ଜୀବନ ବଂଚାଇବାକୁ ଜୀବନ ବାଜି ଲଗାଇଲେ କନେଷ୍ଟବଳ ! ୧୦ କିଲୋର ବମ୍ ଧରି ଦୌଡ଼ିଲେ ୧କିଲୋମିଟର

Advertisment
ଜୀବନ ବଂଚାଇବାକୁ ଜୀବନ ବାଜି ଲଗାଇଲେ କନେଷ୍ଟବଳ ! ୧୦ କିଲୋର ବମ୍ ଧରି ଦୌଡ଼ିଲେ ୧କିଲୋମିଟର

Source; media2.intoday.in/aajtak/

ପୁଲିସକର୍ମୀଙ୍କ ସାହସିକତା । ନିଜ ଜୀବନକୁ ବାଜି ଲଗାଇ ବଂଚାଇଛନ୍ତି ୪ ଶହ ପିଲାଙ୍କର ଜୀବନ । ଏଭଳି ଘଟଣା ଘଟିଛି ଭୋପାଳର ଏକ ସ୍କୁଲରେ । ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ଖବର ମୁତାବକ, ଶୁକ୍ରବାର ଦିନ ଭୋପାଳର ଏକ ସ୍କୁଲରେ ବମ୍ ରଖାଯାଇଥିବା ଖବର ପୁଲିସକୁ ମିଳିଥିଲା । ଖବର ପାଇ ମଧ୍ୟପ୍ରଦେଶ ପୁଲିସ୍ ଘଟଣାସ୍ଥଳରେ ପହଂଚିଥିଲା ଓ ସ୍କୁଲକୁ ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲା ।

ମାତ୍ର ପିଲାମାନେ କାଳେ ବିଚଳିତ ହୋଇପଡିବେ କିମ୍ବା କୌଣସି ଦୁର୍ଘଟଣା ଘଟିବା ଆଶଙ୍କାରେ ଅଭିଷେକ ପଟେଲ ନାମକ ଜଣେ ପୁଲିସକର୍ମଚାରୀ (କନେଷ୍ଟବଳ) ନିଜ ଜୀବନକୁ ବାଜି ଲଗାଇ ହାତରେ ପାଖାପାଖି ୧୦କିଲୋର ଏକ ବମକୁ ଧରି ପିଲାମାନଙ୍କଠାରୁ ବହୁ ଦୂରକୁ ଦୌଡି ଚାଲିଯାଇଥିଲେ । ଯାହାଦ୍ୱାରା ୪ଶହ ପିଲା ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିଲେ ।

ଅଭିଷେକଙ୍କ ଏଭଳି ସାହାସିକତା ପାଇଁ ତାଙ୍କ ନିକଟକୁ ଏବେ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି । ତେବେ ଏସଂପର୍କରେ ଅଭିଷେକଙ୍କୁ ଯେତେବେଳେ ପ୍ରଶ୍ନ କରାଯାଇଥିଲା, ସେ କହିଥିଲେ କି, ‘ମୋର ଗୋଟିଏ ମାତ୍ର ଲକ୍ଷ୍ୟ ଥିଲା କିଭଳି ଏହି ୪୦୦ ପିଲାମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ତେଣୁ ମୁଁ ଆଗପଛ କିଛି ଚିନ୍ତା ନକରି ବମଟିକୁ ହାତରେ ଧରି ପିଲାମାନଙ୍କଠାରୁ ବହୁ ଦୂରକୁ ଚାଲିଯାଇଥିଲି’ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe