ଶସ୍ତା ଫୋନ ପରେ ଏବେ ବ୍ୟାଙ୍କ ଖୋଲିବ ଜିଓ ! ଗ୍ରାହକଙ୍କୁ ମିଳିବ ଅନେକ ସୁବିଧା

83

ପ୍ରଥମେ ସିମ୍ ଓ ପରେ ମୋବାଇଲକୁ ନେଇ ଟେଲିକମ ଜଗତରେ ହଇଚଇ ସୃଷ୍ଟି କରିଥିବା ରିଲାଏନ୍ସ ଜିଓ ଏବେ ଆଉ ଗୋଟିଏ ପାଦ ଆଗେଇବାକୁ ଯାଉଛି । କାରଣ ଖୁବ୍ ଶୀଘ୍ର ରିଲାଏନ୍ସ କଂପାନୀ ଆରମ୍ଭ କରିବାକୁ ଯାଉଛି ପେମେଂଟ ବ୍ୟାଙ୍କ ଆଉ ଏନେଇ କଂପାନୀ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ସହିତ କଥାବାର୍ତ୍ତା ମଧ୍ୟ କରିସାରିଛି ।

ସୂଚନା ମୁତାବକ, ରିଲାଏନ୍ସ ଜିଓ ଚଳିତ ବର୍ଷ ଶେଷ ସୁଦ୍ଧା ଅର୍ଥାତ୍ ଡିସେମ୍ବର ସୁଦ୍ଧା ନିଜର ଏକ ପେମେଂଟ ବ୍ୟାଙ୍କ ଲଂଚ କରିପାରେ । ଏହି ପେମେଂଟ ବ୍ୟାଙ୍କ ଆରଆଇଏଲ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ଏବଂ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ସହିତ ପାର୍ଟନର୍ସିପ କରି ଖୋଲାଯିବ । ଯାହାକି ଡିସେମ୍ବରକୁ ଆରମ୍ଭ ହୋଇପାରେ ।

ମିଳିଥିବା ସୂଚନାରେ, ଯଦିଓ ଏକଥା ମଧ୍ୟ ସ୍ପଷ୍ଟ କରାଯାଇଛି କି, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଚେୟାରମ୍ୟାନ ତଥା ମୁକେଶ ଅମ୍ବାନୀ ପେମେଂଟ ବ୍ୟାଙ୍କକୁ ଜିଓ ଫୋନ ସହିତ ହିଁ ଲଂଚ କରିବାକୁ ଚାହୁଁଥିଲେ ମାତ୍ର ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଜିଓର ନିଜର କ୍ଷମତା ଡେମୋଷ୍ଟ୍ରେଟ୍ କରିବାକୁ କହିବା ସହ ତାକୁ ପ୍ରମାଣତି କରିବାକୁ ମଧ୍ୟ କହିଥିଲେ । ତେଣୁ ଏହି କାରଣରୁ ପେମେଂଟ ବ୍ୟାଙ୍କ ଲଂଚ କରିବାକୁ ନେଇ ବିଳମ୍ବ ହୋଇଛି ବୋଲି ଜଣାପଡିଛି ।

ଏଠାରେ ଆମେ କହି ରଖୁଛୁ କି, ଜିଓ ଏଭଳି ପ୍ରଥମ କଂପାନୀ ନୁହେଁ କି ଯିଏକି ପେମେଂଟ ବ୍ୟାଙ୍କ ଆଣିବାକୁ ଯୋଜନା କରୁଛି । ଏହାପୂର୍ବରୁ ବି ଦେଶର ସବୁବଡ ଟେଲିକମ କଂପାନୀ ତଥା ଏୟାରଟେଲ ମଧ୍ୟ ପେମେଂଟ ବ୍ୟାଙ୍କ ଲଂଚ କରିସାରିଛି । ଜିଓ ପେମେଂଟରୁ ଷ୍ଟେଟ୍ ବ୍ୟାଙ୍କକୁ ମଧ୍ୟ ଫାଇଦା ମିଳିବ । କାରଣ ବର୍ତ୍ତମାନ ସମୟରେ ରିଲାଏନ୍ସ ଜିଓର ଗ୍ରାହକ ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଲମ୍ବିଛି ଏବଂ କଂପାନୀ ନିଜର ନେଟୱର୍କ ମଧ୍ୟ ବୃଦ୍ଧି କରିବାରେ ଲାଗିଛି ।

ଜାଣନ୍ତୁ ପେମେଂଟ ବ୍ୟାଙ୍କରୁ କି ଲାଭ ମିଳିବ

ରିଜର୍ଭ ବ୍ୟାଙ୍କର ନିୟମ ଅନୁସାରେ, ପେମେଂଟ ବ୍ୟାଙ୍କରେ କୌଣସି ବି ଗ୍ରାହକଙ୍କର ସେଭିଂ ଆକାଉଂଟ ଖୋଲାଯାଇ ପାରିବ । ଯେଉଁଥିରେ ୟୁଜର ପାଖାପାଖି ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା ମଧ୍ୟ କରିପାରିବେ । ପେମେଂଟ ବ୍ୟାଙ୍କ ଡେଭିଟ୍ କାର୍ଡ ବି ଜାରି କରିପାରେ । ଏହାବ୍ୟତୀତ ୟୁଟିଲିଟି ବିଲ ପେମେଂଟ ପାଇଁ ଅଫର ମଧ୍ୟ ଏଥିରେ ରହିବ । ଖାଲି ସେତିକି ନୁହେଁ, ପେମେଂଟ ବ୍ୟାଙ୍କ ନିକଟରେ ଗ୍ରାହକଙ୍କୁ ସିମ୍ପୁଲ ଫାଇନ୍ସିଆଲ ପ୍ରଡକ୍ଟ ଭଳି ମ୍ୟୁଚିଆଲ ପ୍ରଡକ୍ଟ ଏବଂ ଇନସ୍ୟୁରାନ୍ସ ଦେବାର ବିକଳ୍ପ ମଧ୍ୟ ରହିବ ।

ଅନ୍ୟପଟେ ଛୋଟ ବ୍ୟବସାୟ ପାଇଁ ମଧ୍ୟ ଏହି ପେମେଂଟ ବ୍ୟାଙ୍କ ଅତ୍ୟନ୍ତ ଫଳପ୍ରଦ ରହିବ । କାରଣ ଏହି ବ୍ୟାଙ୍କରେ ୫ରୁ ୬ କର୍ମଚାରୀ ଥିବା ବ୍ୟବସାୟ ପାଇଁ ସାଲାରୀ ଆକାଉଂଟ ମଧ୍ୟ ଖୋଲା ଯାଇପାରିବ । ଅର୍ଥାତ୍ ଯଦି ଜିଓ ପେମେଂଟ ବ୍ୟାଙ୍କ ଲଂଚ କରେ ତେବେ ଗ୍ରାହକଙ୍କୁ ପୁଣି ଥରେ ଅନେକ ନୂଆ ନୂଆ ଅଫର ମିଳିବାର ସମ୍ଭାବନା ରହିପାରେ । ଏହାବ୍ୟତୀତ, ଜିଓର ଡେଭିଟ୍ କାର୍ଡ ମଧ୍ୟ ଆସିପାରେ । ଯାହାଦ୍ୱାରା ଲୋକେ ଟ୍ରାଂଜାକ୍ସନ କରିପାରିବେ । ମୋଟ ଉପରେ କହିବାକୁ ଗଲେ, ଏହି ପେମେଂଟ ବ୍ୟାଙ୍କଦ୍ୱାରା ମୋବାଇଲ ଜରିଆରେ ବ୍ୟାଙ୍କିଂ କାରବାର ଖୁବ ସହଜ ହେବା ସହ ଲୋକଙ୍କୁ ଆଉ ବ୍ୟାଙ୍କରେ ଲମ୍ବାଧାଡି ଲଗାଇବାକୁ ପଡିନପାରେ ।

ସୌଜନ୍ୟ: ଆଜତକ୍