ଜିଓ ଦେଲା ସରପ୍ରାଇଜ୍ ! ବନ୍ଦ ହୋଇନି ମାଗଣା ସେବା

ଜିଓ ଦେଲା ସରପ୍ରାଇଜ୍ ! ବନ୍ଦ ହୋଇନି ମାଗଣା ସେବା

Source: The Digital Indian

ଜିଓ ତାର ସମର ସରପ୍ରାଇଜ୍ ଅଫରକୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଛି । ଦୀର୍ଘ ୨୦୦ ଦିନ ଧରି ଚାଲି ଆସିଥିବା ଜିଓର ଫ୍ରି ସର୍ଭିସ ଅଫର ଏବେ ଆନୁଷ୍ଠାନିକ ଭାବେ ବନ୍ଦ ହୋଇଯାଇଛି ବୋଲି ଖବର ମିଳିଛି । ଯଦିଓ ଏହାର ମାଗଣା କଲିଂ ସୁବିଧା କିଛି ଦିନ ଯାଏଁ ଚାଲିବ । ମାତ୍ର ଆପଣ ଏବେବି ଜିଓର ଅଫରର ଲାଭ ଉଠାଇ ପାରିବେ , କାରଣ ଏବେବି ଜିଓର ସମର ସରପ୍ରାଇଜ୍ ଅଫର ଶେଷ ହୋଇ ନାହିଁ । କେବଳ ମାତ୍ର ଏହା ଘୋଷଣା କରାଯାଇଛି ।

ଜିଓ ପ୍ରାଇମ ସର୍ଭିସର ସଦସ୍ୟ ହେବାର ଶେଷ ସୀମା ୩୧ ମାର୍ଚ୍ଚକୁ ରଖାଯାଇଥିଲା । କିନ୍ତୁ ଏହାର ଠିକ୍ ପୂର୍ବରୁ କଂପାନୀ ଏହାକୁ ୧୫ ଅପ୍ରିଲକୁ ବଢାଇ ଦେଇଥିଲା । ଏଥି ସହିତ ମଧ୍ୟ ଏକ ସରପ୍ରାଇଜ୍ ଅଫର ଉପସ୍ଥାପନା କରିଥିଲା ଯାହାର ଅବଧି ୩ ମାସିଆ ରଖାଯାଇଥିଲା । ଅର୍ଥାତ୍ ୧୫ ଏପ୍ରିଲ ପର୍ଯ୍ୟନ୍ତ ୯୯ ଏବଂ ୩୦୩ ଟଙ୍କାର ରିଚାର୍ଜ କରିବା ଦ୍ୱାରା ଗ୍ରାହକ ଅଧିକ ୩ମାସ ଯାଏଁ ପ୍ରତିଦିନ ୧ଜିବି ଡାଟା ଏବଂ ଫ୍ରି କଲିଂର ସୁବିଧା ଉଠାଇ ପାରିବେ ।

କାହିକିଁ ବନ୍ଦ ହେଲା ଜିଓ ସମର ସରପ୍ରାଇଜ୍ ଅଫର

ଟ୍ରାଇ ରିଲାଏନ୍ସ ଜିଓକୁ ସରପ୍ରାଇଜ୍ ଅଫର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି । ଏହାର ଉତ୍ତରରେ କଂପାନୀ କହିଛି କି, ସେ ଟ୍ରାଇର ନିର୍ଦ୍ଦେଶକୁ ମାନିବା ସହ ଏହି ଅଫରକୁ ମଧ୍ୟ ପ୍ରତ୍ୟାହାର କରିନେବ ବୋଲି । କିନ୍ତୁ ସଙ୍ଗେ ସଙ୍ଗେ ଏକ ଷ୍ଟେଟମେଂଟ ଜାରି କରିଥିଲା ଏହାକୁ ପୁଣି ଥରେ ଫେରାଇ ନେବାକୁ । ତେବେ କଂପାନୀର ଏହି ଘୋଷଣାରୁ ଯାହା ଜଣାପଡୁଛି ‘ସମର ସରପ୍ରାଇଜ୍ ଅଫର’ରେ ସାମିଲ୍ ହୋଇସାରିଥିବା ଗ୍ରାହକମାନଙ୍କ ପାଇଁ ଏହା ତୁରନ୍ତ ବନ୍ଦ କରାଯାଉ ନାହିଁ। ଅର୍ଥାତ୍ ତୁରନ୍ତ ବନ୍ଦ କରିବା ସମ୍ଭବପର ହେଲେ ଯାଇ ଏହି ଅଫର୍ ବନ୍ଦ କରାଯିବ। ନଚେତ୍ ସେ ପର୍ଯ୍ୟନ୍ତ ତାହା ଚାଲୁଥିବ। ରିଲାଏନ୍ସ ଜିଓ ଆଉ ମଧ୍ୟ କହିଛି ଯେ, ଯେଉଁମାନେ ଏହା ମଧ୍ୟରେ ସମର୍ ସରପ୍ରାଇଜ୍ ଅଫରର ଗ୍ରାହକ ହୋଇସାରିଛନ୍ତି, ସେମାନେ ସେବା ପାଇବେ। ଅଫର୍ ବନ୍ଦ ହେଲେ ମଧ୍ୟ ସେମାନଙ୍କର କୌଣସି ଅସୁବିଧା ହେବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe