‘ଜିଓ’ର ପ୍ରାଇମ ମେମ୍ବରସିପ ନେଇଛନ୍ତି କି ? ତେବେ ଆପଣଙ୍କୁ ମିଳିବ କଂପାନୀର ୫ଟି ଜବରଦସ୍ତ ଫାଇଦା, ହେଲେ ଗୋଟିଏ ସର୍ତ୍ତରେ

32

ଯଦି ଆପଣ ଗତବର୍ଷ ଜିଓର ପ୍ରାଇମ ମେମ୍ବରସିପ ନେଇଛନ୍ତି ତେବେ ଆପଣ ଏବେ ଏହାର ଲାଭ ମନଇଚ୍ଛା ଉଠାଇପାରିବେ । କାରଣ ନିକଟରେ ଜିଓ ନିଜ ନିଜର ପ୍ରାଇମ ମେମ୍ବରସିପ ବାଲା ୟୁଜର୍ସଙ୍କୁ ମାର୍ଚ୍ଚ ୨୦୧୯ ପର୍ଯ୍ୟନ୍ତ ଏହି ସେବା ପୁଣି ଥରେ ମାଗଣାରେ ପ୍ରଦାନ କରିବାକୁ ଘୋଷଣା କରିଛି ।

କଂପାନୀର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ଯେଉଁ ଲୋକମାନେ ଏହାକୁ ରିଚାର୍ଜ କରି ନାହାଁନ୍ତି ତେବେ ତାଙ୍କୁ ଉଭୟ କଲ ଏବଂ ଏସଏମଏସର ସେବା ମହଙ୍ଗା ମିଳିବ । ସେହିପରି ଯେଉଁମାନେ ଗତବର୍ଷ ଏହି ମେମ୍ବରସିପ ନେଇଥିଲେ ତେବେ ତାଙ୍କୁ ପୁଣିଥରେ ଏହି ସବସକ୍ରିସନ ଗୋଟିଏ ବର୍ଷ ପାଇଁ ମାଗଣାରେ ମିଳିବ । ଯେଉଁଥିରେ ଆପଣ ସମସ୍ତ ଲାଇଭ ପ୍ରୋଗ୍ରାମ ମଧ୍ୟ ଦେଖିପାରିବେ ।

ତେବେ ଏଥିପାଇଁ ଆପଣ ଜିଓ ସିମ କିଣିବାକୁ ପଡିବ । ଜିଓ ଆପକୁ ଯାଆନ୍ତୁ ଏବଂ ପ୍ରାଇମ ମେମ୍ବରସିପର ଅପସନ ଚୟନ କରନ୍ତୁ । ଯାହାଦ୍ୱାରା ଆପଣ ଲାଇଭ ଟିଭି ଚ୍ୟାନେଲ, ସିନେମା, ଭିଡିଓ, ଟିଭି ସୋ, ଗୀତ, ନ୍ୟୁଜ୍ ଆଦି ମଧ୍ୟ ହାଇସ୍ପିଡ ଇଂଟରନେଟରେ ମାଗଣାରେ ଦେଖିପାରିବେ । ଯେଉଁମାନେ ଏହାକୁ ରିଚାର୍ଜ କରିଛନ୍ତି ସେମାନଙ୍କୁ ବହୁତ କମରେ ହିଁ ହାଇସ୍ପିଡର ଇଂଟରନେଟ ଡାଟା ମିଳିପାରିବ ।