ପାନ ସହ ଆଧାର ଲିଙ୍କ ନକଲେ ରଦ୍ଦ ସହ ଦେବାକୁ ପଡିପାରେ ଜରିମାନା । ଆପଣଙ୍କ ଗୋଟିଏ ଏସଏମଏସରେ ଲିଙ୍କ ହୋଇଯିବ ପାନକାର୍ଡ ସହ ଆଧାର ନମ୍ବର । ଜାଣନ୍ତୁ ପୂରା ପ୍ରକ୍ରିୟା…

2,312

କନକ ବ୍ୟୁରୋ: ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ପାନକାର୍ଡ ସହ ଆଧାର ଲିଙ୍କ ନକରିଲେ ଦେବାକୁ ପଡିପାରେ ଜରିମାନା । ଯଦି ଆପଣ ଆପଣଙ୍କର ପାନକାର୍ଡକୁ ଆଧାର ସହ ସଂଯୋଗ ନକରନ୍ତି ତେବେ ଆପଣଙ୍କ ପାନକାର୍ଡକୁ ଡିଆକ୍ଟିଭେଟ୍ କରିଦିଆଯିବ । ଆୟକର ବିଭାଗ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁସାରେ, ପାନକାର୍ଡ ନିସ୍କ୍ରିୟ ହେବା ଦ୍ୱାରା ସଂପୃକ୍ତ କାର୍ଡଧାରୀଙ୍କ ଜରିମାନା ଦେବାକୁ ପଡିବ । ତେବେ ପାନ ସହ ଆଧାର ନମ୍ବରକୁ ଲିଙ୍କ କରିବା ପାଇଁ ଆପଣଙ୍କୁ ଆଉ କେଉଁଠିକୁ ଦୌଡିବାକୁ ପଡିବନି କି ଖର୍ଚ୍ଚାନ୍ତ ମଧ୍ୟ ହେବାକୁ ପଡବନି । କାହିଁକି ନା ଏହି କାମ ଆପଣ ଆପଣଙ୍କ ଘରେ ବସି ବି ଅତି ସହଜରେ କରିପାରିବେ । ସେ ବି ମାତ୍ର କିଛି କ୍ଷଣ ମଧ୍ୟରେ । କେବଳ ଏକ ଏସଏମଏସ ଜରିଆରେ ହିଁ ଆପଣ ଆପଣଙ୍କର ପାନକୁ ଆଧାର ସହ ଲିଙ୍କ କରିପାରିବେ । ତେବେ କେମିତି, ଜାଣନ୍ତୁ ପୂରା ପ୍ରକ୍ରିୟା…

ଏସଏମଏସ ଜରିଆରେ କିଭଳି କରିବେ ପାନ ସହ ଆଧାର ଲିଙ୍କ

• ଏଥିପାଇଁ ଆପଣଙ୍କୁ ନିଜ ଫୋନରେ UIDPN ଟାଇପ୍ କରିବାକୁ ପଡିବ । ଏହା ପରେ, ସ୍ପେସ୍ ଦେଇ ଆପଣଙ୍କର ଆଧାର ନମ୍ବର ଏବଂ ପରେ ପାନ ନମ୍ବର ଦିଅନ୍ତୁ ।

• ଉଦାହରଣ ସ୍ୱରୂପ UIDPAN<space><12-digit Aadhaar><space><10-digit PAN> ଲେଖି ୫୬୭୬୭୮ କିମ୍ବା ୫୬୧୬୧ ପଠାଇ ଦିଅନ୍ତୁ ।

• ଏହା ପରେ ଆୟକର ବିଭାଗ ଆପଣଙ୍କ ଉଭୟ ନମ୍ବର ଲିଙ୍କ୍ ପ୍ରକ୍ରିୟାରେ ରଖିବ ।

ଅନଲାଇନ ଜରିଆରେ ବି କରିପାରିବେ ପାନ ସହ ଆଧାର ଲିଙ୍କ

• ସର୍ବପ୍ରଥମେ, ଯଦି ଆପଣଙ୍କର ଆକାଉଣ୍ଟ୍ ନାହିଁ ତେବେ ନିଜକୁ ପ୍ରଥମେ ଏଠାରେ ରେଜିଷ୍ଟର କରାନ୍ତୁ ।

• ଏହା ପରେ ଆୟକର ବିଭାଗର ଇ-ଫାଇଲ୍ ୱେବସାଇଟ୍ (www.incometaxindiaefiling.gov.in) କୁ ଯାଆନ୍ତୁ ।

• ୱେବସାଇଟରେ ‘ଲିଙ୍କ୍ ଆଧାର’ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ ।

• ଲଗଇନ୍ ପରେ, ତୁମର ଖାତାର ପ୍ରୋଫାଇଲ୍ ସେଟିଂକୁ ଯାଆନ୍ତୁ ।

• ପ୍ରୋଫାଇଲ୍ ସେଟିଂରେ, ଆପଣଙ୍କୁ ଆଧାର କାର୍ଡକୁ ଲିଙ୍କ୍ କରିବାର ବିକଳ୍ପ ନଜର ଆସିବ, ଏହାକୁ ସିଲେକ୍ଟ କରନ୍ତୁ ।

• ଏଠାରେ ଦିଆଯାଇଥିବା ବିଭାଗରେ ଆପଣଙ୍କର ଆଧାର ନମ୍ବର ଏବଂ କ୍ୟାପଚା କୋଡ୍ ପୁରଣ କରନ୍ତୁ ।

• ତେବେ ସୂଚନା ଭରିବା ପରେ, ନିମ୍ନରେ ଦେଖାଯାଇଥିବା ‘ଲିଙ୍କ୍ ଆଧାର’ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ । ଏହା ପରେ ତୁମର ଆଧାର ଲିଙ୍କ୍ ହୋଇଯିବ ।

କେଉଁ ପରିସ୍ଥିତିରେ ଦେବାକୁ ପଡିବ ଜରିମାନା

୩୧ ମାର୍ଚ୍ଚ ସୁଦ୍ଧା ଯଦି ଆପଣ ପାନକାର୍ଡ ସହ ଆଧାର ଲିଙ୍କ ନକରନ୍ତି ତେବେ ପାପଣଙ୍କ ପାନକାର୍ଡ ଡିଆକ୍ଟିଭେଟ ହୋଇଯିବ । ଆଉ ଏହି ଡିଆକ୍ଟିଭେଟ୍ ପାନ ନମ୍ବରର ବ୍ୟବହାର କରିବା ଦ୍ୱାରା ଆୟକର ବିଭାଗ ଆପଣଙ୍କ ଉପରେ ଜରିମାନା ଲଗାଇପାରିବେ ।

ପାନ-ଆଧାର ସହ ଲିଙ୍କ ହୋଇଛି କି ନାହିଁ , ଜାଣିବେ କେମିତି

ତେବେ ଏହାର ସୂଚନା ଆପଣ ଅନଲାଇନରେ ହିଁ ପାଇପାରିବେ । ଏଥିପାଇଁ ଆୟକର ବିଭାଗର ଆଧିକାରୀକ ୱେବସାଇଟ୍ (www.incometaxindiaefiling.gov.in)କୁ ଯାଇ ଜାଣିପାରିବେ କି ଆପଣଙ୍କ ପାନକାର୍ଡ ଆଧାର ସହ ଲିଙ୍କ ହୋଇଛି କି ନାହିଁ ।