ଗ୍ୟାସ ଉପଭୋକ୍ତାଙ୍କୁ ଶକ୍ତ ଝଟକା ! ରୋଷେଇ ଘରୁ ସିଲିଣ୍ଡର ଉଠାଇନେବେ ସରକାର, ଜାଣନ୍ତୁ କାହିଁକି

46

ଇନ୍ଧନ ଗ୍ୟାସ ଉପଭୋକ୍ତାଙ୍କ ପାଇଁ ବଢିଲା ଅଡୁଆ । ହେଲେ ଯଦି ଆପଣ ଆମେ ନିମ୍ନରେ ଆଲୋଚନା କରିଥିବା କିଛି ଗୁରୁତ୍ୱପୂର୍ଣ୍ଣ କଥା ଉପରେ ଧ୍ୟାନ ଦିଅନ୍ତି ତେବେ ଆପଣଙ୍କୁ ଭବିଷ୍ୟତରେ କୌଣସି ଅସୁବିଧାର ସାମ୍ନା କରିବାକୁ ପଡି ନପାରେ ।

ସୂଚନା ମୁତାବକ, ଯଦି ଆପଣ ଆପଣଙ୍କର ଗ୍ୟାସ କନେକସନକୁ ଆଧାର ସହିତ ଲିଙ୍କ ନକରନ୍ତି ତେବେ ଆପଣ ଅସୁବିଧାରେ ପଡିବା ଏକପ୍ରକାରେ ସୁନିଶ୍ଚିତ । କାରଣ ଇଣ୍ଡିଆନ ଅଏଲ୍ କର୍ପୋରେସନ ଏଭଳି ଉପଭୋକ୍ତାଙ୍କର ଗ୍ୟାସ କନେକସନ ୩୧ ମାର୍ଚ୍ଚ ଡିସେମ୍ବରକୁ ବନ୍ଦ କରିଦେବା ନେଇ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ନିକଟରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମିଳିବା ପରେ ଏବେ ଏଭଳି ଉପଭୋକ୍ତାଙ୍କୁ ମାର୍ଚ୍ଚ ୨୦୧୮ ପର୍ଯ୍ୟନ୍ତ ସମୟ ଦିଆଯାଇଛି । ଗ୍ୟାସ ଏଜେନ୍ସିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ଏଭଳି ମାମଲାରେ ୧.୬୦ ଲକ୍ଷ ଗ୍ୟାସ କନେକସନ ମଧ୍ୟରୁ ବର୍ତ୍ତମାନ ମାତ୍ର ଅଧା ଲୋକ ହିଁ ଆଧାର ଲିଙ୍କ କରିଛନ୍ତି । ତେଣୁ ଯେଉଁମାନଙ୍କର ଗ୍ୟାସ କନେକସନ ବ୍ୟାଙ୍କ ଏବଂ ଆଧାର ସହିତ ଲିଙ୍କ ହୋଇନାହିଁ , ସେମାନେ ଏହି ଅସୁବିଧାରେ ପଡିବା ପୂର୍ବରୁ ତୁରନ୍ତ ଆଧାର ଲିଙ୍କ କରିଦେବାଟା ଭଲ ହେବ ବୋଲି ସୂଚିତ କରିଛନ୍ତି ।