ଜାଣନ୍ତି କି ? ଆମେ କାହିଁକି ପାଳୁଛେ ଅନ୍ତର୍ଜାତୀୟ ଶ୍ରମିକ ଦିବସ

70

ମାଲିକମାନଙ୍କ ଅତ୍ୟଧିକ ଜୁଲୁମରେ ଅସହ୍ୟ ହୋଇପଡିଥିଲେ ଶ୍ରମିକମାନେ । ଆରମ୍ଭ କରିଥିଲେ ଆନ୍ଦୋଳନ । ମାଲିକମାନଙ୍କର ଦମନଲୀଳାର ଶିକାର ହୋଇ ଶତାଧିକ ଶ୍ରମିକଙ୍କ ଜୀବନ ଯାଇଥିଲା । ଚିକାଗୋର ରାସ୍ତା-ଘାଟ ସଂଗ୍ରାମୀ ଶ୍ରମିକଙ୍କ ରକ୍ତରେ ଲାଲ୍ ହୋଇଉଠିଥିଲା । ଲମ୍ବା ଆନ୍ଦୋଳନ ପରେ , ଶେଷରେ ମାଲିକମାନେ ଶ୍ରମିକମାନଙ୍କର ଦାବି ମାନିବାକୁ ବାଧ୍ୟ ହୋଇଥିଲେ । ଏହି ଦାବି ହାସଲର ସ୍ମୃତିକୁ ଉଜ୍ଜୀବିତ କରିରଖିବା ପାଇଁ ସାରା ବିଶ୍ୱରେ ମେ ପହିଲାରେ ପାଳିତ ହେଉଛି, ମେ ଦିବସ ।

ଶ୍ରମିକମାନଙ୍କ ଉଦ୍ଦେଶ୍ୟରେ ଦିନଟିଏ ଆଜି । ଅନ୍ତର୍ଜାତୀୟ ଶ୍ରମିକ ଦିବସ । ସମୟ ଥିଲା ପୁଂଜିବାଦୀ ମାଲିକମାନଙ୍କ ଶୋଷଣରେ ଅତିଷ୍ଠ ହୋଇପଡିଥିଲେ ଶ୍ରମିକମାନେ । ବିଭିନ୍ନ କଳକାରଖାନାରେ ସେମାନଙ୍କୁ ଅତ୍ୟାଚାରିତ ଭାବେ ଖଟାଯାଉଥିଲା । ସେତେବେଳେ ମାଲିକମାନଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ସେମାନଙ୍କ ପକ୍ଷେ ସହଜ ନଥିଲା । ହେଲେ ଦୈନିକ ୮ଘଣ୍ଟାର କର୍ମ ନିର୍ଘଣ୍ଟ ପାଇଁ ଶ୍ରମିକମାନେ ଏକଜୁଟ ହୋଇ ଦାବି କରିଥିଲେ । ଦାବି କ୍ରମେ ଆନ୍ଦୋଳନର ରୂପ ନେଇଥିଲା ।