କନକ ବ୍ୟୁରୋ : ଫିଟ୍ ରହିବାକୁ ପୋଲସକୁ ନିର୍ଦ୍ଦେଶ । ସମସ୍ତ ପୋଲିସ କର୍ମଚାରୀ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବା ପାଇଁ ନିୟମିତ ବାୟାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପିଆର, ଡିପିଓ, କମିସନରେଟ୍ ପୋଲିସ ମୁଖ୍ୟାଳୟ, ଟିମ୍ ୬୦, ଓଏସଏପି ମୋବିଲାଇଜଡ୍ ଫୋର୍ସ ପାଇଁ ଏହି ନିର୍ଦ୍ଦେଶନାମା ଆସିଛି । ଏଥିରେ କୁହାଯାଇଛି ପ୍ରତ୍ୟେକ ଆଇନ୍ ଶୃଙ୍ଖଳା ବିଭାଗ ପାଇଁ ଶାରୀରିକ ଓ ମାନସିକ ଭାବେ ଫିଟ୍ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଜଣେ ପୋଲିସ କର୍ମଚାରୀ ନିକଟରେ ଶାରୀରିକ ଓ ମାନସିକ ସମସ୍ୟା ଦେଖାଦେବା ଆଶଙ୍କା ଅଧିକ ।

Advertisment

ଫିଟ୍ ରହିବାକୁ ପୋଲିସକୁ ନିର୍ଦ୍ଦେଶ

- ଡ୍ୟୁଟିରେ ସୁବିଧା ଅନୁସାରେ ସକାଳ ୬ଟା ଓ ସନ୍ଧ୍ୟା ୪ଟାରେ ନିଜ ନିଜ କ୍ୟାମ୍ପସରେ ବ୍ୟାୟାମ କରିବେ
- ବାୟାମ ପୂର୍ବରୁ ପ୍ରତ୍ୟେକ ପୋଲିସ କର୍ମଚାରୀ ଦେବେ ଉପସ୍ଥାନ, ମାସକୁ ୮୦%ରୁ ଯେପରି କମ୍ ନହେବ
- ପ୍ରତ୍ୟେକ ପୋଲିସ କର୍ମଚାରୀଙ୍କ ଓଜନକୁ ପ୍ରାଧାନ୍ୟ, ନିୟମିତ ତଦାରଖ କରାଯିବ
- ଶାରୀରିକ ଉନ୍ନତିକୁ ପ୍ରତ୍ୟେକ ୪୦ ଦିନରେ ରେକର୍ଡ କରାଯିବ
- ଡିଫଲ୍ଟଟର ଗୁଡିକ କ୍ରମାଗତ କୋଠରୀରେ ରଖାଯିବ
- ତମାଖୁ ଦ୍ରବ୍ୟ ଏବଂ ମଦ୍ୟପାନର ବ୍ୟବହାର ନକରିବାକୁ ଚାପ ଦିଆଯିବ
- ୟୁନିଫର୍ମରେ ସ୍ମାର୍ଟ ଲୁକକୁ ଗୁରୁତ୍ୱ ଦିଆଯିବ