ମାସକୁ ମିଳିବ ୫ ହଜାର ଟଙ୍କା ପେନସନ,ସରକାର ଦେଉଛନ୍ତି ପୂରା ଗ୍ୟାରେଂଟି । ହେଲେ ଆପଣଙ୍କୁ ଜମା କରିବାକୁ ପଡିବ ୨୧୦ ଟଙ୍କା

68

ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ମୋଦି ସରକାର ଅଟଳ ପେନସନ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନାର ଏକ ମାତ୍ର ଉଦ୍ଦେଶ୍ୟ ହେଲା ଦେଶର ପ୍ରତିଟି ନାଗରୀକଙ୍କୁ ୬୦ ବର୍ଷ ବୟସ ପରେ ପେନସନ ପ୍ରଦାନ କରିବା, ଯାହାଦ୍ୱାରା ସେମାନଙ୍କ ଆଉ ବୃଦ୍ଧାବସ୍ଥାରେ କୌଣସି ସମସ୍ୟାର ସାମ୍ନା କରିବାକୁ ନପଡିବ । ତେବେ ଏହି ଯୋଜନାରେ ଆପଣ ମାତ୍ର ୨୧୦ ଟଙ୍କା ମାସିକ ଜମା କରି ରିଟାୟରମେଂଟ ପରେ ୫, ୦୦୦ଟଙ୍କା ପ୍ରତିମାସ ପାଇପାରିବେ । ସେହିପରି ଏହି ଯୋଜନା ସହିତ ଯଦି ଆପଣ ୧୮ ବର୍ଷ ବୟସରୁ ଯୋଡି ହୋଇଥିବେ ଏବଂ ପ୍ରତିମାସ ୨୧୦ ଟଙ୍କା ଜମା କରୁଥିବେ । ତେବେ ୬୦ ବର୍ଷ ବୟସ ପରେ ଆପଣଙ୍କୁ ପ୍ରତିମାସ ୫ ହଜାର ଟଙ୍କା ମିଳିବ ।

ମିଳିପାରେ ୧ହଜାରରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ

ଅଟଳ ପେନସନ ଯୋଜନା ଅନୁସାରେ କୌଣସି ବ୍ୟକ୍ତିଙ୍କୁ ପ୍ରତି ମାସ ୧ ହଜାର ଟଙ୍କାରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ ମିଳିପାରେ । ଯଦିଓ ପ୍ରତିମାସ ଜମା କରାଯାଉଥିବା ରକମ ବ୍ୟକ୍ତିଙ୍କ ବୟସ ଉପରେ ନିର୍ଭର କରିଥାଏ । ଆପଣ ଯେତେ କମ ବୟସରେ ଏହି ଯୋଜନାରେ ଟଙ୍କା ନିବେଶ କରିବା ଆରମ୍ଭ କରିବେ ଆପଣଙ୍କ କିସ୍ତି ମଧ୍ୟ ସେତିକି ହିଁ ହେବ । ବୟସ ସହିତ ଏହି କିସ୍ତି ମଧ୍ୟ ବୃଦ୍ଧିପାଇବ ।

ମୃତ୍ୟୁ ପରେ ମଧ୍ୟ ମିଳିବ ପେନସନ

ଅଟଳ ପେନସନ ଯୋଜନା ଆଧାରରେ ଖାଲି ବଂଚିଥିବା ଅବସ୍ଥାରେ ନୁହେଁ ବରଂ ମୃତ୍ୟୁ ପରେ ବି ଆପଣଙ୍କ ପରିବାର ଲୋକଙ୍କୁ ପେନସନ ମିଳୁଥିବ । ଯଦି ୬୦ ବର୍ଷ ପୂର୍ବରୁ ହିଁ ଏହି ଯୋଜନା ସହ ଜଡିତ ଥିବେ କିମ୍ବା କୌଣସି ବି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଏ ତେବେ ତାଙ୍କ ପତ୍ନୀ ଏହି ଯୋଜନାକୁ ଜାରି ରଖିପାରିବେ । ଏବଂ ୬୦ ବର୍ଷ ପରେ ପ୍ରତି ମାସ ପେନସନ ପାଇପାରିବେ । ଅନ୍ୟ ବିକଳ୍ପଟି ହେଲା ଉକ୍ତ ବ୍ୟକ୍ତିଙ୍କ ପତ୍ନୀ ନିଜ ପତୀଙ୍କ ମୃତ୍ୟୁ ପରେ ଟଙ୍କା ଦାବି କରିପାରିବେ । ଯଦି ପତ୍ନୀଙ୍କର ବି ମୃତ୍ୟୁ ହୋଇଯାଏ ତେବେ ଏହି ଟଙ୍କା ତାଙ୍କ ନୋମିନିଙ୍କୁ ପ୍ରଦାନ କରି ଦିଆଯିବ ।

ନିୟମ

• ଯଦି ଆପଣ ପ୍ରତିମାସ ମାସ ୧ ହଜାର ଟଙ୍କାର ପେନସନ ପାଇବାକୁ ଚାହୁଁଛନ୍ତି, ତେବେ ଆପଣ ନିଜ ବୟସ ହିସାବରେ ୪୨ ଟଙ୍କାରୁ ଆରମ୍ଭ କରି ୨୯୧ ଟଙ୍କା ପ୍ରତିମାସ ଜମା କରିପାରିବେ ।

• ଯଦି ଆପଣ ପ୍ରତିମାସ ୨ ହଜାର ଟଙ୍କାର ପେନସନ ପାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ପ୍ରତିମାସ ୮୪ ଟଙ୍କାରୁ ଆରମ୍ଭ କରି ୫୮୨ ଟଙ୍କା ପର୍ଯ୍ୟନ୍ତ କିସ୍ତି ଦେବାକୁ ହେବ । ଆପଣଙ୍କର ମାସିକ କିସ୍ତି ଆପଣଙ୍କ ବୟସ ଉପରେ ନିର୍ଭର କରିଥାଏ । ଯଦି ଏହି ସମୟରେ ବ୍ୟକ୍ତି ଏବଂ ତାଙ୍କ ପତ୍ନୀଙ୍କର ମୃତ୍ୟୁ ହୋଇଯାଏ ତେବେ ଉକ୍ତ (୩,୪୦,୦୦୦ )ଟଙ୍କା ତାଙ୍କ ନୋମିନିଙ୍କୁ ପ୍ରଦାନ କରାଯିବ ।

• ସେହିଭଳି ପ୍ରତିମାସ ୫ହଜାର ଟଙ୍କା ପେନସନ ପାଇବାକୁ ଚାହୁଁଥିଲେ ଆପଣଙ୍କୁ ଏଥିପାଇଁ ପ୍ରତିମାସ ୨୧୦ ଟଙ୍କାରୁ ଆରମ୍ଭ କରି ୧୪୫୪ ଟଙ୍କା ପର୍ଯ୍ୟନ୍ତ ଜମା କରିପାରିବେ । ଯଦି ଏହି ସମୟରେ ଉକ୍ତ ବ୍ୟକ୍ତି ଏବଂ ତାଙ୍କ ପତ୍ନୀଙ୍କର ମୃତ୍ୟୁ ହୋଇଯାଏ ତେବେ ଉକ୍ତ ଟଙ୍କା ତାଙ୍କ ନୋମିନିଙ୍କୁ ପ୍ରଦାନ କରାଯିବ ।