ସିମକାର୍ଡ, ପାନ କାର୍ଡ ଏବଂ ବ୍ୟାଙ୍କ ଆକାଉଂଟକୁ ଆଧାର ନମ୍ବର ସହ ସଂଯୋଗ କରିବାକୁ ବାଧ୍ୟତାମୂଳକ ଭାବେ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ବ୍ୟାଙ୍କ, ପାନ କିମ୍ବା ସିମକାର୍ଡକୁ ଆଧାର ନମ୍ବର ସହ ଲିଙ୍କ କରିବା ସମୟରେ ଆପଣଙ୍କୁ ଟିକିଏ ସାବଧାନତା ଅବଲମ୍ବନ କରିବାକୁ ପଡିବ । କାରଣ ଏହାକୁ ଢାଲ କରି କିଛି ମନ୍ଦ ଉଦ୍ଦେଶ୍ୟ ରଖିଥିବା ବ୍ୟକ୍ତି ଲୋକଙ୍କୁ ଠକି ନେଇଥିବା ଭଳି ଖବର ଏବେ ସାମ୍ନାକୁ ଆସିଛି ।

Advertisment

publive-imageସୂଚନା ମୁତାବକ, ଜଣେ ଯୁବକଙ୍କଠାରୁ ସିମକାର୍ଡକୁ ଆଧାର ନମ୍ବର ସହ ଯୋଡିବା ଆଳରେ  ଜଣେ ବ୍ୟକ୍ତି ତାଙ୍କ ବ୍ୟାଙ୍କ ଖାତାରୁ ପାଖାପାଖି ୧.୩ ଲକ୍ଷ ଟଙ୍କା ଚଳୁ କରି ନେଇଛି । ସାସ୍ୱତ ଗୁପ୍ତା ନାମକ ଏହି ଯୁବକ ଜଣକ ଏନେଇ ଫେସବୁକରେ ଏକ ପୋଷ୍ଟ କରିଛନ୍ତି, ଯେଉଁଥିଲେ ସେ ଲେଖିଛନ୍ତି କି, କିଭଳି ତାଙ୍କ ନିକଟକୁ ଏକ ଫର୍ଜି ବା ମିଥ୍ୟା ଫୋନକଲ୍ ଆସିଥିଲା, ଯେଉଁଥିରେ ତାଙ୍କୁ ତାଙ୍କର ସିମକାର୍ଡକୁ ଆଧାର ନମ୍ବର ସହ ଲିଙ୍କ କରିବାକୁ କୁହାଯାଇଥିଲା । ତେବେ ଫର୍ଜି ବା ମିଥ୍ୟା କଲ୍ କରିଥିବା ଯୁବକ ଜଣକ ସାସ୍ୱତଙ୍କୁ କହିଥିଲେ କି, ସେ ନିଜର ସିମକୁ ଆଧାର ସହ ଲିଙ୍କ କରିଦିଅନ୍ତୁ । ନଚେତ୍ ଆପଣଙ୍କର ସିମକାର୍ଡକୁ ସବୁଦିନ ପାଇଁ ବନ୍ଦ କରିଦିଆଯିବ ବୋଲି କହିଥିଲା । ଏହାପରେ ଯୁବକ ଜଣକ ସିମକାର୍ଡ ନମ୍ବର ମାଗିଥିଲା ଏବଂ ଏହାକୁ ସଂଯୋଗ କରିବାର ପ୍ରଣାଳୀ ସଂପର୍କରେ ଜଣାଇଥିଲା ଏବଂ ସାସ୍ୱତଙ୍କୁ ତାହା କରିବାକୁ କହିଥିଲା ଆଉ ଶେଷରେ ଜଣା ପଡିଥିଲା କି ସାସ୍ୱତଙ୍କର ବ୍ୟାଙ୍କ ଆକାଉଂଟରୁ ୧.୩ ଲକ୍ଷ ଟଙ୍କା କଟିଯାଇଛି ।

publive-imageକେବଳ ସାସ୍ୱତ ଏକା ଏଭଳି ଠକାମୀର ଶିକାର ହୋଇ ନାହାଁନ୍ତି ଏପରି ଅନେକ ମାମଲା ମଧ୍ୟ ଏବେ ସାମ୍ନାକୁ ଆସିଛି । ତେଣୁ ଏଭଳି ପରିସ୍ଥିତିରେ ଆପଣଙ୍କୁ ମଧ୍ୟ ବ୍ୟାଙ୍କ ଆକାଉଂଟ କିମ୍ବା ଫୋନ ନମ୍ବରକୁ ଆଧାର ସହ ଲିଙ୍କ କରିବା ସମୟରେ ସଚେତନ ରହିବା ଜରୁରୀ ଅଟେ । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ କି ଆଧାରକୁ ଲିଙ୍କ କରିବା ସମୟରେ ଆପଣଙ୍କୁ କେଉଁ କେଉଁ ଦିଗ ଉପରେ ଧ୍ୟାନ ଦେବା ନିହାତି ଦରକାର ।

• କଲ୍ କିମ୍ବା ଅନଲାଇନ ଜରିଆରେ କେବେ ସିମକାର୍ଡକୁ ଆଧାର ନମ୍ବର ସହ ଲିଙ୍କ ହୋଇପାରି ନଥାଏ ।

• ଏଥିପାଇଁ ଆପଣଙ୍କୁ ସମ୍ବନ୍ଧିତ ସର୍ଭିସ୍ ପ୍ରୋଭାଇଡରର କଷ୍ଟମର କେୟାରକୁ ଯିବାକୁ ପଡିବ ।

• ଏହି ପ୍ରକ୍ରିୟାକୁ ସଂପୂର୍ଣ୍ଣ କରିବା ପାଇଁ ୟୁଜରଙ୍କର ଫିଙ୍ଗର ପ୍ରିଂଟ ଜରୁରୀ ଅଟେ ।

publive-image

• ଏଭଳି ପରିସ୍ଥିତିରେ କୌଣସି ବି କଲ୍ ଆପଣଙ୍କ ନିକଟକୁ ଆସେ ତେବେ ତାଙ୍କୁ ଆପଣଙ୍କର କୌଣସି ବି ସୂଚନା ଦିଅନ୍ତୁ ନାହିଁ ।

• ଆଧାର ନମ୍ବରକୁ ଲିଙ୍କ କରିବା ନେଇ ଫୋନ କଲ ଆସିଲେ ତାଙ୍କ ସହ ଆପଣଙ୍କର କୌଣସି ବି ଗୁପ୍ତ ତଥ୍ୟ ସେୟାର କରନ୍ତୁ ନାହିଁ ।

• ବ୍ୟାଙ୍କ ପ୍ରତିନିଧୀ ସାଜି କେହି ଆପଣଙ୍କର ଆକାଉଂଟ ସଂପର୍କିତ ତଥ୍ୟ କିମ୍ବା ପାସୱାର୍ଡ ମାଗିଲେ ତେବେ ତାଙ୍କୁ ଆପଣଙ୍କର କୌଣସି ବି ତଥ୍ୟ ଦିଅନ୍ତୁ ନାହିଁ ।

• ଯଦି ଆପଣଙ୍କ ନିକଟକୁ ଏଭଳି କୌଣସି ଫୋନ କଲ ଆସେ ତେବେ ତୁରନ୍ତ ଯାଇ ଏସଂପର୍କିତ ସୂଚନା ବ୍ୟାଙ୍କରେ ଦିଅନ୍ତୁ ।

• ବ୍ୟାଙ୍କ ଆକାଉଂଟକୁ ଆଧାର ନମ୍ବର ସହ ଲିଙ୍କ ସମ୍ବନ୍ଧିତ ବ୍ୟାଙ୍କର ଅଧିକୃତ ୱେବସାଇଟରେ ହିଁ କରନ୍ତୁ କିମ୍ବା ବ୍ୟାଙ୍କର ଶାଖାକୁ ଯାଇ ଆଧାର ଲିଙ୍କ କରନ୍ତୁ ।

ସୌଜନ୍ୟ: ଜନସତ୍ତା