ମିଛ ଦୁଷ୍କର୍ମ ଓ ଯୌତୂକ ଜନିତ ନିର୍ଯାତନା ଭଳି ମିଥ୍ୟା ଅଭିଯୋଗରୁ କିପରି କରିବେ ନିଜକୁ ରକ୍ଷା? ଜାଣନ୍ତୁ ଏଥିରୁ ବଂଚିବାର ଉପାୟ ଏବଂ କଣ ରହିଛି ପ୍ରତ୍ୟେକ ପୁରୁଷଙ୍କର ଅଧିକାର

56

ଦିନକୁ ଦିନ ମହିଳାଙ୍କ ପ୍ରତି ହିଂସା ବଢ଼ିଚାଲିଛି । ଘରୋଇ ହିଂସା ଏବଂ କର୍ମକ୍ଷେତ୍ରରେ ଯୌନ ଶୋଷଣ ସହ ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ପ୍ରତି ଅତ୍ୟାଚାର ଦିନକୁ ଦିନ ବଢିବାରେ ଲାଗିଛି । ମହିଳାଙ୍କ ପ୍ରତି ଅଶ୍ଳୀଳ ଆଚରଣ, ପିଛା କରିବା, ଉଦ୍ଦେଶ୍ୟମୂଳକ ଭାବେ ଚାହିଁବା, କମେଂଟ ମାରିବା ଏବଂ ଦୁଷ୍କର୍ମ କରିବା ଏହାର ଗୋଟିଏ ଗୋଟିଏ ଉଦାହରଣ । ପ୍ରତିଦିନ ମହିଳାଙ୍କ ପ୍ରତି ହେଉଥିବା ହିଂସା ଖବର ଖବରକାଗଜର ପୃଷ୍ଠା ମଣ୍ଡନ କରୁଛି । କେଉଁଠି ଯୌତୁକ ପାଇଁ ମହିଳାମାନେ ନିର୍ୟାତନା ଭୋଗୁଛନ୍ତି ତ ଆଉ କେଉଁଠି ଆପଣାର ଲୋକଙ୍କ ଗହଣରେ ମାନସିକ ଯନ୍ତ୍ରଣାର ଶିକାର ହେଉଛନ୍ତି । ଏବେ ଦିନ ପ୍ରତିଦିନ ଦୁଷ୍କର୍ମ ସଂଖ୍ୟା ବଢ଼ିଚାଲିଛି । ଏସବୁ ସତ ହେଲେ ମଧ୍ୟ କିଛି ଏପରି ମହିଳା ମଧ୍ୟ ଅଛନ୍ତି, ଯେଉଁମାନେ ପୋଲିସରେ ମିଛ ଅଭିଯୋଗ କରନ୍ତି । ଯଦ୍ୱାରା ବିଚରା ସ୍ୱାମୀ ପ୍ରତାଡ଼ିତ ହେଉଥାଏ । ତେବେ ଆପଣ ମଧ୍ୟ ଯଦି ଏପରି କିଛି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ପୀଡ଼ିତ ବ୍ୟକ୍ତିଙ୍କ ପାଖରେ ମଧ୍ୟ ରହିଛି ଅନେକ ଅଧିକାର ।

• କେହି ବି ବ୍ୟକ୍ତି ଯଦି ତାଙ୍କ ପତ୍ନୀଙ୍କ ଦ୍ୱାରା ଅତ୍ୟାଚାରିତ ହେଉଥାଆନ୍ତି, ତେବେ ସେ ଛାଡ଼ପତ୍ର ପାଇଁ ଆବେଦନ କରିପାରିବେ । ତେବେ ଏହା ପୂର୍ବରୁ ପୀଡତ ବ୍ୟକ୍ତିଙ୍କୁ ପୋଲିସ ପାଖରେ ଅଭିଯୋଗ କରିବା ପାଇଁ ପଡ଼ିବ । ଏହାସହ ତାଙ୍କୁ ଅଦାଲତରେ ପ୍ରମାଣିତ କରିବା ପାଇଁ ପଡ଼ିବ କି ସେ ପ୍ରକୃତରେ ପତ୍ନୀଙ୍କ ଦ୍ୱାରା ଅତ୍ୟାଚାରିତ ହେଉଛନ୍ତି ।

• ଯଦି କୌଣସି ମହିଳା ନିଜ ସ୍ୱାମୀଙ୍କ ଉପରେ ଯୌତୁକ ସହ ଜଡ଼ିତ ବିଷୟରେ କିଛି ଅଭିଯୋଗ କରନ୍ତି, ତବେ ସ୍ୱାମୀଙ୍କୁ ସଙ୍ଗେ ସଙ୍ଗେ ଗିରିଫ କରାଯାଇପାରିବ ନାହିଁ । ଏହି ମାମଲାରେ ପୋଲିସ ପୁରା ତଦନ୍ତ କରିବା ପରେ, ପୁରୁଷ ବିରୋଧରେ ଦୋଷ ସାବ୍ୟସ୍ତ ହେଲେ ଯାଇ ଗିରଫ କରିପାରିବେ ।

• ସ୍ତ୍ରୀ ଦ୍ୱାରା ଅତ୍ୟାଚାରିତ ହେଉଥିବା ବ୍ୟକ୍ତିଙ୍କ ସସହାୟତା ପାଇଁ ମଧ୍ୟ ସବୁ ନିୟମ କାନୁନ ରହିଛି । ଏପରି ସ୍ଥିତି ଉପୁଜିଲେ ସ୍ୱାମୀ ପୋଲିସର ସହାୟତା ନେଇ ସ୍ତ୍ରୀଙ୍କ ବିରୋଧରେ ଆଇପିସି ଧାରା ଅନୁସାରେ ମାମଲା ଦାଏର କରିପାରିବେ ।

• ଯାଂଚ ପରେ ପତ୍ନୀ ଦୋଷୀ ସାବ୍ୟସ୍ତ ହେଲେ ପୀଡ଼ିତ ସ୍ୱାମୀ ଛାଡ଼ପତ୍ର ପାଇବାର ହକଦାର ସାବ୍ୟସ୍ତ ହେବେ ।