ଜିଓ ସିମ୍ ଭଳି ପୁଣି ଥରେ ଜିଓ ଫୋନ୍ ଏବେ ବଜାରରେ ଚାଂଚଲ୍ୟ ସୃଷ୍ଟି କରିଛି । ଯାହା ଏବେ ଜିଓ ୪ଜି ଫିଚର ଫୋନ ନାଁ କଂପାନୀ ଲଂଚ କରିଛି । ଜିଓ ଫୋନର ବିଟା ଟେଷ୍ଟିଂ ୧୫ ଅଗଷ୍ଟରୁ ଆରମ୍ଭ ହୋଇସାରିଛି ଆଉ ଏହାର ପ୍ରିବୁକିଂ ଆସନ୍ତାକାଲି ଅର୍ଥାତ୍ ୨୪ ଅଗଷ୍ଟରୁ ସାଧାରଣ ଲୋକଙ୍କ ପାଇଁ ଆରମ୍ଭ ହେବାକୁ ଯାଉଛି । ତେବେ ନଜର ପକାନ୍ତୁ ଜିଓ ଫୋନ ବୁକିଂ ସଂପର୍କରେ କିଛି ଗୁରୁତ୍ୱ ପୂର୍ଣ୍ଣ ଖବର ।
ସର୍ବ ପ୍ରଥମେ ଏଠାରେ ଆମେ କହି ରୁଖୁଛୁ କି, ଦେଶର ପାଖାପାଖି ୭୦୦ଟି ସହରରେ ରିଲାଏନ୍ସ ଡିଜିଟାଲର ଷ୍ଟୋର ରହିଛି । ଏହାବ୍ୟତୀତ ୧,୦୭୭୨ଟି ଜିଓ ସେଂଟର ମଧ୍ୟ ରହିଛି । ଯାହାକି ପାଖାପାଖି ୧୦ ଲକ୍ଷ ରିଟେଲରଙ୍କୁ କଭର କରିଥାଏ । ତେବେ ଜିଓ ଫୋନକୁ ଆପଣ ଦୁଇଟି ଉପାୟରେ ବୁକିଂ କରିପାରିବେ ଅର୍ଥାତ୍ ଅନଲାଇନ ଏବଂ ଅଫଲାଇନ୍ ଅର୍ଥାତ୍ ଆପଣ ଦୋକାନକୁ ଯାଇ ମଧ୍ୟ ଏହି ଫୋନଟିକୁ ବୁକିଂ କରିପାରିବେ ।
ଯଦିଓ ଫୋନର ଅନଲାଇନ ବୁକିଂ କରିବାର ସମୟକୁ ନେଇ ସେଭଳି କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ତେବେ ଏକ ବିଶେଷ ସୂତ୍ରରୁ ଯାହା ଜଣାପଡିଛି ଯେ, ଫୋନର ବୁକିଂ ଆସନ୍ତାକାଲି ବା ଅଗଷ୍ଟ ୨୪ ତାରିଖ ଦିନ, ସକାଳ ୧୦ଟାରୁ ଆରମ୍ଭ ହେବାକୁ ଯାଉଛି । ଯଦି ଆପଣ ଫୋନକୁ ଅନଲାଇନ ବୁକ୍ କରିବାକୁ ଚାହୁଁଛନ୍ତି ତେବେ ‘ମାଇ ଜିଓ ଆପ’ ଏବଂ ‘ଜିଓ ଡଟ୍ କମ’କୁ ଯାଇ ବୁକିଂ କରିପାରିବେ । ସେହିପରି ଅଧିକାଂଶ ରିଟେଲର୍ସ ମଧ୍ୟ ଏହାର ପ୍ରିବୁକିଂ ଆରମ୍ଭ ମଧ୍ୟ କରିସାରିଛନ୍ତି । ଯାହାଦ୍ୱାରା ଆପଣ ଫୋନର ପ୍ରି-ବୁକିଂ ଜିଓ ଷ୍ଟୋର କିମ୍ବା ରିଲାଏନ୍ସ ଡିଜିଟାଲ ଷ୍ଟୋରରୁ ବି ସହଜରେ କରିପାରିବେ ।
ଅନଲାଇନ୍ ଅର୍ଡର୍ ପାଇଁ କେମିତି କରିବେ ପଞ୍ଜୀକରଣ :
ଅନଲାଇନ୍ ଅର୍ଡର୍ ପାଇଁ କମ୍ପାନୀର ୱେବସାଇଟ୍ ଡବ୍ଲୁ ଡବ୍ଲୁ ଡବ୍ଲୁ.ଜିଓ.କମରେ ପ୍ରି-ବୁକିଂ କରିପାରିବେ । ଏଥିରେ ଆପଣଙ୍କୁ କିଛି ତଥ୍ୟ ଦେବାକୁ ପଡିବ । ଯେମିକି ଆପଣଙ୍କ ନାଁ, ମୋବାଇଲ୍ ନମ୍ବର, ଇମେଲ୍ ଏବଂ ପିନ୍ କୋର୍ଡ । ଏହାପରେ ଆପଣଙ୍କ ନିକଟକୁ ଏକ କନଫରମେସନ୍ ମେସେଜ୍ ବା ମେଲ୍ ଆସିବ । ତେବେ ଏହି ପ୍ରି ବୁକିଙ୍ଗ୍ ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ କରିପାରିବେ । ଅଫଲାଇନ୍ ପାଇଁ ନିକଟସ୍ଥ ରିଲାଏନ୍ସ ରିଟେଲରଙ୍କ ପାଖକୁ ଯିବାକୁ ପଡିବ ।
ଡକ୍ୟୁମେଂଟ୍ :
ଏହି ଫୋନ୍ ପାଇବାକୁ ହେଲେ ଦରକାର ଆଧାରକାର୍ଡ । ଯଦି ଆପଣ ଗୋଟିଏରୁ ଅଧିକ ଫୋନ୍ କିଣିବାକୁ ଚାହୁଁଛନ୍ତି ତେବେ ମିଳିବା ଅସମ୍ଭବ । କାରଣ ଗୋଟିଏ ଆଧାର କାର୍ଡରେ ଗୋଟିଏ ଫୋନ୍ ହିଁ ମିଳିପାରିବ । ଆଧାର୍ କାର୍ଡ ଷ୍ଟୋରରେ ଦେବା ପରେ ଆପଣଙ୍କ ସବୁ ତଥ୍ୟ ସଫ୍ଟୱେରରେ ଲୋଡ୍ ହୋଇଯିବ ।
ମୂଲ୍ୟ :
ଯେତେବେଳେ ମୁକେଶ୍ ଅମ୍ବାନୀ ୨୧ ଜୁଲାଇରେ ଏହି ଫୋନକୁ ନେଇ ଘୋଷଣା କରିଥିଲେ ସେତେବେଳେ ଏହା ଏକ ପ୍ରକାର ମାଗଣା ବୋଲି କହିଥିଲେ । କାରଣ ଏହି ଫୋନ୍ କିଣିବା ବେଳେ ଆପଣଙ୍କୁ ମାତ୍ର ୧୫୦୦ଟଙ୍କା ଜମା କରିବାକୁ ପଡିବ । କିନ୍ତୁ ୩ବର୍ଷ ପରେ ଏହି ଟଙ୍କା ଆପଣ ଫେରିପାଇବେ । ଏହାର ଅର୍ଥ ଏହି ଫୋନଟି ଆପଣ ମାଗଣା ପାଇପାରିବେ ।
ଡେଲିଭରୀ ତାରିଖ :
ଯେଉଁମାନେ ଏବେ ଅନଲାଇନ୍ ଅର୍ଡର୍ କରିଛନ୍ତି ସେମାନେ ସେପ୍ଟେମ୍ବର ୧ ରୁ ୪ ତାରିଖ ଭିତରେ ଏହି ଫୋନକୁ ପାଇପାରିବେ । ତେବେ ବିଳମ୍ବରେ ଯେଉଁମାନେ ଅର୍ଡର କରିଛନ୍ତି ସେମାନଙ୍କ ନିକଟରେ ବିଳମ୍ବରେ ଫୋନ୍ ପହଂଚିପାରେ । କାରଣ ଧୀରେ ଧୀରେ ଗ୍ରାହକଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେଣୁ ଯଦି ଶୀଘ୍ର ପାଇବାକୁ ଚାହାଁନ୍ତି ତେବେ ଶୀଘ୍ର ଅର୍ଡର୍ କରନ୍ତୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/08/Capture-20.jpg)