ଜିଓ, ଏୟାରଟେଲ, ଭୋଡାଫୋନ ଏବଂ ଆଇଡିଆ ! ଜାଣନ୍ତୁ କାହାର ପ୍ଲାନ ଆପଣଙ୍କ ପାଇଁ ବେଶି ଭଲ

51

ଜିଓ, ଏୟାରଟେଲ, ଭୋଡାଫୋନ ଏବଂ ଆଇଡିଆ ଭଳି ଟେଲିକମ କଂପାନୀମାନେ ନିଜ ନିଜର ଗ୍ରାହକଙ୍କୁ ଆକୃଷ୍ଠ କରିବା ଉଦ୍ଦେଶ୍ୟରେ ପ୍ରତିଦିନ ଲଂଚ କରିବାରେ ଲାଗିପଡିଛନ୍ତି ଅନେକ ନୂଆ ନୂଆ ଶସ୍ତା ଅଫର । ତେବେ ଏସମସ୍ତ କଂପାନୀମାନଙ୍କ ପ୍ଲାନଗୁଡିକ ପ୍ରାୟତଃ କିଛି ମାତ୍ରାରେ ଏକାଭଳି ରହିଛି । କିନ୍ତୁ ଏହାର ଦାମ ଏବଂ ଏଥିରୁ ମିଳୁଥିବା ସୁବିଧାଗୁଡିକରେ ସାମାନ୍ୟ ତଫାତ ଦେଖାଦେଇଛି । ତେଣୁ ଆଜି ଆମେ ଆପଣଙ୍କୁ ଜଣାଇବୁ କି ଏହି ସମସ୍ତ ପ୍ଲାନ ଗୁଡିକ ମଧ୍ୟରେ କଣ ଫରକ୍ ରହିଛି ଏବଂ ଆପଣଙ୍କ ପାଇଁ କେଉଁ ପ୍ଲାନଟି ଅତ୍ୟନ୍ତ ଲାଭଦାୟକ ହେବ । ତେବେ ଆସନ୍ତୁ ଜାଣିବା ।

ଜିଓ:

ରିଲାଏନ୍ସ ଜିଓର ସମସ୍ତ ପ୍ଲାନରେ ରହିଛି ଅସୀମ ଡାଟା ଏବଂ ଭଏସ କଲର ସୁବିଧା । ତେବେ ଜିଓର ସବୁଠାରୁ ଶସ୍ତା ପ୍ଲାନ ୧୯ ଟଙ୍କାର ରହିଛି । ଯାହାକି ଦିନିକିଆ ବୈଧତା ବିଶିଷ୍ଟ । ଏଥିରେ ୦.୧୫ଜିବି ହାଇସ୍ପିଡର ଡାଟା ମଧ୍ୟ ଉପଲବ୍ଧ । ଏହାପରେ ସ୍ପିଡ କମ ହୋଇଯିବ । ସେହିପରି ୫୨ ଟଙ୍କିଆ ରିଚାର୍ଜ ପ୍ଲାନରେ ରହିଛି ପ୍ରତିଦିନ ହିସାବରେ ୦.୧୫ଜିବି ହାଇ ସ୍ପିଡର ଡାଟା । ଯାହାର ବୈଧତା ରହିିଛି ୭ ଦିନ । ଜିଓର ୩୯୯ ଟଙ୍କିଆ ରିଚାର୍ଜ ପ୍ଲାନର ସମୟସୀମା ରହିଛି ୭୦ ଦିନ । ଯେଉଁଥିରେ ପ୍ରତିଦିନ ମିଳୁଛି ୧ଜିବି ହାଇସ୍ପିଡର ଡାଟା ସହିତ ୭୦ ଦିନ ପର୍ଯ୍ୟନ୍ତ ଅସୀମ କଲିଂର ସୁବିଧା ।

ଏୟାରଟେଲ:

ଏୟାରଟେଲର ୧୯୯ ଟଙ୍କିଆ ରିଚାର୍ଜ ପ୍ଲାନରେ ମିଳୁଛି ୧ଜିବି ଡାଟା । ଏହାବ୍ୟତୀତ କୌଣସି ବି ନେଟୱର୍କ ଉପରେ ଅସୀମ କଲିଂର ସୁବିଧା । ତେବେ ଏହି ପ୍ଲାନର ବୈଧତା ରହିଛି ୨୮ ଦିନ । କଂପାନୀର ୩୯୯ ଟଙ୍କିଆ ରିଚାର୍ଜ ପ୍ଲାନରେ ପ୍ରତିଦିନ ହିସାବରେ ମିଳୁଛି ୧ଜିବି ଡାଟା । ଏହାବ୍ୟତୀତ ଅସୀମ କଲିଂର ସୁବିଧା ମଧ୍ୟ ରହିଛି । ଯାହାର ବୈଧତା ରହିଛି ୭୦ ଦିନ । ସେହିପରି ଏୟାରଟେଲର ୪୯୯ ଟଙ୍କିଆ ରିଚାର୍ଜ ପ୍ଲାନରେ ରହିଛି ୨୮ ଦିନ ପର୍ଯ୍ୟନ୍ତ ପ୍ରତିଦିନ ହିସାବରେ ୧.୫ଜିବି ହାଇ ସ୍ପିଡ ଡାଟାର ସୁବିଧା ।

ଭୋଡାଫୋନ:

ଭୋଡାଫୋନର ୩୪୯ ଟଙ୍କିଆ ରିଚାର୍ଜ ପ୍ଲାନରେ ରହିଛି ଅସୀମ କଲିଂର ସୁବିଧା । ଏହାଛଡା ୟୁଜରଙ୍କୁ ପ୍ରତିଦିନ ହିସାବରେ ମିଳିବ ୧ଜିବି ହାଇ ସ୍ପିଡ ଡାଟାର ସୁବିଧା । ଏହି ପ୍ୟାକର ବୈଧତା ରହିଛି ୨୮ ଦିନ । ଭୋଡାଫୋନ ନିକଟରେ ନିଜର ୬୯ ଟଙ୍କିଆ ସୁପରୱିକ୍ ପ୍ଲାନ ଲଂଚ ମଧ୍ୟ କରିଛି । ଯେଉଁଥିରେ ରହିଛି ଗୋଟିଏ ସପ୍ତାହ ପର୍ଯ୍ୟନ୍ତ କୌଣସି ବି ନେଟୱର୍କ ଉପରେ ଅସୀମ ତଥା ମାଗଣା କଲିଂର ସୁବିଧା । ଏଥିସହିତ ୫୦୦ ଏମବି ଡାଟା ମଧ୍ୟ ମିଳିବ ।

ଆଇଡିଆ:

ଆଇଡିଆର ୩୪୮ ଟଙ୍କିଆ ରିଚାର୍ଜ ପ୍ଲାନରେ ଗ୍ରାହକଙ୍କୁ ଦେଉଛି ଅସୀମ କଲିଂ ସହିତ ପ୍ରତିଦିନ ହିସାବରେ ୧ଜିବି ହାଇସ୍ପିଡ ଡାଟାର ସୁବିଧା । ତେବେ ଏହି ପ୍ଲାନର ବୈଧତା ରହିଛି ୨୮ ଦିନ ।

ସୌଜନ୍ୟ: ଜନସତ୍ତା