ଆପଣ ଜାଣନ୍ତି କି ? ବଡ ଠାକୁରଙ୍କ ବଡ ଦେଉଳର ରହସ୍ୟମୟ କାହାଣୀ

208

ଭାରତର ରହସ୍ୟମୟ ମନ୍ଦିର । ଭାରତରେ ହଜାର ହଜାର ସଂଖ୍ୟକ ବିଭିନ୍ନ ଦେବାଦେବୀଙ୍କ ମନ୍ଦିର ମାନ ରହିଛି । ଆଉ ପ୍ରତିଟି ମନ୍ଦିର ନିଜର ମାନ୍ୟତା ଏବଂ ଚମକ୍ରାରିତା କାରଣରୁ ପ୍ରସିିଦ୍ଧ ଅଟେ । କିନ୍ତୁ ଭାରତରେ କିଛି ଏଭଳି ମନ୍ଦିର ମଧ୍ୟ ଅଛି ଯାହାର ରହସ୍ୟ ଏବେ ବି ଇତିହାସ ହୋଇ ରହିଛି । ତେବେ ଏହି ତାଲିକା ମଧ୍ୟରେ ଓଡିଶାର ସ୍ଥାନ ମଧ୍ୟ ରହିଛି ।

ରାଜରାଜେଶ୍ୱରୀ ତ୍ରିପୂରା ସୁନ୍ଦରୀ ମନ୍ଦିର, ବିହାରସ୍ଥିତ ଏହି ମନ୍ଦିରର ସ୍ଥାପନା ୪ ଶହ ବର୍ଷ ପୂର୍ବରୁ ହିଁ କରାଯାଇଛି । ଏହି ମନ୍ଦିର ତନ୍ତ୍ର ସାଧାନ ପାଇଁ ପ୍ରସିଦ୍ଧ । କୁହାଯାଏ, ମଧ୍ୟରାତ୍ରରେ ଏହି ମନ୍ଦିର ମଧ୍ୟରେ ବିଭିନ୍ନ ପ୍ରକାର ଭୟାନକ ଆବାଜ୍ ଶୁଣିବାକି ମିଳେ । ତେବେ ଏହା ପଛରେ ରହସ୍ୟ କଣ ଥାଇପାରେ ବୋଲି ଚିନ୍ତାକରି ସେଠାକାର ଲୋକେ ବହୁତ ଚେଷ୍ଟା କରିଥିଲେ ମାତ୍ର ସେଥିରେ ଅସଫଳ ହୋଇଛନ୍ତି । ବୈଜ୍ଞାନିକମାନେ ମଧ୍ୟ ଏହାର ସତ୍ୟତା ଜାଣିବା ପାଇଁ ଅନେକ ଥର ପ୍ରୟାସ କରିଥିଲେ ମାତ୍ର ବିଫଳ ହୋଇଥିଲେ । ପୂଜାରୀଙ୍କ କଥା ଅନୁସାରେ, ଏହି ମନ୍ଦିରରେ ସ୍ଥାପିତ ମୂର୍ତ୍ତି ରାତ୍ର କାଳରେ ପରମ୍ପର ସହ ବାର୍ତ୍ତାଳାପ କରିଥାନ୍ତି ।

ଉତ୍ତରପ୍ରଦେଶର କାନପୁରଠାରେ ପ୍ରଭୁ ଜଗନ୍ନାଥଙ୍କ ଏକ ମନ୍ଦିର ରହିଛି । ଏହି ମନ୍ଦିରଟି ନିଜର ଅନୁଖା ବିଶେଷତା କାରଣରୁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । କୁହାଯାଏ, ବର୍ଷା ହେବାର ପାଖାପାଖି ସପ୍ତାହକ ପୂର୍ବରୁ ହିଁ ଏହା ଆଗାମୀ ସୂଚନା ଦେଇଥାଏ । ଅର୍ଥାତ୍ ବର୍ଷା ହେବାର ୭ ଦିନ ପୂର୍ବରୁ ହିଁ ଏହି ମନ୍ଦିରର ଛାତରୁ ପାଣି ଗଳି ଥାଏ । ଯାହାକି ମୌସୁମୀ ଜନିତ ବର୍ଷା ସମୟରେ ଭଳି ଲାଗିଥାଏ । ଯଦିଓ ଏହି ରହସ୍ୟର ଅନୁସନ୍ଧ୍ୟାନ କରାଯାଉଛି କିନ୍ତୁ ଏଯାବତ୍ ଏହାକୁ ନେଇ କୌଣସି ବି ନିର୍ଯ୍ୟାସ ମିଳିପାରିନାହିଁ ।

ଜ୍ୱାଳାମୂଖୀ ମନ୍ଦିର, ହିମାଚଳପ୍ରଦେଶର କାଙ୍ଗଲାଝିଲି ନିକଟସ୍ଥ କାଳୀଧର ପାହାଡ ଉପରେ ଏହି ମନ୍ଦିରଟି ଅବସ୍ଥିତ । ଏହି ମନ୍ଦିର ବିଶ୍ୱର ସମସ୍ତ ଦେବୀଙ୍କ ୫୧ ଶକ୍ତି ପୀଠ ମଧ୍ୟରୁ ଗୋଟିଏ । ଏହି ମନ୍ଦିରରେ ମାଆ କାଳୀଙ୍କ ଜିଭ ପଡିଥିଲା । ଏହି ମନ୍ଦିରର ବିଶେଷତ୍ୱ ହେଲା କି,ଏଠାରେ କୌଣସି ମୂର୍ତ୍ତିଙ୍କ ପୂଜା କରାଯାଇ ନଥାଏ ବରଂ ମାଟି ମଧ୍ୟରୁ ଆପଣା ଛାଏ ପ୍ରକଟ ହୋଇଥିବା ୯ ଗୋଟି ଜ୍ୱାଳାଙ୍କର ପୂଜା କରାଯାଇଥାଏ । କୁହାଯାଏ, ଏହି ଜ୍ୱାଳା ପାଖାପାଖି ହଜାର ହଜାର ବର୍ଷ ପୁରୁଣାର ଆଉ ଏହା ସେହିଭଳି ଭାବରେ ଜଳି ଆସୁଛି ।

ଓଡିଶାରେ ରହିଛି ମହାପ୍ରଭୁ ଜଗନ୍ନାଥଙ୍କ ବଡଦେଉଳ । ତେବେ ପୁରୀରେ ଥିବା ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ସଂପର୍କରେ ଆମେ ଯେତେ ପ୍ରଶଂସା କରିବୁ ତାହା ବୋଧେ କମ୍ ପଡିବ । ତେବେ ଏହି ମନ୍ଦିର ମଧ୍ୟ ଅନେକ ଚକକ୍ରାର ଏବଂ ରହସ୍ୟମୟ କାହାଣୀରେ ପରିପୂର୍ଣ୍ଣ । କୁହାଯାଏ, ମନ୍ଦିରର ଶୀର୍ଷରେ ଉଡୁଥିବା ପ୍ରଭୁଙ୍କ ପତିତପାବନ ବାନା ସବୁବେଳେ ପବନ ବହିବାର ବିପରୀତ ଦିଗରେ ହିଁ ଉଡିଥାଏ ।

ଖାଲି ସେତିକି ନୁହେଁ ଜଗନ୍ନାଥଙ୍କ ମନ୍ଦିରର ଚୂଡାରେ ଥିବା ସୁଦର୍ଶନ ଚକ୍ରଟିକୁ ଆପଣ ସହରର କୌଣସି ବି ଦିଗରେ ଠିଆହୋଇ ଦେଖିଲେ ତାର ମୁହଁ ଆପଣଙ୍କ ଆଡକୁ ହିଁ ପ୍ରତୀତ ହୋଇଥାଏ । ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ଉପରେ କେବେ କୌଣସି ପକ୍ଷୀ କିମ୍ବା ଜାହାଜ ଉଡୁଥିବାର ଦେଖିବାକୁ ମିଳି ନଥାଏ । ଏହି ମନ୍ଦିରର କେବେ ଛାଇ ପଡି ନଥାଏ । ଏଠାରେ ପ୍ରତିଦିନ ୫୬ ପଉଟି ଭୋଗଲାଗି ହୋଇଥାଏ । ଏବଂ ପ୍ରତିଦିନ ହଜାର ହଜାର ସଂଖ୍ୟକ ଭକ୍ତ ମଧ୍ୟ ଏହାକୁ ସେବନ କରିଥାନ୍ତି କିନ୍ତୁ ଆଶ୍ଚର୍ଯ୍ୟକର କଥା ହେଲା ଏଠାରେ କେବେ ଭୋଜନର ନିଅଂଟ ପଡି ନଥାଏ ।

om_ବୁଲେଟ୍ ବାବା ମନ୍ଦିର , ରାଜସ୍ଥାନରେ ଅବସ୍ଥିତ ଏହି ମନ୍ଦିରରେ ଶ୍ରଦ୍ଧାଳୁମାନେ ଏକ ବୁଲେଟ୍ ଗାଡିର ପୂଜା କରିଥାନ୍ତି । କୁହାଯାଏ, ପାଖାପାଖି ଶହେ ବର୍ଷ ପୂର୍ବରୁ ଓମ୍ ସିଂ ରାଠୋର ନାମକ ଜଣେ ବ୍ୟକ୍ତିଙ୍କ ଏହି ଗାଡି ଚଲାଉଥିବା ସମୟରେ ଦୁର୍ଘଟଣା ଘଟି ମୃତ୍ୟୁ ହୋଇଥିଲା । ତେବେ ମୃତ୍ୟୁ ପରେ ତାଙ୍କ ଏହି ଗାଡିକୁ ପୁଲିସ ଥାନାରେ ରଖାଯାଇଥିଲା ।

କିନ୍ତୁ ପରଦିନ ସକାଳେ ଗାଡିଟି ଦୁର୍ଘଟଣାସ୍ଥଳରେ ହିଁ ଉଦ୍ଧାର କରିଥିଲା ପୁଲିସ । ଏହାପରେ ପୁଲିସ ଯେତେଥର ଆଣି ଥାନାରେ ରଖୁଥିଲେ ତାଙ୍କୁ ବାରମ୍ବାର ଦୁର୍ଘଟଣାସ୍ଥଳୀରୁ ହିଁ ଠାବ କରିଥିଲେ । ଆଉ ସେବେଠାରୁ ସେଠାକାର ଲୋକେ ତାହାକୁ ପୂଜାକରିବା ଆରମ୍ଭ କରିଦେଇଥିଲେ ।