ଏସଆଇଟି ଖୋଲିବ ‘ପାଠକ’ ପେଡ଼ି । ଅଭୟକାନ୍ତଙ୍କ ଅମାପ ସମ୍ପତ୍ତିର ସତ ଖୋଜିବ ‘ସ୍ୱତନ୍ତ୍ର ତଦନ୍ତକାରୀ ଦଳ’ ।

125

କନକ ବ୍ୟୁରୋ: ନିଲମ୍ବିତ ଆଇଏଫସଙ୍କ ପାଇଁ ଗଠନ ହେଲା ଏସଆଇଟି ଟିମ୍ । ଜଙ୍ଗଲରେ ରାଜ କରୁଥିବା ଏହି ଜଙ୍ଗଲୀ ବାବୁଙ୍କ କଳାକାରନାମାର ପର୍ଦ୍ଦାଫାସ କରିବାକୁ ଗଠ ହୋଇଛନ୍ତିି ଏସଆଇଟିର ୨୦ ଜଣିଆ ବଛା ବଛା ଅଫିସର । ଘଟଣାର ତଥ୍ୟ ଏବଂ ପରିସ୍ଥିତି ସହିତ ପରିଚିତ ଲୋକଙ୍କୁ ଶୀଘ୍ର ଯାଞ୍ଚ ଏବଂ ବୟାନ ରେକର୍ଡିଂ ପାଇଁ ୧୬୦ ସିଆରପିସି ଆଧାରରେ ଭିଜିଲାନ୍ସ ସେଲରେ ହାଜର ହୋଇ ପକ୍ଷ ରଖିବାକୁ ପଡ଼ିବ । ଠକ ପାଠକ ପରିବାର ସହିତ ଜଡ଼ିତ ଥିବା ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରିବ ଏସଆଇଟି । ତଦନ୍ତ ଘେରକୁ ଆସିବେ ବ୍ୟାଙ୍କ ଅଧିକାରୀ, ବଅନଧିକାରୀ, ସମ୍ପର୍କୀୟ, କର୍ମଚାରୀ ଓ ସହଯୋଗୀ ।

ଯେଉଁ ସଂସ୍ଥା ଗୁଡ଼ିକରୁ ମହଙ୍ଗା ଗାଡ଼ି ଗୁଡ଼ିକ କିଣାଯାଇଛି ସେଗୁଡିକ ଯାଞ୍ଚ କରାଯିବ । ତଦନ୍ତ ବେଳେ ଭିଜିଲାନ୍ସକୁ ମିଳିଥିବା ବହୁମୂଲ୍ୟର ରେକର୍ଡ ଏବଂ ଜବତ ହୋଇଥିବା ଦଲିଲକୁ ନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ ଏସଆଇଟି । ଏହାସହ ଏସଆଇଟି ରାଜ୍ୟ ଫରେନ୍ସିକ୍ ଲ୍ୟାବୋଟ୍ରୀର ସାହାଯ୍ୟ ଲୋଡ଼ିଛି । ତେବେ ଜେଲରେ ଥିବା ନିଲମ୍ବିତ ଆଇଏଫଏସ୍ ଅଧିକାରୀ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କ ଅମାପ ସମ୍ପତ୍ତିର ସତ ଖୋଜିବ ‘ସ୍ୱତନ୍ତ୍ର ତଦନ୍ତକାରୀ ଦଳ’ ବା ଏସଆଇଟି । ତେବେ ଏ ଜଙ୍ଗଲୀ ବାବୁଙ୍କ ଅୟସଭରା ଜୀବନ ଭିଜିଲାନ୍ସ ଜାଲରେ ପଡ଼ିବା ପରେ ଧିରେ ଧିରେ ଗୁମର ଫିଟୁଛି ।