ସମସ୍ତ ସରକାରୀ ଏବଂ ବେସରକାରୀ ସେବା ଓ ଯୋଜନା ପାଇଁ ଆଧାରକାର୍ଡ ଲିଙ୍କ କରିବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ବର୍ତ୍ତମାନ ସମୟରେ ଆମେ ଆମର ଅଧିକାଂଶ କାମ କରିବାକୁ ହେଲେ ଆଧାର ନମ୍ବରକୁ ବ୍ୟବହାର କରିବାକୁ ପଡୁଛି । କିନ୍ତୁ ଆପଣ ଯେମିତି ନଭୁଲନ୍ତୁ ଏଥିପାଇଁ ଆମେ ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ କି ଆପଣ ଘରେ ବସି ବି ଜାଣି ପାରିବେ କି ଆପଣଙ୍କର ଆଧାର ନମ୍ବର ଗତ ଛଅ ମାସ ମଧ୍ୟରେ କେଉଁଠି ଏବଂ କିଏ ଆଉ କେବେ ବ୍ୟବହାର ହୋଇଛି । ଏଥିସହିତ ଯଦି ଏଥିରେ ଆପଣ କୌଣସି ଗଡବଡି ଅନୁଭୋବ କରନ୍ତି ତେବେ ଏନେଇ ସିଧାସଳଖ ଭାବରେ ୟୁଆଇଡିଏଆଇ ନିକଟରେ ଅଭିଯୋଗ ମଧ୍ୟ କରିପାରିବେ । ତେବେ ଆସନ୍ତୁ ଜାଣିବା ।

Advertisment

ୟୁଆରଏଲ ରେସିଡେଂଟ ଡଟ୍ ୟୁଆଇଡିଏଆଇ ଡଟ୍ gov.in/notification-aadhaarକୁ ନିଜ ବାଉଜରରେ କପି ପେଷ୍ଟ କରନ୍ତୁ ।

publive-image

ଏଠାରେ ଦର୍ଶାଯାଇଥିବା ନିଦ୍ଧାରିତ ସ୍ଥାନରେ ଆଧାର ନମ୍ବର ଏଂଟର କରିବା ପରେ ନିମ୍ନରେ ଦିଆଯାଇଥିବା ଖାଲି ସ୍ଥାନରେ ସିକ୍ୟୁରିଟି କୋଡକୁ ପୁରଣ କରିବାକୁ ହେବ ।

publive-image

ଏହାପରେ ଓଟିପି ଜେନେରେଟ୍ କରିବା ଅପସନ ଉପରେ କ୍ଲିକ୍ କରିବାକୁ ହେବ । ଏବେ ଆପଣଙ୍କର ଆଧାର ସହିତ ରେଜିଷ୍ଟର ହୋଇଥିବା ମୋବାଇଲ ନମ୍ବରରେ ଓଟିପି ଆସିବ ।

publive-image

ଏହାପରେ ଏଠାରେ ଯେଉଁ ପେଜ ଖୋଲିବ ତା ଦ୍ୱାରା ଅର୍ଥଟିକେସନ ଟାଇପରେ ଡ୍ରାପ ଡାଉନ ଆପଣଙ୍କୁ ‘ଅଲ’ ଅପସନକୁ ସିଲେକ୍ଟ କରିବାକୁ ହେବ ।

publive-image

ନିମ୍ନରେ ଦିଆଯାଇଥିବା ସିଲେକ୍ଟ ଡେଟ ରେଂଜର ଅପସନକୁ ମଧ୍ୟରୁ ଆପଣ ସର୍ବାଧିକ ଛଅ ମାସ ମଧ୍ୟରେ ଡେଟକୁ ଚୟନ କରିପାରିବେ ।

publive-image

ନମ୍ବର ଅଫ ରେକର୍ଡସ ଚୟନ କରିବା ପରେ ପେଜକୁ ସବମିଟ କରିଦିଅନ୍ତୁ । ଏବେ ହିଷ୍ଟ୍ରିକୁ ଦେଖିପାରିବେ ଏବଂ ଯଦି ଆପଣ ଏଥିରେ କିଛି ଗଡବଡି ଅନୁଭବ କରନ୍ତୁ ତେବେ ତୁରନ୍ତ ଏହାର ଅଭିଯୋଗ ୟୁଆଇଡିଏଆଇରେ ୧୯୪୭ ନମ୍ବରରେ କଲ କରି କରିପାରିବେ ।