ନେତାଙ୍କ ପଛରେ ଜନତା । କୁଡିଆ ହେଲା କୋଠାଘର । ପଢନ୍ତୁ ଜଣେ ଗରିବ ବିଧାୟକଙ୍କ ହୃଦୟସ୍ପର୍ଶୀ କାହାଣୀ

Advertisment
ନେତାଙ୍କ ପଛରେ ଜନତା । କୁଡିଆ ହେଲା କୋଠାଘର । ପଢନ୍ତୁ ଜଣେ ଗରିବ ବିଧାୟକଙ୍କ ହୃଦୟସ୍ପର୍ଶୀ କାହାଣୀ

ସାଧାରଣତଃ ଲୋକଙ୍କୁ ଭୁତାଇ ସତାକୁ ଆସିବା ପରେ କିଛି ନେତା ନିଜର ପ୍ରାଥମିକ ଦାୟିତ୍ୱକୁ ମନ ମଧ୍ୟରୁ ସଂପୂର୍ଣ୍ଣ ରୂପେ ଲିଭାଇ ଦେଇଥାନ୍ତି । ନିର୍ବାଚନ ପୂର୍ବରୁ ଭୋଟ ପାଇଁ ସାଧାରଣ ଜନତାଙ୍କୁ ଯେଉଁ ସ୍ୱପ୍ନ ଦେଖାଇଥାନ୍ତି ତାକୁ ନେତା ବନିବା ପରେ ଭୁଲି ଯାଇଥାନ୍ତି । ହେଲେ ଆଜି ଆମେ ଆପଣଙ୍କୁ ଏଭଳି ଜଣେ ନେତାଙ୍କ ସଂପର୍କରେ କହିବୁ ଯାହାଙ୍କ କର୍ତ୍ତବ୍ୟଠାରୁ ଅନ୍ୟ କୋଣସି ଜିନିଷ ବଡ ନୁହେଁ । ଆଉ ଏହା ହିଁ ହେଉଛି ତାଙ୍କ ଜୀବନର ଉଦ୍ଦେଶ୍ୟ ଏବଂ ଅନ୍ୟଙ୍କ ପାଇଁ ଆଦର୍ଶ ପାଲିଟିଛି ।

publive-image

ମଧ୍ୟପ୍ରଦେଶର ଶିଓପୁରର ବିଜୟପୁର ବିଧାନସଭା ମଣ୍ଡଳୀରୁ ବିଧାୟକ ଭାବରେ ନିର୍ବାଚୀତ ହୋଇଥିବା ସୀତାରାମ ଆଦିବାସୀ ବାକି ନେତା, ମନ୍ତ୍ରୀଙ୍କଠାରୁ ବେଶ୍ ଅଲଗା । ବଡ କଥା ହେଲା , ଦୀର୍ଘଦିନ ଧରି ସତ୍ତାରେ ରହିବା ସତ୍ୱେ ବି ସେ ନିଜ ପାଇଁ ପକ୍କା ଘର ଖଣ୍ଡେ କରିପାରି ନାହାଁନ୍ତି । ଯେଉଁ କାରଣରୁ ସ୍ଥାନୀୟ ଲୋକେ ଚାନ୍ଦା କରି ତାଙ୍କ ପାଇଁ ଏକ ଘର ନିର୍ମାଣ କରୁଛନ୍ତି । କାହିଁକି ନା ଲୋକେ ଚାହୁଁନାହାଁନ୍ତି କି ତାଙ୍କର ବିଧାୟକ ଏଭଳି ଭଙ୍ଗା ଦଦରା ଘରେ ରୁହନ୍ତି ବୋଲି । ଏଥିପାଇଁ ଗାଁଲୋକେ ଘର ଘର ବୁଲି ଚାନ୍ଦା କରି ସୀତାରାମଙ୍କ ପାଇଁ ଘର ନିର୍ମାଣ କରୁଛନ୍ତି ।

publive-image

ମଧ୍ୟପ୍ରଦେଶର ଏହି ଗରିବ ବିଜେପି ବିଧାୟକ ନିଜ ପରିବାର ଧରି ଏକ ଭଙ୍ଗା ଦଦରା ଘରେ ରହୁଛନ୍ତି । ଯାହାକୁ ସ୍ଥାନୀୟ ଲୋକେ ନିଜକୁ ଅପମାନ ମନେ କରୁଛନ୍ତି । କାରଣ ସୀତାରାମ ସବୁବେଳେ ଅନ୍ୟମାନଙ୍କ ବିଷୟରେ ଚିନ୍ତା କରନ୍ତି । ସେ ସବୁବେଳେ ଲୋକଙ୍କର ସ୍ୱାର୍ଥ ଦେଖନ୍ତି । ଯେଉଁ କାରଣରୁ ଲୋକେ ତାଙ୍କୁ ଭଗବାନ ବୋଲି ମନେ କରନ୍ତି । ନିଜେ ଭଙ୍ଗା କୁଡିଆରେ ରହି ବେସାହାରା ଲୋକଙ୍କ ପାଇଁ ଘର ନିର୍ମାଣ କରିଛନ୍ତି । ଆପଣ ଜାଣିବା ପାଇଁ ଏଠାରେ ଆମେ କହି ରଖୁଛୁ କି, ନିକଟରେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ସୀତାରାମ କଂଗ୍ରେସ ପ୍ରାର୍ଥୀ ରାମନିବାସ ରାୱତଙ୍କୁ ପରାସ୍ତ କରିଛନ୍ତି । ସୀତାରାମଙ୍କ ଏହା ୩ୟ ଇନିଂସ । ସେ ପୂର୍ବରୁ ୨ ଥର ପରାସ୍ତ ହୋଇଥିଲେ ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି, ଶୀତ କାକରକୁ ଖାତିର ନକରି ସୀତାରାମ ଦେହରେ ଖଣ୍ଡିଏ ଚାଦର ଢାଙ୍କି ଘର ଆଗରେ ଏକ ଖଟି ପକାଇ ବସିରହିଥାନ୍ତି ଏବଂ ଲୋକଙ୍କ ସହ ନିଜ ଅଂଚଳର ବିକାଶ ପାଇଁ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରନ୍ତି। ଯାହାକି ସୀତାରାମଙ୍କ ଜୀବନର ନିତି ଦିନିଆ କାମ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe