ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର ! ଲଂଚ ହେଲା ନୂଆ ଆପ ଏବଂ ୱେବସାଇଟ୍ । ଜାଣନ୍ତୁ କଣ ରହିଛି ସୁବିଧା

60

ଭାରତୀୟ ରେଳ ମନ୍ତ୍ରାଳୟ ନିଜର ୱେବସାଇଟ ଏବଂ ଆଣ୍ଡ୍ରଏଡ ଆଧାରିତ ମୋବାଇଲ ଆପ ଇଣ୍ଡିଆନ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେସନ ତଥା (ଆଇଆରସିଟିସି)କୁ ଏକ ନୂଆ ଅବତାରରେ ଆଣିବାକୁ ଯାଉଛି । ଏହି ନୂଆ ୱେବସାଇଟ ଏବଂ ଆପ ଜରିଆରେ ଯାତ୍ରୀମାନଙ୍କୁ ଟିକେଟ ବୁକ୍ କରିବାରେ ସହଜ ହେବା ସହ ଖୁବ କମ ସମୟ ମଧ୍ୟ ଲାଗିବ ।

ରେଳ ମନ୍ତ୍ରାଳୟ ସୂଚନା ମୁତାବକ, ଏହି ନୂଆ ୱେବସାଇଟରେ ଅତ୍ୟନ୍ତ ସରଳ ରହିଛି । ଏଥିରେ ଲଗଇନ କରିବା ଏବଂ ବିକଳ୍ପ ଖୋଜିବା ସହଜ ହେବ । ଏଥିସହିତ ବୁକିଂ ସମୟରେ ଉପୁଜୁଥିବା ଟାଇମଆଉଟ ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ମିଳିବ । ନୂଆ ୱେବସାଇଟ ଏବଂ ମୋବାଇଲ ଆପ ଜରିଆରେ ରେଳ ବିଭାଗର ଲକ୍ଷ୍ୟ ରହିଛି ଅନ୍ୟ ଟ୍ରାଭେଲ୍ ୱେବସାଇଟ ଏବଂ ଆପ ତୁଳନାରେ ଅଧିକ ବିଜନେସ କରିବା । ଯଦି ଏହାର ନୂଆ ଫିଚର୍ସ ସଂପର୍କରେ କୁହାଯାଏ ତେବେ ଏହାଦ୍ୱାରା କନଫର୍ମ ଟିକେଟ ଉପଲବ୍ଧ ହେବାକୁଥିବା ତାରିଖ ସଂପର୍କରେ ମଧ୍ୟ ଆପଣଙ୍କୁ ସୂଚିତ କରିଦିଆଯିବ । ଯାହାଦ୍ୱାରା ଲୋକଙ୍କୁ ଯାତ୍ରା ଜନିତ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ଏଥିସହିତ ତତକାଳର ଦୂରୁପଯୋଗରୁ ବି ରକ୍ଷା ମିଳିବ ।

ତେବେ ରେଲୱେ ଏକ ଏଭଳି ବ୍ୟବସ୍ଥା ଆଣିବାକୁ ଯାଉଛି ଯେଉଁଥିରେ ଯାତ୍ରୀମାନଙ୍କୁ ଟ୍ରେନର ଯିବା ଆସିବା ସମୟ ସଂପର୍କରେ ସୂଚନା ଏସଏମଏସ ଜରିଆରେ ପାଇପାରିବେ । ଏହାବ୍ୟତୀତ ଯାତ୍ରା ସମୟରେ କୌଣସି ପ୍ରକାର ବିଳମ୍ବ ହେବା ନେଇ ସୂଚନା, ଏହାର କାରଣ ଏବଂ ଅଲଗା ଷ୍ଟେସନ ପର୍ଯ୍ୟନ୍ତ ପହଂଚିବାର ସମୟ ସଂପର୍କରେ ମଧ୍ୟ ସୂଚିତ କରିଦିଆଯିବ । ତେବେ ଏହି ନୂଆ ଫିଚର୍ସକୁ ଇଣ୍ଡିଆନ ସ୍ପେସ୍ ରିସର୍ଚ ଅର୍ଗାନାଇଜେସନ ଆଇଏସଆରଓ ସହାୟତାରେ ସାମିଲ କରାଯିବ ଯାହାଦ୍ୱାରା ଯାତ୍ରୀଙ୍କୁ ସାଟେଲାଇଟ ମାଧ୍ୟମରେ ଟ୍ରେନର ସଠିକ୍ ଲୋକେସନ ସଂପର୍କରେ ବି ସୂଚିତ କରିଦିଆଯିବ ।

ସୌଜନ୍ୟ: ଅମର ଉଜାଲା