ପୁଣି ଆସିଲା ପରକୀୟା ପ୍ରୀତି ରାୟ: ମାଡ୍ରାସ ହାଇକୋର୍ଟ କହିଲେ, ବ୍ୟଭିଚାର ପ୍ରସଙ୍ଗରେ ସ୍ତ୍ରୀ ଆତ୍ମହତ୍ୟା କଲେ ଦାୟୀ ରହିବେନି ସ୍ୱାମୀ

185

ବ୍ୟଭିଚାର ପ୍ରସଙ୍ଗରେ ସୁପ୍ରିମକୋର୍ଟ ରାୟ ଶୁଣାଇଥିବା ବେଳେ ଏହି ପ୍ରସଙ୍ଗରେ ପୁଣି ଆସିଛି ଏକ ନୂଆ ରାୟ । ପରକୀୟା ପ୍ରୀତି ଅପରାଧନୁହେଁ ବୋଲି ସୁପ୍ରିମକୋର୍ଟ ରାୟ ଶୁଣାଇଥିଲେ । ତେବେ ସ୍ୱାମୀଙ୍କ ପରୀକିୟାପ୍ରୀତି ପାଇଁ ସ୍ତ୍ରୀ ଆତ୍ମହତ୍ୟା ଉଦ୍ୟମ କଲେ ଏହା ଅପରାଧ ବୋଲି ରାୟ ଶୁଣାଇଥିଲେ କୋର୍ଟ । ତେବେ ଏହି କ୍ଷେତ୍ରରେ ସ୍ତ୍ରୀ ଆତ୍ମହତ୍ୟା କଲେ ଏଥିପାଇଁ କେବଳ ସ୍ୱାମୀଙ୍କ ପରକୀୟାପ୍ରତିକୁ ଦାୟୀ କରାଯାଇପାରିବନାହିଁ ବୋଲି ମାଡ୍ରାସ ହାଇକୋର୍ଟରେ ଏକ ମାମଲାର ଶୁଣାଣୀ ବେଳେ ରାୟ ଦେଇଛନ୍ତି । ୨୦୦୩ ଜଣେ ମହିଳାଙ୍କ ଆତ୍ମହତ୍ୟା ପାଇଁ ତାଙ୍କ ସ୍ୱାମୀଙ୍କୁ ୧୦ ବର୍ଷ ସଜା ଶୁଣାଇଥିଲେ ତଳକୋର୍ଟ । ଏହି ମାମଲାରେ ଶୁଣାଣୀ କରି ଜଷ୍ଟିସ ଏସ୍.ବୈଦ୍ୟନାଥନ କହିଛନ୍ତି ଯେ, ସ୍ୱାମୀଙ୍କ ପରକୀୟା ପ୍ରୀତି ନେଇ ସ୍ତ୍ରୀ ଆତ୍ମହତ୍ୟା କଲେ ଏଥିପାଇଁ କେବଳ ସ୍ୱାମୀଙ୍କୁ ଦାୟୀ କରାଯାଇପାରିବେନାହିଁ । ଅତ୍ୟାଚାର ନେଇ ସ୍ୱାମୀଙ୍କ ବିରୋଧରେ ଉପଯୁକ୍ତ ପ୍ରମାଣ ନଥିଲେ ଆତ୍ମହତ୍ୟା ପାଇଁ ପ୍ରବର୍ତାଇଥିବା କୁହାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି । ଏହି ମାମଲାରେ ଅଭିଯୁକ୍ତ ଥିବା ସ୍ୱାମୀଙ୍କୁ ଦୋଷ ମୁକ୍ତ କରିଛନ୍ତି କୋର୍ଟ ।

ଏଠାରେ ଆମେ କହି ରଖୁଛୁ କି, ବିବାହ ବାହାରେ ଯଦି ବିବାହିତ ପୁରୁଷ ଓ ଅନ୍ୟ ଜଣେ ବିବାହିତ ମହିଳା ସହ ସଂପର୍କ ରଖନ୍ତି, ତେବେ ଏହା ଆଉ ଅପରାଧ ହେବନାହିଁ । ପରକୀୟା ପ୍ରୀତିକୁ ନିକଟରେ  ଅପରାଧ ମୁକ୍ତ କରିଥିଲେ ସୁପ୍ରିମକୋର୍ଟ । ଆଇପିସିର ଧାରା ୪୯୭କୁ ଅବୈଧ ଘୋଷଣା କରାଯାଇଥିଲା । ସର୍ବୋଚ୍ଚ ନ୍ୟାୟାଳୟର ରାୟ ପରେ ବ୍ୟଭିଚାର ବିରୋଧୀ ଆଇନ ଭାବେ ପରିଚିତ ଧାରା ୪୯୭ର ସାମ୍ବିଧାନିକ ବୈଧତା ନେଇ ଯେଉଁ ଘମାଘୋଟ ବିତର୍କ ଚାଲିଥିଲା, ତା’ର ଅବସାନ ଘଟିଛି । ଅର୍ଥାତ ଜଣେ ବିବାହିତ ପୁରୁଷ ଅନ୍ୟ ଜଣେ ବିବାହିତା ମହିଳାଙ୍କ ସହ ଅନୈତିକ ସଂପର୍କ ରଖିଲେ ଏହା ଅପରାଧ ନୁହେଁ । ଯେଉଁ ଆଇପିସିର ଧାରା ୪୯୭ରେ ଏହାକୁ ଅପରାଧଭୁକ୍ତ କରାଯାଇଥିଲା, ତାହାକୁ ଅବୈଧ ଘୋଷଣା କରିଛନ୍ତି ସୁପ୍ରିମକୋର୍ଟ । ବ୍ୟଭିଚାରକୁ ଅପରାଧ ମୁକ୍ତ କଲେ ଏହା ବୈବାହିକ ଅନୁଷ୍ଠାନକୁ ପ୍ରଭାବିତ କରିବ ବୋଲି ଯୁକ୍ତି ବାଢିଥିଲେ କେନ୍ଦ୍ର ସରକାର, ଯାହାକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ । ସର୍ବୋଚ୍ଚ ନ୍ୟାୟାଳୟର ଐତିହାସିକ ରାୟ ପରେ ୧୫୮ ବର୍ଷ ତଳର ବ୍ରିଟିଶ ଆଇନ ରଦ୍ଦ ହୋଇଯାଇଛି ।

କ’ଣ ଥିଲା ଆଇପିସି ଧାରା ୪୯୭ରେ

– ପରକୀୟା ସଂପର୍କ ଥିଲା ଅପରାଧ

– ପୁରୁଷଙ୍କୁ ୫ ବର୍ଷ ଜେଲ ବ୍ୟବସ୍ଥା ଥିବା ବେଳେ ସମାନ ଭୁଲ କରିଥିବା ମହିଳାଙ୍କ ବିରୋଧରେ ଦଣ୍ଡ ବ୍ୟବସ୍ଥା ନଥିଲା

– କାରଣ, ମହିଳାଙ୍କୁ ସ୍ୱାମୀଙ୍କ ସଂପତି ଭାବେ ବିବେଚନା କରାଯାଉଥିବାରୁ ଏପରି ଆଇନ ହୋଇଥଲା ।

ସୁପ୍ରିମକୋର୍ଟ କହିଥିଲେ

ଆଇନ ଆଗରେ ଉଭୟ ମହିଳା ଓ ପୁରୁଷ ସମାନ

ପତ୍ନୀଙ୍କ ମାଲିକ ନୁହଁନ୍ତି ପତି

ମହିଳାଙ୍କ ଗାରିମା ସବୁଠୁ ଉପରେ

ଧାରା-୪୯୭ ମହିଳାଙ୍କ ସମ୍ମାନକୁ କ୍ଷୁର୍ଣ୍ଣ କରୁଛି

ମହିଳାଙ୍କ ସହ ଖରାପ ବ୍ୟବହାର ଅସାମ୍ବିଧାନିକ କହିବା ସହ ସ୍ତ୍ରୀଙ୍କୁ ଅସମ୍ମାନ କରିବାର ଅଧିକାର ସ୍ୱାମୀଙ୍କର ନାହିଁ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।