ନିର୍ବାଚନ ସମୟରେ ବନ୍ଦ ହୋଇପାରେ ସୋସିଆଲ ମିଡିଆ ! ମତଦାନ ସରିବା ଯାଏଁ କଟକଣା ଲାଗୁ କରିପାରେ ନିର୍ବାଚନ ଆୟୋଗ

Advertisment
ନିର୍ବାଚନ ସମୟରେ ବନ୍ଦ ହୋଇପାରେ ସୋସିଆଲ ମିଡିଆ ! ମତଦାନ ସରିବା ଯାଏଁ କଟକଣା ଲାଗୁ କରିପାରେ ନିର୍ବାଚନ ଆୟୋଗ

ସୂଚନା ମୁତାବକ, ଲୋକସଭା ନିର୍ବାଚନ ସମୟରେ ସୋସିଆଲ ମିଡିଆରେ ୪୮ ଘଂଟା ପୂର୍ବରୁ ତାଲା ଲଗାଯାଇପାରେ । ଏଥିପାଇଁ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିବା ପୂର୍ବରୁ ଏହି ନିଷ୍ପତି ନେଇପାରନ୍ତି । ଯଦି ଏହି ନିଷ୍ପତି ଲାଗୁ ହୋଇଯାଏ ତେବେ କୌଣସି ବି ବ୍ୟକ୍ତି ନିର୍ବାଚନ ହେବାର ୪୮ ଘଂଟା ପୂର୍ବରୁ ସୋସିଆଲ ମିଡିଆରେ ଦଳ ବା ପ୍ରାର୍ଥୀ ସମ୍ବନ୍ଧିତ କୌଣସି ବି ସୂଚନା ପୋଷ୍ଟ କରିପାରିବେ ନାହିଁ ।

publive-image

ନିର୍ବାଚନ ଆୟୋଗ ଏଥିପାଇଁ ଏକ କମିଟି ମଧ୍ୟ ଗଠନ କରିଥିଲେ । ଏହି କମିଟିକୁ ଜନପ୍ରତିନିଧି ଆଇନ ୧୯୫୧ର ଧାରା ୧୨୬ ଅନୁସାରେ ପରାମର୍ଶ ଦେଇଛନ୍ତି କି ଫେସବୁକ୍, ହ୍ୱାଟସଆପ ଏବଂ ଟୁଇଟର ଆଦି ସୋସିଆଲ ମିଡିଆରେ କୌଣସି ବି ଲୋକସଭା ନିର୍ବାଚନ କ୍ଷେତ୍ରରେ ନିର୍ବାଚନ ତଥା ରାଜନୈତିକ ପ୍ରାର୍ଥୀଙ୍କ ସମ୍ବନ୍ଧିତ କୌଣସି ବି ପ୍ରକାରର ସୂଚନା ଦେବାକୁ ୪୮ ଘଂଟା ପୂର୍ବରୁ ହିଁ ବନ୍ଦ କରିଦିଆଯିବ । ଏହା ସହିତ ହିଁ ଏହି ପ୍ରତିବନ୍ଧକ ମତଦାନ ଶେଷ ହେବା ପର୍ଯ୍ୟନ୍ତ ଲାଗୁ ରହିବ ।

publive-image https://www.livehindustan.com

ନିର୍ବାଚନ ଆୟୋଗ ପକ୍ଷରୁ ବରିଷ୍ଠ ଉପନିର୍ବାଚନ ଆୟୁକ୍ତ ଉମେଶ ସିହ୍ନାଙ୍କ ଅଧ୍ୟକ୍ଷତାରେ ଏକ କିମିଟି ଗଠନ କରାଯାଇଛି । କମିଟିର କହିବା କଥା ହେଲା କି, ନିର୍ବାଚନ ପୂର୍ବରୁ ୪୮ ଘଂଟା କାଳ ମତଦାତାଙ୍କୁ ସମୟ ଏଥିପାଇଁ ଦିଆଯାଇଥାଏ କି , ସେମାନେ ଚୁପ ରହି ନିଜର ମନପସନ୍ଦର ଆଶାୟୀପ୍ରାର୍ଥୀଙ୍କୁ ଭୋଟ ଦେଇପାରିବେ । ତେବେ ଏହି ରିପୋର୍ଟକୁ ଜାନୁଆରୀ ରେ ହସ୍ତାନ୍ତର କରିଥିଲା ।

publive-image

କମିଟିର କହିବା କଥା ହେଲା କି ନିର୍ବାଚନ ଆୟୋଗ ବ୍ୟତୀତ ସମସ୍ତ ରାଜନୈତିକ ଦଳ ଏବଂ ବିଧି ଆୟୋଗରେ ବି ଏସଂପର୍କରେ ଏକ ରାୟ ରହିଛି । ଏହା ଏଥିପାଇଁ କାହିଁକି ନା ସୋସିଆଲ ମିଡିଆ ମତଦାନ ପୂର୍ବରୁ ମତଦାତାଙ୍କ ମନରେ ଗଭୀର ଚାପ ପକାଇପାରେ । କୌଣସି ବି ଆଶାୟୀପ୍ରାର୍ଥୀ ଅଥବା ପାର୍ଟି ସଂପର୍କରେ ମିଥ୍ୟା ପୋଷ୍ଟ କିମ୍ବା ଫର୍ଜି ଭିଡିଓ ବା ଫଟୋ ସେୟାର କରି ଶେଷ ମୁହୂର୍ତ୍ତରେ ମତଦାତଙ୍କୁ ପ୍ରଭାବିତ କରାଇପାରେ । ତେଣୁ ଏହି କାରଣରୁ ହିଁ ନିର୍ବାଚନ ସମୟରେ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଲଗାଇବାକୁ ଚାପ ପକାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe