କଳି କାଳର ସାବିତ୍ରୀ ! ରାଜ ରାସ୍ତାରେ ଗୋଡାଇ ଗୋଡାଇ ସ୍ୱାମୀଙ୍କୁ ଚପଲରେ ପିଟିଲା ସ୍ତ୍ରୀ

29

ମଧ୍ୟ ପ୍ରଦେଶର ଗ୍ୱାଲିଅର ସହରରେ ଏକ ଦଂପତିଙ୍କ ମଧ୍ୟରେ ଦେଖାଦେଇଥିଲା ଘମାଘୋଟ ଲଢେଇ । ଆଉ ଏହି ଲଢେଇ ପହଂଚି ଯାଇଥିଲା ଚରମ ସୀମାରେ । ଆପଣ ଜାଣିଲେ ଚକିତ ହେବେ କି ମହିଳା ଜଣକ ତାଙ୍କ ସ୍ୱାମୀଙ୍କୁ ବିଚ୍ ରାସ୍ତାରେ ଗୋଡାଇ ଗୋଡାଇ ଚପଲରେ ପିଟିଥିଲେ । ଆଉ ଯାହାର ଦୃଶ୍ୟ ରାସ୍ତାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ତେବେ ଏଠାରେ ଆମେ କହି ରଖୁଛୁ ଯେ ଏହି ଘଟଣାଟି ଗତ ୭ ତାରିଖରେ ଘଟିଥିଲା ।

ମହିଳାଙ୍କ କହିବା ଅନୁସାରେ, ତାଙ୍କ ବିବାହ ତିନି ବର୍ଷ ପୂର୍ବରୁ ହୋଇଥିଲା । ବିବାହର କିଛି ଦିନ ପରେ ତାଙ୍କ ସ୍ୱାମୀ ତାଙ୍କୁ ଛାଡି ଅନ୍ୟ ଏକ ମହିଳାଙ୍କ ସହ ଚାଲିଯାଇଥିଲେ । ଆଉ ଯାହାକୁ ନେଇ ମଧ୍ୟ ସେ ଥାନାରେ ଅଭିଯୋଗ କରିଥିଲେ । ମାତ୍ର କୌଣସି ଲାଭ ହୋଇ ନଥିଲା । ତେବେ ମିଳିଥିବା ସୂଚନା ଅନୁସାରେ ଏହା ଜଣାପଡିଛି କି, ମହିଳାଙ୍କ ସ୍ୱାମୀ କୌଣସି ଏକ କାମ ପାଇଁ ଗତ ୭ ତାରିଖରେ ଗ୍ୱାଲିଅର ଆସିଥିଲେ ଏବଂ ମହିଳା ଜଣଙ୍କର ନଜର ତାଙ୍କ ଉପରେ ପଡିଯାଇଥିଲା । ଆଉ ତାପରେ ଆରମ୍ଭ ହୋଇଯାଇଥିଲା ଉଭୟଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ । ମହିଳା ଜଣକ ଉତ୍ କ୍ଷିପ୍ତ ହୋଇ ତାଙ୍କ ସ୍ୱାମୀଙ୍କୁ ରାସ୍ତାରେ ଦୌଡାଇ ଦୌଡାଇ ଚପଲରେ ପିଟିଥିଲେ । ଯାହାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି ।

ଦେଖନ୍ତୁ ଏହି ଭିଡିଓ-