ଏଣିକି ଖୋଲାରେ ଶୌଚ ପଡ଼ିବ ମହଙ୍ଗା । ଗଣିବାକୁ ପଡ଼ିବ ଜରିମାନା । ଜାଣନ୍ତୁ କେଉଁ କାମ ପାଇଁ ରହିଛି କେତେ ଜରିମାନା

ଏଣିକି ଖୋଲାରେ ଶୌଚ ପଡ଼ିବ ମହଙ୍ଗା । ଗଣିବାକୁ ପଡ଼ିବ ଜରିମାନା । ଜାଣନ୍ତୁ କେଉଁ କାମ ପାଇଁ ରହିଛି କେତେ ଜରିମାନା

ମହାରାଷ୍ଟ୍ରର ସଡ଼କକୁ ସଫା ରଖିବା ପାଇଁ ସରକାର ଏକ ବଡ଼ ନିଷ୍ପତ୍ତି ନେଇଥିବା ଜଣା ପଡ଼ିଛି । ଅନେକ ଆଇନ୍‌ କରିବା ପରେ ମଧ୍ୟ ପରିବେଶକୁ ସୁରକ୍ଷିତ ଏବଂ ପରିଷ୍କାର ରଖା ଯାଇ ପାରୁ ନଥିବାରୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼୍‍ନଭିସ୍‌ ଏକ ସମାଧାନର ବାଟ ବାହାର କରିଛନ୍ତି ।

publive-image

ଯେଉଁମାନେ ପରିବେଶକୁ ଅପରିଷ୍କାର କରୁଛନ୍ତି ସେମାନଙ୍କୁ ଏଣିକି ଏ ନେଇ ଜରିମାନା ଦେବାକୁ ପଡ଼ିବ ବୋଲି ଘୋଷଣା କରାଯାଇଛି । ଯଦି କୌଣସି ବ୍ୟକ୍ତି ରାସ୍ତାରେ ହେଉ ବା ସାର୍ବଜନୀନ ସ୍ଥାନରେ ଅଳିଆ ଫିଙ୍ଗୁଛି, ଛେପ ପକାଉଛି ବା ଶୌଚ କରୁଛି ତେବେ ତାକୁ ଏଥିପାଇଁ ଜରିମାନା ଦେବାକୁ ହେବ ।ସରକାରଙ୍କ ଏହି ନିଷ୍ପତ୍ତି ସ୍ୱଚ୍ଛ ଭାରତ ଅଭିଯାନକୁ ସଫଳ କରିବ ବୋଲି ଆଶା କରାଯାଉଛି ।

publive-image

ଏହି ନିୟମକୁ ସେପ୍ଟେମ୍ବର ୮ରୁ ଲାଗୁ କରାଯାଇଥିବା ବେଳେ ରାସ୍ତାରେ ଛେପ ପକାଇଲେ ୧୫୦ ଟଙ୍କା, ଅଳିଆ ଫିଙ୍ଗିଲେ ୧୮୦ ଟଙ୍କା ଏବଂ ଶୌଚ ହେଲେ ୫୦୦ ଟଙ୍କା ଜରିମାନା ବାବଦରେ ରଖା ଯାଇଥିବା ଜଣା ପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe