ମିଳିଲା ରାମାୟଣର ଜଟାୟୁଙ୍କ ପ୍ରାର୍ଥିବ ଶରୀର ! ୬୦୦୦୦ ବର୍ଷ ବଂଚିଥିଲେ, ରାଜା ଦଶରଥଙ୍କର ଥିଲେ ମିତ୍ର

217

ରାମାୟଣରେ ଜଡାୟୁଙ୍କ ନାଁ ତ ଆପଣ ଶୁଣିଥିବେ । ଜଟାୟୁ, ଯିଏ କି ସୀତାଙ୍କୁ ରକ୍ଷା କରିବା ପାଇଁ ନିଜ ଜୀବନକୁ ମଧ୍ୟ ବାଜି ଲଗାଇ ଦେଇଥିଲେ । ଜଟାୟୁଙ୍କ ମୃତ୍ୟୁ ପରେ ତାଙ୍କ ମର ଶରୀରକୁ ସ୍ୱୟଂ ରାମଚନ୍ଦ୍ର ଅନ୍ତିମ ସଂସ୍କାର କରିଥିଲେ । ତେବେ ବର୍ତ୍ତମାନ ତାଙ୍କ ସମାଧୀସ୍ଥଳୀର ଠିକଣା ମିଳିଛି । ତେବେ ଆସନ୍ତୁ ଜାଣିବା ଏସଂପର୍କରେ ଅଧିକ ସୂଚନା ।

ଜଟାୟୁ ଋଷି କଶ୍ୟପଙ୍କ ସନ୍ତାନ ଥିଲେ । ତାଙ୍କର ଅନ୍ୟ ଏକ ଭାଇ ମଧ୍ୟ ଥିଲେ । ଯାହାକଙ୍କ ନାଁ ସଂପତି ଥିଲା । ତେବେ ସଂପତି ଯିଏ କି ହନୁମାନଙ୍କୁ ସୀତାଙ୍କ ସୁଚନା ଦେଇଥିଲେ । ତେବେ ଦୁଇ ଭାଇ ବାଲ୍ୟ କାଳରେ ସୂର୍ଯ୍ୟଙ୍କ ନିକଟରେ ପହଂଚିବା କଷ୍ଟରେ ଯେତେବେଳେ ଜଳିବାକୁ ଲାଗିଲେ ସେତେବେଳେ ସଂପତି ଜଟାୟୁକୁ ବଂଚାଇଥିଲେ ଏବଂ ଦୁର୍ଭାଗ୍ୟବଶତଃ ଦୁହେଁ ପରମ୍ପରଠାରୁ ଅଲଗା ହୋଇଯାଇଥିଲେ ।

ଶାସ୍ତ୍ର ଅନୁସାରେ, ଯେତେବେଳେ ଲଙ୍କାସୁର ରାବଣ ମାତା ସୀତାଙ୍କୁ ଅପରହରଣ କରି ନେଉଯାଉଥିଲେ ସେତେବେଳେ ତାଙ୍କର ସାମ୍ନା ପ୍ରଥମେ ଜଟାୟୁଙ୍କ ସହ ହିଁ ହୋଇଥିଲା । ଅଧିକ ବୟସ ହେବା କାରଣରୁ ଜଟାୟୁ ଯଦିଓ ରାବଣର ମୁକାବିଲା କରିପାରି ନଥିଲେ କିନ୍ତୁ ଏହି ସଂଘର୍ଷରେ ସେ ତାଙ୍କ ଜୀବନ ହାରି ଦେଇଥିଲେ । ତାଙ୍କ ମୃତ୍ୟୁରେ ଭଗବାନ ଶ୍ରୀ ରାମଚନ୍ଦ୍ର ଗଭୀର ମାତ୍ରାରେ ମର୍ମାହତ ହୋଇ ପଡିଥିଲେ । ସେ ନିଜ ହାତରେ ଜଟାୟୁଙ୍କ ଅନ୍ତିମ ସଂସ୍କାର କରିଥିଲେ । ତେବେ ଯେଉଁଠାରେ ଭଗବାନ ଶ୍ରୀରାମ ଜଟାୟୁଙ୍କ ପ୍ରାର୍ଥିବ ଶରୀର ଦାହ କରିଥିଲେ ତାହା ପାକ୍ଷୀ ମନ୍ଦିର ନାମରେ ବର୍ତ୍ତମାନ ଜଣାଶୁଣା । ଯାହାକି କେରଳରେ ରହିଛି ।