କମ ଶିକ୍ଷିତଙ୍କ ପାଇଁ ସରକାରୀ ଚାକିରି ! ତୁରନ୍ତ କରନ୍ତୁ ଆବେଦନ । ଏପ୍ରିଲ ୧୬ ଶେଷ ତାରିଖ

38

ଦ୍ୱାଦଶ ଶ୍ରେଣୀ ପାସ କରିଥିବା ଯୁବକ-ଯୁବତୀଙ୍କ ପାଇଁ ଖୁସି ଖବର । ଝାଡଖଣ୍ଡ କର୍ମଚାରୀ ନିଯୁକ୍ତି ଆୟୋଗ ପକ୍ଷରୁ ସରକାରୀ ଚାକିରି ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ତେଣୁ ଇଚ୍ଛୁକ ଆଶାୟୀପ୍ରାର୍ଥୀମାନେ ଏଥିପାଇଁ ୧୬ ଏପ୍ରିଲ ପୂର୍ବରୁ ଅନଲାଇନ ଜରିଆରେ ଆବେଦନ କରିପାରିବେ । ତେବେ ନିମ୍ନରେ ଏନେଇ ବିସ୍ତାର ଭାବରେ ଆଲୋଚନା କରାଯାଇଛି ।

ୱେବସାଇଟ୍: www.jssc.nic.in

ପଦବୀ ସଂଖ୍ୟା: ୨୬୫

ପଦବୀ ସଂପର୍କିତ ତଥ୍ୟ: Lower Class Clerk

ଶିକ୍ଷାଗତ ଯୋଗ୍ୟତା: ଦ୍ୱାଦଶ ଶ୍ରେଣୀ ପାସ୍ କିମ୍ବା ସମକକ୍ଷ ଯୋଗ୍ୟତା

ବୟସ ସୀମା: ବିଭାଗୀୟ ନିୟମାନୁସାରେ

ଶେଷ ତାରିଖ: ୧୬ ଏପ୍ରିଲ,୨୦୧୮

ଆବେଦନ ଶୁଳ୍କ: ଝାଡଖଣ୍ଡର ଏସସି/ଏସଟି ବର୍ଗର ଆଶାୟୀପ୍ରାର୍ଥୀଙ୍କ ପାଇଁ ୩୦୦ଟଙ୍କା ଏବଂ ଅନ୍ୟାନ୍ୟ ବର୍ଗର ଆବେଦନକାରୀଙ୍କ ପାଇଁ ୮୦୦ଟଙ୍କା ।

କିପରି କରିବେ ଆବେଦନ: ଆଶାୟୀପ୍ରାର୍ଥୀ ୱେବସାଇଟକୁ ଯାଇ ଏବଂ ଏଠାରେ ଦିଆଯାଇଥିବା ନିର୍ଦ୍ଦେଶ ଅନୁସାରେ ଅନଲାଇନ ଆବେଦନ କରିବାକୁ ହେବ । ଏବଂ ଏହାପରେ ଆବେଦନ ପତ୍ରର ଏକ ପ୍ରିଂଟଆଉଟକୁ ନିଜ ପାଖରେ ରଖିବାକୁ ହେବ ।

ନିଯୁକ୍ତି ପ୍ରକ୍ରିୟା: ଲିଖିତ ପରୀକ୍ଷା ଏବଂ ଟାଇପିଂ ଟେଷ୍ଟ