ଘରେ ବସି ଜାଣନ୍ତୁ ଇପିଏଫ ବାଲାନ୍ସ: କେବଳ ଏକ ମିଡସ କଲ କିମ୍ବା ମେସେଜ ଦେଇ ମୁହୂର୍ତ୍ତକ ଭିତରେ ପାଆନ୍ତୁ ପିଏଫ ସଂପର୍କିତ ଟିକନିଖ୍ ଖବର

4,027

ଚାକିରି କରୁଥିବା ପ୍ରତ୍ୟେକ କର୍ମଚାରୀଙ୍କ ଦରମାରୁ ପ୍ରତିମାସ କିଛି ଟଙ୍କା କାଟି ରଖିଥାନ୍ତି କଂପାନୀ ମାଲିକ । ଯାହାକୁ ଇପିଏଫ ଆକାଉଂଟରେ ଜମା ରଖାଯାଇଥାଏ । ତେବେ ଯେତେ କଂଟ୍ରିବ୍ୟୁସନ କର୍ମଚାରୀ କରିଥାନ୍ତି ସେତିକି ହିଁ ଆମାଉଂଟ ନିଯୁକ୍ତିକର୍ତ୍ତା ନିଜ କର୍ମଚାରୀଙ୍କର ଇପିଏଫ ଆକାଉଂଟରେ ଜମା କରିଥାନ୍ତି । ହେଲେ ଅଧିକାଂଶ ସମୟରେ ଏହା ଜଣାପଡିନଥାଏ କି, ଆମ ଆକାଉଂଟରେ କେତେ ଟଙ୍କା ଜମା ହୋଇଛି ଏବଂ କଂପାନୀ କେତେ ଟଙ୍କା ଆମ ଆକାଉଂଟରେ ପ୍ରତିମାସ ଜମା କରୁଛି । ତେଣୁ ଆପଣଙ୍କର ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଆଜି ଆମେ ଆପଣଙ୍କୁ ଜଣାଇବୁ କି କିଭଳି ଭାବରେ ଆପଣ ଘରେ ବସି ହିଁ ନିଜ ଇପିଏଫ ଆକାଉଂଟର ବାଲାନ୍ସ ଚେକ୍ କରିପାରିବେ ।

ମିସଡ କଲରୁ ଜାଣନ୍ତୁ ଇପିଏଫ ଆକାଉଂଟର ବାଲାନ୍ସ

• ଯଦି ଆପଣଙ୍କର ମୋବାଇଲ ନମ୍ବର ଆପଣଙ୍କର ୟୁନିଭର୍ସାଲ ଆକାଉଂଟ ନମ୍ବର ତଥା ୟୁଏଏନ ସହିତ ରେଜିଷ୍ଟର ଏବଂ ୟୁଏଏନ ପୋର୍ଟାଲ ଉପରେ ଆକ୍ଟିଭ ରହିଛି ତେବେ ଆପଣ କେବଳ ଏକ ମିସଡ କଲ କରି ହିଁ ନିଜ ଇପିଏଫ ଆକାଉଂଟର ବାଲାନ୍ସ ଜାଣିପାରିବେ ।

• ଏଥିପାଇଁ ଆପଣଙ୍କୁ ଆପଣଙ୍କର ରେଜିଷ୍ଟର ନମ୍ବରରୁ ୦୧୧୨୨୯୦୧୪୦୬ ରେ ଏକ ମିସଡ କଲ କରିବାକୁ ହେବ ।

• ତେବେ ଏଭଳି କରିବାର ମୁହୂର୍ତ୍ତକ ଭିତରେ ହିଁ ଆପଣଙ୍କ ମୋବାଇଲ ନମ୍ବରକୁ ଏକ ମେସେଜ ଚାଲିଆସିବ ।

• ଯେଉଁଥିରେ ମେମ୍ବରର ନାଁ, ୟୁଏଏନ ନମ୍ବର, ଜନ୍ମତାରିଖ, ଆଧାର ଏବଂ ପାନ ନମ୍ବର, ଟୋଟାଲ ବାଲାନ୍ସ , ଲାଷ୍ଟ କଂଟ୍ରିବ୍ୟୁସନ ଆମାଉଂଟ ଏବଂ କଂଟ୍ରିବ୍ୟୁସନ ମଂଥ ସଂପର୍କିତ ସମସ୍ତ ସୂଚନା ରହିଥିବ ।

ଏସଏମଏସ ଜରିଆରେ ଚେକ୍ କରନ୍ତୁ ବାଲାନ୍ସ

• ଆପଣ ୟୁଏଏନ ସହିତ ରେଜିଷ୍ଟର୍ଡ ନିଜର ମୋବାଇଲ ନମ୍ବରରୁ ଏକ ଟେକ୍ସ ମେସେଜ ପଠାଇ ବି ନିଜ ଇପିଏଫ ବାଲାନ୍ସ ଚେକ୍ କରିପାରିବେ ।

• ଏଥିପାଇଁ ଆପଣଙ୍କୁ ମେସେଂଜରରେ ଯିବାକୁ ହେବ ଏବଂ ମେସେଜ ବଡିରେ EPFOHO UAN ଲେଖି ୭୭୩୮୨୯୯୮୯୯ରେ ମେସେଜ ପଠାଇବାକୁ ହେବ ।

• ତେବେ ମେସେଜ ପଠାଇବାର କିଛି ସମୟ ପରେ ଇପିଏଫ ହେଡ ଅଫିସ ତରଫରୁ ଆପଣଙ୍କୁ ମେସେଜ ଆସିବ, ଯେଉଁଥିରେ ଆପଣଙ୍କର ଇପିଏଫ ଆକାଉଂଟ ବାଲାନ୍ସ ସହିତ ସମସ୍ତ ସୂଚନା ମିଳିବ ।

ଉମଙ୍ଗ ଆପରୁ କରିପାରିବେ ଇପିଏଫ ବାଲାନ୍ସ ଚେକ୍

• ଯଦି ଆପଣ ଆପଣଙ୍କ ମୋବାଇଲରେ ଉମଙ୍ଗ ଆପ ଇନଷ୍ଟଲ କରିଛନ୍ତି ତେବେ ଏହାରି ଜରିଆରେ ମଧ୍ୟ ଆପଣ ଆପଣଙ୍କର ଇପିଏଫ ଆକାଉଂଟର ବାଲାନ୍ସ ଚେକ୍ କରିପାରିବେ ।

• ଏଥିପାଇଁ ଆପଣଙ୍କୁ ଉମଙ୍ଗ ଆପରେ ଇପିଏଫଓକୁ ସିଲେକ୍ଟ କରିବାକୁ ହେବ ।

• ଏହାପରେ ଏମ୍ପେ୍ଲାଇ ସେଂଟ୍ରିକ୍ ସର୍ଭିସେସରେ ଯିବାକୁ ହେବ ଏବଂ ପାସବୁକ ଅପସନ ସିଲେକ୍ଟ କରିବାକୁ ପଡିବ ।

• ଏବେ ଲଗଇନ କରିବା ପାଇଁ ୟୁଏଏନ ନମ୍ବର ଏଂଟର କରିବାକୁ ହେବ ଏବଂ ଗେଟ ଓଟିପି ଉପରେ କ୍ଲିକ୍ କରିବାକୁ ହେବ ।

• ଏଭଳି କରିବା ପରେ ଆପଣଙ୍କର ରେଜିଷ୍ଟର୍ଡ ମୋବାଇଲ ନମ୍ବରରେ ଏକ ଓଟିପି ନମ୍ବର ଆସିବ । ଯାହାକୁ ଏଠାରେ ଏଂଟର କରି ଲଗଇନ କରିପାରିବେ ।

• ଏବେ ଆପଣଙ୍କର ଇପିଏଫ ଆକାଉଂଟ ଖୋଲିଯିବ । ଏଥିରେ କ୍ଲିକ କରି ଆପଣ ଆପଣଙ୍କର ବାଲାନ୍ସ ଏବଂ ଖାତାରେ କେବେ କେତେବେଳେ ଆମାଉଂଟ ଜମା କରିଛନ୍ତି ତାହା ମଧ୍ୟ ଦେଖିପାରିବେ ।

ୱେବସାଇଟ୍ ଜରିଆରେ କରିପାରିବେ ବାଲାନ୍ସ ଚେକ୍

• ଆପଣ ଇପିଏଫଓ ଇଣ୍ଡିଆର ୱେବସାଇଟ୍ (www.epfindia.gov.in) କୁ ବି ଯାଇ ନିଜ ଆକାଉଂଟରେ ଥିବା ବାଲାନ୍ସ ଚେକ୍ କରିପାରିବେ ।

• ୱେବସାଇଟରେ ଯିବା ପରେ ଆପଣଙ୍କୁ ଏହାର ଠିକ୍ ଉପର ଭାଗରେ ଇ-ପାସବୁକର ଏକ ଅପସନ ନଜର ଆସିବ ।

• ଏଠାରେ କ୍ଲିକ୍ କରିବା ଦ୍ୱାରା ଏକ ନୂଆ ଟ୍ୟାବ୍ ଓପନ ହେବ, ଯେଉଁଠା ଆପଣ ଆପଣଙ୍କର ୟୁଏଏନ ନମ୍ବର ଏବଂ ପାସଓାର୍ଡ ବ୍ୟବହାର କରି ଲଗଇନ କରିବାକୁ କରିପାରିବେ ।

• ଲଗଇନ କରିବା ପରେ ଆପଣଙ୍କୁ ହ୍ୟାସବୋର୍ଡରୁ ନିଜ ଆକାଉଂଟ ସିଲେକ୍ଟ କରିବାକୁ ହେବ ।

• ଏଭଳି କରିବା ପରେ ଆକାଉଂଟରେ ଜମା ମୋଟ୍ ରାଶି ଏବଂ ଗତମାସମାନଙ୍କରେ ଜମା କରାଯାଇଥିବା ଆମାଉଂଟ ସଂପର୍କରେ ସମସ୍ତ ତଥ୍ୟ ପାଇଯିବେ ।