣା ହୋଇଥିଲା ଯେଉଁଠି କୈଫିୟତ ଏକ୍ସପ୍ରେସ ମଧ୍ୟ ଦୁର୍ଘଟଣାର ଶିକାର ହୋଇଥିଲା । ସେହିପରି ୧୯ ଅଗଷ୍ଟରେ ମଧ୍ୟ ଉତ୍ତରପ୍ରଦେଶର ଖତୌଲି ଠାରେ ଉତ୍କଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଯେଉଁଥିରେ ପାଖାପାଖି ୨୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଯାତ୍ରୀ ଆହତ ହୋଇଥିଲେ ।

ସୌଜନ୍ୟ: ଅମର ଉଜାଲା