ଭାରତୀୟ ରେଳ ମନ୍ତ୍ରାଳୟର ନୂଆ ଯୋଜନା : ନଭେମ୍ବର ୧ରୁ ରେଳ ସମୟ ସାରଣୀରେ ହେବ ପରିବର୍ତ୍ତନ

34

ଭାରତୀୟ ରେଳ ନିଜର ଟ୍ରେନ୍ ଯାତ୍ରାର ସମୟକୁ ନେଇ ଏକ ଯୋଜନା ଆରମ୍ଭ କରିଛି । ଏଥିପାଇଁ ରେଳବାଇ ଜିରୋ ବେଷ୍ଟ ଟାଇମ ଟେବୁଲ ପ୍ରସ୍ତୁତ କରୁଛି । ଭାରତୀୟ ରେଳ ୧୩୦୦୦ ଯାତ୍ରୀବାହୀ ଟ୍ରେନ୍ ଓ ୮୦୦୦ ମାଲଗାଡ଼ିର ନୂତନ ସମୟ ସାରଣୀ ପ୍ରସ୍ତୁତ କରିଛି । ଏହି ଯୋଜନା ନଭେମ୍ବରରୁ ଲାଗୁ ହେବର ଲକ୍ଷ୍ୟ ରଖାଯାଇଛି ।

ଭାରତୀୟ ରେଳ ନଭେମ୍ବର ୧ରୁ ନିଜର ୭୦୦ ଟ୍ରେନର ଯାତ୍ରା ଅବଧି ହ୍ରାସ କରିବାକୁ ଯାଉଛି । ଏଥିସହିତ ୪୮ ପୁରୁଣା ଟ୍ରେନକୁ ସୁପରଫାଷ୍ଟ ଟ୍ରେନ୍ କରିବା ପାଇଁ ବି ଯୋଜନା ଜାରି ରହିଛି । କେବଳ ଏତିକି ନୁହେଁ, ୪୦ଟି ଟ୍ରେନର ଗତି ୫୫କିଲୋମିଟର ପ୍ରତିଘଣ୍ଟା କିମ୍ବା ଏହାଠାରୁ ଅଧିକ କରାଯିବାକୁ ମଧ୍ୟ ସ୍ଥିର କରାଯାଇଛି ।

ଜିରୋ ବେଷ୍ଟ ଟାଇମ ଟେବୁଲରେ ସମାନ ଗତି ଓ ସମାନ ଦିଗ ପ୍ରତି ଯାଉଥିବା ଟ୍ରେନକୁ ଗୋଟିଏ ପରେ ଗୋଟିଏ ଟ୍ରେନକୁ ସମୟ ଦିଆଯାଇଥାଏ । କାରଣ କମ୍ ସମୟ ଭିତରେ ଅଧିକ ଟ୍ରେନ୍ ଯାତ୍ରା ଆରମ୍ଭ କରି ପାରିବେ । ଯାତ୍ରୀମାନଙ୍କର ସୁବିଧାକୁ ଦୃଷ୍ଟିରେ ରଖି ଏହି ପ୍ରକାର ସମୟ ସାରଣୀ ପ୍ରସ୍ତୁତ କରାଯାଇଛି । ଏହି ଯୋଜନାର ବିଶେଷ ଲକ୍ଷ୍ୟ ହେଉଛି, ଦୂରସ୍ଥାନକୁ ଯାତ୍ରା କରୁଥିବା ଟ୍ରେନ୍ ରାତିରେ ଯାତ୍ରା ଆରମ୍ଭ କରି ସକାଳେ ତାର ଲକ୍ଷ୍ୟସ୍ଥଳରେ କିପରି ପହଞ୍ଚି ପାରିବ ସେ ନେଇ ସମୟ ପ୍ରସ୍ତୁତ କରଯାଇଛି ।

୨୧୦୦୦ ଟ୍ରେନର ନୂତନ ସମୟ ମୁତାବିକ ସାରଣୀ ପ୍ରସ୍ତୁତ କରିବା ସହଜ କାମ ନୁହେଁ । ଏଥିପାଇଁ ଭାରତୀୟ ରେଳ ଅନେକ ବର୍ଷ ହେବ ଏହି ପ୍ରକାର ସମୟ ସାରଣୀର ଯୋଜନା ପ୍ରସ୍ତୁତ କାମରେ ଲାଗିଥିଲା । ଟ୍ରେନ୍ ସମୟ ବିଳମ୍ବ ହେବାର ମୁଖ୍ୟ କାରଣ ହେଉଛି, ପ୍ରିମିୟମ ଟ୍ରେନ୍ ସନ୍ଧ୍ୟା ସମୟରେ ଯାତ୍ରା ଆରମ୍ଭ କରିଥାଆନ୍ତି ଓ ସକାଳେ ଲକ୍ଷ୍ୟସ୍ଥଳରେ ପହଞ୍ଚି ଥାଆନ୍ତି । ଯାହାଫଳରେ ବହୁ ସଂଖ୍ୟାରେ ଟ୍ରେନ୍ ବିଳମ୍ବରେ ଯାତ୍ରା ଆରମ୍ଭ କରିଥାଆନ୍ତି । ସେହିପରି ମାଲଗାଡ଼ି ଯାତ୍ରାର କୌଣସି ନିଶ୍ଚିତ ସମୟ ସୀମା ନଥାଏ, କାରଣ ମାଲଗାଡ଼ି ଅର୍ଡର ମୁତାବକ ଯାତ୍ରା କରିଥାଏ ।

ରେଳବାଇରେ ଆଉ ଏକ ବଡ଼ ସମସ୍ୟା ଦେଖା ଦେଉଛି । ରେଳଧାରଣାରେ କ୍ଷମତା ଯେତିକି ତାହାଠାରୁ ଅଧିକ ଟ୍ରେନ୍ ଚାଲୁଛି । ବିଶେଷ ଭାବେ ନର୍ଥ ରେଲେଓ୍ଵ, ନର୍ଥ-ଇଷ୍ଟ ରେଲେଓ୍ଵ ଓ ଇଷ୍ଟ ସେଣ୍ଟ୍ରାଲ ରେଲଓ୍ଵ କ୍ଷମତାରୁ ପାଖାପାଖି ୪୦ପ୍ରତିଶତ ଅଧିକ ଟ୍ରେନ୍ ଯାତାୟାତ କରୁଛି । ଏଭଳି ଟ୍ରେନର ଯାତ୍ରା ସମୟ ବହୁ ବିଳମ୍ବ ହୋଇଥାଏ। ଅନ୍ୟପକ୍ଷରେ ଦେଖିବାକୁ ଗଲେ, କୌଣସି ଗୋଟିଏ ଟ୍ରେନ୍ ବିଳମ୍ବ ହୋଇଗଲେ ସମସ୍ତ ଟ୍ରେନ୍ ବିଳମ୍ବ ହୋଇଯାଏ । ତେଣୁ ଟ୍ରେନର ସମୟ ସାରଣୀକୁ ପରିବର୍ତ୍ତନ କରିବା ପାଇଁ ରେଳବାଇ ଅନେକ ଦିନ ହେବ ଯୋଜନା କରିଆସୁଥିଲା। ଯାହାକୁ ନଭେମ୍ବର୧ରୁ ଲାଗୁ କରାଯିବ।