ଲାପଟପକୁ କରନ୍ତୁ ମୋବାଇଲ ! ଫୋନ ଭଳି କାମ କରିବ ଆପଣଙ୍କର ଲାପଟପ, ଜାଣନ୍ତୁ ପୂରା ପ୍ରକ୍ରିୟା

51

ଯଦି ଆପଣ ଆପଣଙ୍କର ମୋବାଇଲ ଫୋନକୁ ଭୁଲ ବଶତଃ ଘରେ ଛାଡି ଆସିଛନ୍ତି ତେବେ ଏଥିପାଇଁ ଆଦୌ ବ୍ୟସ୍ତ ହୁଅନ୍ତୁନାହିଁ । କାରଣ ଆପଣ ମୋବାଇଲରେ କରୁଥିବା କାମ ଆପଣଙ୍କର ଲାପଟପରେ ବି କାମ କରିପାରିବେ । ଯାହା ସଂପର୍କରେ ଆମେ ନିମ୍ନରେ ଆଲୋଚନା କରିଛୁ ।

ଆପଣଙ୍କର ଲାପଟପକୁ ମୋବାଇଲ କରିବା ପାଇଁ ଆପଣଙ୍କୁ ଏକ ଆପ ଡାଉଲଲୋଡ କରିବାକୁ ହେବ । ଏହି ଆପଟି ହେଉଛି AirDroid । ଏହି ଆପ ଜରିଆରେ ଆପଣ ଆପଣଙ୍କର ଲାପଟପ ଏବଂ କମ୍ପୁଟରକୁ କଂଟ୍ରୋଲ କରିପାରିବେ ।

ବ୍ୟବହାର କରିବା ପ୍ରକ୍ରିୟା

• AirDroid ବ୍ୟବହାର କରିବା ସମୟରେ ଧ୍ୟାନ ରଖିବେ କି, ଆପଣଙ୍କର ମୋବାଇଲ ଏବଂ ଲ୍ୟାପଟପ ଉଭୟ ଯାଙ୍କ ଗୋଟିଏ ହିଁ ନେଟୱର୍କ ସହିଜ ଜଡିତ ଥିବ । ତେବେ AirDroidହେଉଛି ମଲ୍ଟି-ସ୍କ୍ରିନ ଆପ ।

• ଏହା ଜରିଆରେ ଆପଣ ମୋବାଇଲ ଫିଚର୍ସକୁ ଡେକ୍ସଟପରେ ଆଣିପାରିବେ । ସେହିପରି ଏହି ଆପଟି ଉଭୟ Windows ଏବଂ Mac platform କାମ କରିଥାଏ । AirDroid ଆପକୁ ଡାଉନଲୋଡ କରନ୍ତୁ ।

• ଏବେ ଆପଣ ଆପଣଙ୍କର ଲାପଟପ ବ୍ରାଉଜରରେ web.airdroid.com  ଟ୍ୟାବ ଖୋଲନ୍ତୁ । ଏହାପରେ ଏଠାରେ ଏକ ୱିଣ୍ଡୋ ଓପବନ ହୋଇଯିବ, ଯେଉଁଥରେ ଏକ କ୍ୟୁଆର କୋଡ ଆସିବ ଆଉ ଏହି କୋଡଟିକୁ ଆପଣ ସ୍କାନ କରିବାକୁ ହେବ ।

• ଯଦି ଆପଣଙ୍କର ପୂର୍ବରୁ ହିଁ ଆକାଉଂଟ ରହିଥିବ ତେବେ ଆପଣଙ୍କୁ କେବଳ ଏଥିରେ ସାଇନଇନ କରିବାକୁ ହେବ । ଆପଣ ବିନା କୌଣସି ଆକାଉଂଟର ବି କନେକ୍ଟ ହୋଇପାରେ ।