ରହସ୍ୟ ଘେରରେ ଉତ୍ତର କୋରିଆ ମୁଖିଆଙ୍କ ତୃତୀୟ ସନ୍ତାନ !

40

ଉତ୍ତର କୋରିଆକୁ ନେଇ ଅନେକ ରହସ୍ୟ ତଥା ଦ୍ୱନ୍ଦ୍ୱମାନ ଭରି ରହିଛି ଆଉ ସେଗୁଡିକ ମଧ୍ୟରୁ ଗୋଟିଏ ହେଲା ଏଠିକାର ମୁଖିଆ ତଥା ଶାସକ କିମ୍ ଜଙ୍ଗ ଉନଙ୍କ ପାରିବାରିକ ଜୀବନ ।

ଦକ୍ଷିଣ କୋରିଆର ଖୁଫିଆ ଏଜେନ୍ସିର ସୂଚନା ମୁତାବକ, କିମ୍ ଜଙ୍ଗ ଉନଙ୍କ ପତ୍ନୀ ତଥା ରି-ସୋଲ-ଜୁ ଚଳିତ ବର୍ଷ ଫେବୃଆରୀ ମାସରେ ତୃତୀୟ ସନ୍ତାନର ଜନନୀ ହୋଇଛନ୍ତି । କାରଣ, ୨୦୧୬ରେ ଯେତେବେଳେ ତାଙ୍କର ସାର୍ବଜନୀକ ଭାବେ ନଜର ଆସିବା ବନ୍ଦ ହୋଇଯାଇଥିଲା ସେହି ସମୟରେ ହିଁ ସନ୍ଦେହ କରାଯାଇଥିଲା କି ସେ ଗର୍ଭବତୀ ଥାଇପାରନ୍ତି ବୋଲି ।

କୁହାଯାଏ, ତାଙ୍କର ଅନ୍ୟ ଦୁଇ ଶିଶୁଙ୍କର ଜନ୍ମ ୨୦୧୦ ଏବଂ ୨୦୧୩ରେ ହୋଇଥିଲା । କିନ୍ତୁ ଏଯାବତ୍ ଏକଥା ସ୍ପଷ୍ଟ ହୋଇ ପାରିନି କି, କିମ୍ ଜଙ୍ଗ ଉନ୍ ବାସ୍ତବରେ ପୁଅ ନା କନ୍ୟା ସନ୍ତାନର ବାପା ହୋଇଛନ୍ତି । କାରଣ, ଏପର୍ଯ୍ୟନ୍ତ କାହାକୁ ବି ଜଣା ନାହିଁ କିମ୍ ଜଙ୍ଗ ଉନଙ୍କର ପ୍ରଥମ ଏବଂ ତୃତୀୟ ସନ୍ତାନର ଲିଙ୍ଗ କଣ ।

ଖାଲି ଏତିକି ଜାଣିବାକୁ ମିଳିଛି କି, ଏହି ଯୋଡିଙ୍କର ଦ୍ୱିତୀୟ ସନ୍ତାନ ଏକ କନ୍ୟା ବୋଲି । ଯାହାର ନାଁ ଜୁ ଏଇ । ତେବେ ଏହି ଖବର ବି ସେତେବେଳେ ଯାଇ ସାମ୍ନାକୁ ଆସିଥିଲା ୨୦୧୩ରେ ଯେତେବେଳେ ଆମେରିକୀ ବାସ୍କେଟବଲ ଷ୍ଟାର ଡେନିସ୍ ରାଡମନ ଗାର୍ଡିଆନଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ଭୁଲ ବଶତଃ କହିପକାଇଥିଲେ । ମାମଲାଟି ଯଦିଓ ଅବିଶ୍ୱସନୀୟ ଲାଗୁଥିବ ମାତ୍ର ଏହା ବାସ୍ତବ ଅଟେ ।

ଡେନିସ୍ ରାଡମନ ଏବଂ କିମ୍ ଜଙ୍ଗ ଉନଙ୍କ ମଧ୍ୟରେ ରହିଛି ଖୁବ୍ ଭଲ ସଂପର୍କ । ଡେନିସଙ୍କ କହିବା କଥା ହେଲା କି, ଉତ୍ତର କୋରିଆ ଯାତ୍ରା ସମୟରେ ସେ କିମଙ୍କ ସହ ସମୂଦ୍ର କୂଳରେ ଦୀର୍ଘ ସମୟ ବିତାଇଥିଲେ । ସେ ଜଙ୍ଗ ଉନଙ୍କୁ ଜଣେ ଭଲ ବାପା ବୋଲି ସମ୍ବର୍ଦ୍ଧିତ କରିଥିଲେ । ଆଉ କହିଥିଲେ, କିମଙ୍କ ପରିବାର ବହୁତ ଭଲ ।

ସେହିପରି ଉତ୍ତର କୋରିଆର ସରକାରୀ ଗଣମାଧ୍ୟମ ବି ନିଜ ଶାସକ ବା ନେତାଙ୍କର ବ୍ୟକ୍ତିଗତ ଜୀବନ ସଂପର୍କରେ ବେଶି କିଛି ସୂଚନା ଦେଇନଥାନ୍ତି । କିମ୍ ଜଙ୍ଗ-ଉନ କେଉଁଠାରେ ଏବଂ କିଭଳି ଲାଳିତ-ପାଳିତ ହୋଇଥିଲେ, ସେ ସଂପର୍କରେ ବି କାହା ପାଖରେ ଅଧିକ କୌଣସି ସୂଚନା ନାହିଁ । ତେବେ କିମଙ୍କୁ ପ୍ରଥମ ଥର ପାଇଁ ସେପ୍ଟେମ୍ବର ୨୦୧୦ରେ ନିଜ ବାପାଙ୍କର ମୃତ୍ୟୁ ହେବାର କିଛି ସମୟ ପରେ ହିଁ ସାର୍ବଜନୀକ ଭାବେ ଦେଖିବାକୁ ମିଳିଥିଲା । ହେଲେ କାହାକୁ ବି ଜଣାନଥିଲା କି କିମଙ୍କ ଜନ୍ମ କେବେ ଆଉ କେଉଁଠାରେ ହୋଇଥିଲା ବୋଲି । ତେବେ ଅନୁମାନ କରାଯାଏ କି, କିମଙ୍କର ଜନ୍ମ ୧୯୮୩ରେ କିମ୍ବା ୧୯୮୪ରେ ହୋଇଥାଇପାରେ ।

କିମଙ୍କର ଜେଜେବାପା ତଥା କିମ୍ ଇଲ ସୁଙ୍ଗ ଅଧିକାଂଶ ସମୟରେ ନିଜ ପତ୍ନୀଙ୍କ ସହିତ ଖୋଲାଖୋଲି ଭାବେ ନଜର ଆସନ୍ତି ଏବଂ ସେମାନଙ୍କ ପିଲାମାନଙ୍କର ଫଟୋ ବି ଉଠାଇଛନ୍ତି । କିନ୍ତୁ କିମ୍ ଜଙ୍ଗ ଉନଙ୍କ ବାପା କିମ୍ ଜଙ୍ଗ-ଇଲ ଅନେକ କଥାକୁ ରହସ୍ୟ କରି ରଖିଥିଲେ । ଶୁଣିବାକୁ ମିଳେ କି, କିମଙ୍କ ବାପା ୩ଜଣଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ତିନୋଟି ଝିଅ ମଧ୍ୟ ଥିଲେ । କିନ୍ତୁ ସେ ନିଜ ବ୍ୟକ୍ତିଗତ ଜୀବନକୁ ଜନତାଙ୍କ ନଜରରୁ ଲୁଚେଇ ରଖିବାକୁ ଚାହୁଁଥିଲେ ।

୨୦୧୨ରେ ଯେତେବେଳେ କିମ୍ ଜଙ୍ଗ-ଉନ ଜଣେ ମହିଳାଙ୍କ ସହିତ ଏକ ସାଧାରଣ କାର୍ଯ୍ୟକ୍ରମରେ ନଜର ଆସିଥିଲେ ସେତେବେଳେ ଉଭୟଙ୍କୁ ନେଇ ଅନେକ କଥା ଉଠିଥିଲା । ସେହି ସମୟରେ ଉତ୍ତର କୋରିଆର ଟେଲିଭିଜନରେ ଉକ୍ତ ମହିଳାଙ୍କ ପରିଚୟ କିମ୍ ଜଙ୍ଗ ଉନଙ୍କ ପତ୍ନୀ ରି ସୋଲ-ଜୁଙ୍କ ରୂପରେ ଚିତ୍ରଣ କରିଥିଲା । ଶୁଣିବାକୁ ମିଳେ କି, ସାର୍ବଜନୀକ ରୂପରେ ନଜର ଆସିବାର ପାଖାପାଖି ୩ ବର୍ଷ ପୂର୍ବରୁ ହିଁ କିମ୍ ଜଙ୍ଗ-ଉନ ବିବାହ କରିସାରିଥିଲେ ।

କିଙ୍ଗ ଜଙ୍ଗ ଉନ ନିଜର ବାପା କିଙ୍ଗ ଜଙ୍ଗ ଇଲଙ୍କର ସବା ସାନ ପୁଅ ଥିଲେ କିନ୍ତୁ କେବେ କୁହାଯାଇ ନଥିଲା କି କିମ୍ ହିଁ ଉତ୍ତରାଧିକାରୀ ହୋଇପାରନ୍ତି ବୋଲି । ୨୦୧୧ରେ ଯେତେବେଳେ କିଙ୍ଗ ଜଙ୍ଗ ଇଲଙ୍କର ମୃତ୍ୟୁ ହୋଇଥିଲା ସେତେବେଳେ ଯାଇ କିମଙ୍କୁ ଉତ୍ତରାଧିକାରୀ ଭାବେ ଘୋଷଣା କରାଯାଇଥିଲା । ଚଳିତ ବର୍ଷ ଯେତେବେଳେ କିମ ଜଙ୍ଗ-ଉନଙ୍କ ଜଣେ ସାବତ ଭାଇଙ୍କର ଏକ ଏୟାରପୋର୍ଟରେ ହତ୍ୟା ହୋଇଥିଲା ସେତେବେଳେ କିମଙ୍କ ପରିବାରର ଇତିହାସ ପୁଣି ଥରେ ସାମ୍ନାକୁ ଆସିଥିଲା । ଖାଲି ସେତିକି ନୁହେଁ କିମ୍ ହାନ-ସୋଲ ନାମକ ଜଣେ ବ୍ୟକ୍ତିଙ୍କର ରହସ୍ୟମୟ ଭିଡିଓ ବି ସେହି ସମୟରେ ସାମ୍ନାକୁ ଆସିଥିଲା । ଯେଉଁଥିରେ ସେ ନିଜକୁ କିମ୍ ଜଙ୍ଗ-ନମଙ୍କର ପୁଅ ବୋଲି ଦାବି କରୁଥିଲା ।

କିମ୍ ଜଙ୍ଗ ଉନଙ୍କ ପତ୍ନୀ କିଏ

ରି ସୋଲ-ଜୁଙ୍କ ସଂପର୍କରେ ବି ଅଧିକ କୌଣସି ତଥ୍ୟ ମିଳିପାରିନି ମାତ୍ର ଅନେକ ଖବର ଶୁଣିବାକୁ ମିଳେ କି, ରି ସୋଲ-ଜୁ ଜଣେ ଗାୟିକା ଥିଲେ ଏବଂ ଏକ କାର୍ଯ୍ୟକ୍ରମରେ ଗୀତ ଗାଉଥିବା ସମୟରେ କିମ୍ ଜଙ୍ଗ ଉନଙ୍କ ନଜର ତାଙ୍କ ଉପରେ ପଡିଥିଲା । ତେବେ ଏହି ନାଁରେ ଜଣେ ଉତ୍ତର କୋରିଆର କଳାକାର ମଧ୍ୟ ଅଛନ୍ତି । କିନ୍ତୁ ଏକଥା ସ୍ପଷ୍ଟ ନୁହେଁ କି ଗୋଟିଏ ନାଁ ଅଲଗା ଅଲଗା ।

ତେବେ ସେ ଯାହା ହେଉନା କାହିଁକି, କିଛି ବିଶେଷଜ୍ଞଙ୍କ କହିବା କଥା ହେଲା, କିମ୍ ଜଙ୍ଗ-ଉନ ଏବଂ ରି ସୋଲ-ଜୁଙ୍କର ତିନୋଟି ସନ୍ତାନ ରହିଛି । ତେବେ ରି ସୋଲ-ଜୁଙ୍କ ସାର୍ବଜନୀକ ସ୍ଥାନରେ ଏଭଳି କିମଙ୍କ ସହ ବିନା କୌଣସି ଭୟରେ ନଜର ଆସିବାର ତୁଳନା ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ପତ୍ନୀ ମିଶେଲ ଓବାମାଙ୍କ ସହ କରାଯାଇଥାଏ । ଯାହାକୁ ଦେଖି ଏହା ଆକଳନ କରାଯାଇପାରେ କି କିମ ଜୋଙ୍ଗ-ଉନଙ୍କ ନେତୃତ୍ୱ ଶୈଳୀରେ ଟିକିଏ ନରମତା ଆସିବ କିନ୍ତୁ ମିସାଇଲ ପରୀକ୍ଷଣ ପରେ ବର୍ତ୍ତମାନ କିମଙ୍କ ଦେଶର ଅନ୍ତରାଷ୍ଟ୍ରୀୟ ସଂପର୍କ ଅଚାନକ୍ ଭାବେ ଖରାପ ହୋଇଯାଇଛି ।

ସୌଜନ୍ୟ- ବିବିସି ନ୍ୟୁଜ୍