ଆପଣଙ୍କ ବିଧାୟକ ପାଉଛନ୍ତି କେତେ ଦରମା ? ଜାଣନ୍ତୁ ଗୋଟିଏ କ୍ଲିକରେ

53

ଭାରତ ଏକ ଗଣତାନ୍ତ୍ରୀକ ଦେଶ । ଏଠାରେ ୨୯ଟି ରାଜ୍ୟ ଓ ୭ଟି କେନ୍ଦ୍ରଶାସିତ ଅଞ୍ଚଳ ରହିଛି । ଏହି ରାଜ୍ୟଗୁଡିକରେ ମୋଟ୍ ୪୧୨୦ ଜଣ ବିଧାୟକ ଅଛନ୍ତି । ପ୍ରତ୍ୟେକ ରାଜ୍ୟରେ ବିଧାନସଭା ପାଇଁ ବିଧାୟକଙ୍କୁ ମନ୍ନୋନିତ କରାଯାଇଥାଏ ।ଏଥିପାଇଁ ପ୍ରତ୍ୟେକ ରାଜ୍ୟରେ ପ୍ରତିବର୍ଷ ୧ କୋଟିରୁ ଆରମ୍ଭ କରି ୪ କୋଟି ଟଙ୍କା ପର୍ଯ୍ୟନ୍ତର ବିଧାୟକ ଫଣ୍ଡ ଜାରି କରାଯାଇଥାଏ । ଏଠାରେ ଆମେ କହି ରଖୁଛୁ କି, ଏହା ପ୍ରତ୍ୟେକ ରାଜ୍ୟରେ ଭିନ୍ନ ଭିନ୍ନ ହୋଇଥାଏ ।

ଆପଣଙ୍କୁ ଜଣା ଥିବ କି, ପ୍ରତ୍ୟେକ ବିଧାୟକଙ୍କୁ ଫଣ୍ଡ ବ୍ୟତାତ ପ୍ରତିମାସ ଏକ ନିଶ୍ଚିତ ଦରମା ମଧ୍ୟ ଦିଆଯାଇଥାଏ । ଏହି ଦରମା ମଧ୍ୟ ପୃଥକ ପୃଥକ ରାଜ୍ୟରେ ଭିନ୍ନ ଭିନ୍ନ ଅଟେ । ଯଦି ଆମେ ସାରା ଦେଶରେ ସବଠାରୁ ଅଧିକ ଦରମା ପାଉଥିବା ରାଜ୍ୟ କଥା କହିବା ତେବେ ଏହାର ସର୍ବାଗ୍ରେ ରହିଛି ତେଲଙ୍ଗାନାରେ, ଯେଉଁଠି ସବୁଠାରୁ ଅଧିକ ଦରମା ତଥା ସାଢେ ଦୁଇ ଲକ୍ଷ ଟଙ୍କା ପ୍ରତି ମାସ ପ୍ରତ୍ୟେକ ବିଧାୟକଙ୍କୁ ଦିଆଯାଇଥାଏ । ସେହିପରି ତ୍ରିପୁରାରେ ସବୁଠାରୁ କମ୍ ଦରମା ତଥା ମାତ୍ର ୩୪ ହଜାର ଟଙ୍କା ଜଣେ ବିଧାୟକଙ୍କୁ ଦିଆଯାଇଥାଏ ।

ଭାରତରେ କେଉଁ ରାଜ୍ୟରେ ବିଧାୟକଙ୍କୁ କେତେ ଦରମା ମିଳିଥାଏ । ତେବେ ଆସନ୍ତୁ ଜାଣିବା…

ତେଲଙ୍ଗନାରେ ବିଧାୟକଙ୍କର ମାସିକ ଦରମା ପାଖାପଖି ସାଢେ ୨ ଲକ୍ଷ ଟଙ୍କା ରହିଛି

ଦିଲ୍ଲୀରେ ବିଧାୟକଙ୍କର ମାସିକ ଦରମା ପାଖାପାଖି ୨.୧୦ ଲକ୍ଷ ଟଙ୍କା ରହିଛି

ଉତ୍ତରପ୍ରଦେଶରେ ବିଧାୟକଙ୍କର ମାସିକ ଦରମା ପାଖାପାଖି ୧.୮୭ ଲକ୍ଷ ଟଙ୍କା ରହିଛି

ମହାରାଷ୍ଟ୍ରରେ ବିଧାୟକଙ୍କର ମାସିକ ଦରମା ପାଖାପାଖି ୧.୭୦ ଲକ୍ଷ ଟଙ୍କା ରହିଛି

ଜମ୍ମୁ-କାଶ୍ମୀରରେ ବିଧାୟକଙ୍କର ମାସିକ ଦରମା ପାଖାପାଖି ୧.୬୦ ଲକ୍ଷ ଟଙ୍କା ରହିଛି

ଉତ୍ତରାଖଣ୍ଡରେ ବିଧାୟକଙ୍କର ମାସିକ ଦରମା ପାଖାପାଖି ୧.୬୦ ଲକ୍ଷ ଟଙ୍କା ରହିଛି

ଆନ୍ଧ୍ରପ୍ରଦେଶରେ ବିଧାୟକଙ୍କର ମାସିକ ଦରମା ପାଖାପାଖି ୧.୩୦ ଲକ୍ଷ ଟଙ୍କା ରହିଛି

ହିମାଚଳ ପ୍ରଦେଶରେ ବିଧାୟକଙ୍କର ମାସିକ ଦରମା ପାଖାପାଖିି ୧.୨୫ ଲକ୍ଷ ଟଙ୍କା ରହିଛି

ରାଜସ୍ଥାନରେ ବିଧାୟକଙ୍କର ମାସିକ ଦରମା ପାଖାପାଖି ୧.୨୫ ଲକ୍ଷ ଟଙ୍କା ରହିଛି

ଗୋଆରେ ବିଧାୟକଙ୍କର ମାସିକ ଦରମା ପାଖାପାଖିି ୧.୧୭ ଲକ୍ଷ ଟଙ୍କା ରହିଛି

ହରିୟାଣାରେ ବିଧାୟକଙ୍କର ମାସିକ ଦରମା ପାଖାପାଖି ୧.୧୫ ଲକ୍ଷ ଟଙ୍କା ରହିଛି

ପଂଜାବରେ ବିଧାୟକଙ୍କର ମାସିକ ଦରମା ପାଖାପାଖି ୧.୧୪ ଲକ୍ଷ ଟଙ୍କା ରହିଛି

ଝାଡଖଣ୍ଡରେ ବିଧାୟକଙ୍କର ମାସିକ ଦରମା ପାଖାପାଖି ୧.୧୧ ଲକ୍ଷ ଟଙ୍କା ରହିଛି

ମଧ୍ୟପ୍ରଦେଶରେ ବିଧାୟକଙ୍କର ମାସିକ ଦରମା ପାଖାପାଖି ୧.୧୦ ଲକ୍ଷ ଟଙ୍କା ରହିଛି

ଛତିଶଗଡରେ ବିଧାୟକଙ୍କର ମାସିକ ଦରମା ପାଖାପାଖି ୧.୧୦ ଲକ୍ଷ ଟଙ୍କା ରହିଛି

ବିହାରରେ ବିଧାୟକଙ୍କର ମାସିକ ଦରମା ପାଖାପାଖି ୧.୧୪ ଲକ୍ଷ ଟଙ୍କା ରହିଛି

ପଶ୍ଚିମବଙ୍ଗରେ ବିଧାୟକଙ୍କର ମାସିକ ଦରମା ପାଖାପାଖି ୧.୧୩ ଲକ୍ଷ ରହିଛି

ତାମିଲନାଡୁରେ ବିଧାୟକଙ୍କର ମାସିକ ଦରମା ପାଖାପାଖି ୧.୦୫ ଲକ୍ଷ ଟଙ୍କା ରହିଛି

ଓଡିଶାରେ ବିଧାୟକଙ୍କର ମାସିକ ଦରମା ପାଖାପାଖି ୧ ଲକ୍ଷ ଟଙ୍କା ରହିଛି

କର୍ଣ୍ଣାଟକରେ ବିଧାୟକଙ୍କର ମାସିକ ଦରମା ପାଖାପାଖି ୯୮ ହଜାର ଟଙ୍କା

ସିକ୍କିମରେ ବିଧାୟକଙ୍କର ମାସିକ ଦରମା ପାଖାପାଖି ୮୬.୫ ହଜାର ଟଙ୍କା

କେରଳରେ ବିଧାୟକଙ୍କର ମାସିକ ଦରମା ପାଖାପାଖି ୭୦ ହଜାର ଟଙ୍କା

ଗୁଜରାଟରେ ବିଧାୟକଙ୍କର ମାସିକ ଦରମା ପାଖାପାଖି ୬୫ ହଜାର ଟଙ୍କା

ମେଘାଳୟରେ ବିଧାୟକଙ୍କର ମାସିକ ଦରମା ପାଖାପାଖି ପାଖାପାଖି ୧୫୯ ହଜାର ଟଙ୍କା

ପଣ୍ଡୁଚେରୀରେ ବିଧାୟକଙ୍କର ମାସିକ ଦରମା ପାଖାପାଖି ୫୦ ହଜାର ଟଙ୍କା

ଅରୁଣାଚଳ ପ୍ରଦେଶରେ ବିଧାୟକଙ୍କର ମାସିକ ଦରମା ପାଖାପାଖି ୪୯ ହଜାର ଟଙ୍କା

ମିଜୋରାମରେ ବିଧାୟକଙ୍କର ମାସିକ ଦରମା ପାଖାପାଖି ୪୭ ହଜାର ଟଙ୍କା

ଆସାମରେ ବିଧାୟକଙ୍କର ମାସିକ ଦରମା ପାଖାପାଖି ୪୨ ହଜାର ଟଙ୍କା

ମଣିପୁରରେ ବିଧାୟକଙ୍କର ମାସିକ ଦରମା ପାଖାପାଖି ୩୭ ହଜାର ଟଙ୍କା

ନାଗାଲାଣ୍ଡରେ ବିଧାୟକଙ୍କର ମାସିକ ଦରମା ପାଖାପାଖି ୩୬ ହଜାର ଟଙ୍କା

ତ୍ରିପୁରାରେ ବିଧାୟକଙ୍କର ମାସିକ ଦରମା ପାଖାପାଖି ୩୪ ହଜାର ଟଙ୍କା

ଦରମା ବ୍ୟତୀତ ବିଧାୟକଙ୍କୁ ମିଳିଥାଏ ଏହି ସବୁ ସୁବିଧା

ଭାରତରେ ସବୁଠାରୁ ବଡ ରାଜ୍ୟ ତଥା ଉତ୍ତରପ୍ରଦେଶରେ ବିଧାୟକମାନଙ୍କୁ ବିଧାୟକ ନିଧି ଆଧାରରେ ୫ ବର୍ଷ ଭିତରେ ସାଢେ ୭ କୋଟି ଟଙ୍କା ଦିଆଯାଇଥାଏ । ଏହାଛଡା ବିଧାୟକଙ୍କୁ ଭତା ରୂପରେ ୭୫ ହଜାର ମାସିକ ଏବଂ ୨୪ ହଜାର ଟଙ୍କା ଡିଜେଲ ଖର୍ଚ୍ଚ ବାବଦକୁ ମିଳିବା ସହିତ ୬ ହଜାର ଟଙ୍କା ପର୍ସନାଲ ଆସିଷ୍ଟାଂଟ ରଖିବା ପାଇଁ ଦିଆଯାଇଥାଏ ।

ଏହାବ୍ୟତୀତ, ବିଧାୟକଙ୍କୁ ମୋବାଇଲ ବାବଦକୁ ଖର୍ଚ୍ଚ ପାଇଁ ୬ ହଜାର ଟଙ୍କା ମିଳିଥାଏ । ଏଥିରେ ଚିକିତ୍ସା ଖର୍ଚ୍ଚ ବାବଦକୁ ୬ ହଜାର ଟଙ୍କା ମଧ୍ୟ ସାମିଲ ରହିଛି । ତେବେ ଏହିସବୁ ସୁବିଧା ମିଳିବା ସହିତ ହିଁ ତାଙ୍କୁ ସରକାରୀ ଆବାସରେ ରହିବା, ଖାଇବା ପିଇବା, ନିଜ ଆସନକୁ ଯିବା ଆସିବା ବାବଦକୁ ଅଲଗା ଖର୍ଚ୍ଚ ଦିଆଯାଇଥାଏ । ଯଦି ଏହିସବୁକୁ ମିଶାଇ ଦିଆଯାଏ ତେବେ ଜଣେ ବିଧାୟକଙ୍କୁ ପ୍ରତି ମାସ ମୋଟ୍ ୧.୮୭ ଲକ୍ଷ ଟଙ୍କା ମିଳିଥାଏ ।