ସାମ୍ନାକୁ ଆସିଲା ସାଘାଂତିକ ତଥ୍ୟ ! ଜାଣନ୍ତୁ ରେଳ ଟିକେଟ କ୍ୟାନସେଲ କରିବା ଉପରେ କେତେ ଟଙ୍କା କାଟି ନିଅନ୍ତି ମୋଦି ସରକାର 

57

ଭାରତୀୟ ରେଳ ପଥରେ ପ୍ରତିଦିନ ପାଖାପାଖି ୨ କୋଟିରୁ ଅଧିକ ଲୋକ ଯାତ୍ରା କରିଥାନ୍ତି । ଯେଉଁଥିପାଇଁ କି ଟ୍ରେନ ଟିକେଟ କ୍ୟାନସଲେସନ ଚାର୍ଜ ଏବଂ ରିଫଣ୍ଡକୁ ନେଇ ଅନେକ ସମୟରେ ଅସାମଞ୍ଜସ୍ୟ ସ୍ଥିତି ମଧ୍ୟ ସୃଷ୍ଟି ହୋଇଥାଏ । ଟ୍ରେନ୍ ଟିକେଟ୍ କ୍ୟାନସଲେସନ ଚାର୍ଜ ଏହା ଉପରେ ନିର୍ଭର କରିଥାଏ କି ଆପଣଙ୍କର ଟିକେଟ କେଉଁ କ୍ଲାସର ରହିଛି ଏବଂ ଟ୍ରେନ ଆସିବାର କେତେ ସମୟ ପୂର୍ବରୁ ତାହା କ୍ୟାନସେଲ କରାଯାଇଛି ।  ତେବେ ଆସନ୍ତୁ ଜାଣିବା ରେଳ ଟିକେଟ୍ କ୍ୟାନସେଲ ଉପରେ କେତେ ଟଙ୍କା କାଟି ରଖନ୍ତି ମୋଦି ସରକାର ।

• ଯଦି ଆପଣ କନଫର୍ମ ଟିକେଟରେ ଟ୍ରେନର ନିର୍ଦ୍ଧାରିତ ସମୟରୁ ୪୮ ଘଂଟା ପୂର୍ବରୁ କ୍ୟାନସେଲ କରିଦିଅନ୍ତି ତେବେ ଏସି ଫାଷ୍ଟ କ୍ଲାସ/ଏକ୍ସିକ୍ୟୁଟିଭ କ୍ଲାସର ୨୪୦ ଟଙ୍କା ଚାର୍ଜ ଲାଗିବ । ସେହିପରି ସେକେଣ୍ଡ ଏସି ୨ ଟାୟର/ଫାଷ୍ଟ କ୍ଲାସ ପାଇଁ ୨୦୦ ଟଙ୍କା ଚାର୍ଜ ଲାଗିବ । ଏସି ୩ ଟାୟର/ଏସି ୩ ଇକୋନୋମି/ଏସି ଚେୟାର କାର ପାଇଁ ୧୮୦ ଟଙ୍କା ଚାର୍ଜ ଦେବାକୁ ପଡିବ । ସେହିପରି ସ୍ଲିପର କ୍ଲାସ ପାଇଁ ୧୨୦ ଟଙ୍କା ଏବଂ ସେକେଣ୍ଡ କ୍ଲାସ ପାଇଁ ୬୦ ଟଙ୍କା ଦେବାକୁ ପଡିବ । ତେବେ ଏହି ଚାର୍ଜ ପ୍ରତି ଯାତ୍ରୀ ହିସାବରେ ନିଆଯାଇଥାଏ ।

• ଟ୍ରେନ ଆସିବା ସମୟର ୪୮ ଘଂଟାରୁ ଆରମ୍ଭ କରି ୧୨ ଘଂଟା ମଧ୍ୟରେ ଟିକେଟ କ୍ୟାନସେଲ କରିବା ଉପରେ ଟିକେଟର ୨୫ ପ୍ରତିଶତ ଚାର୍ଜ ଲାଗିଥାଏ । ମାତ୍ର ଏଥିରେ ଏକ ସର୍ତ୍ତ ରହିଛି କି, ଏହି ୨୫ ପ୍ରତିଶତ କିମ୍ବା ୪୮ ଘଂଟା ପର୍ଯ୍ୟନ୍ତ ଚାର୍ଜରୁ ଯେଉଁ ଅଧିକ ହେବ ସେହି ଚାର୍ଜ ଲାଗିବ ।

• ଟ୍ରେନ ଆସିବା ସମୟରୁ ଆରମ୍ଭ କରି ୧୨ ଘଂଟାରୁ ୪ ଘଂଟା ମଧ୍ୟରେ ଟିକେଟ୍ କ୍ୟାନସେଲ କରିବା ଉପରେ ଟିକେଟର ୫୦ ପ୍ରତିଶତ ଚାର୍ଜ ଲାଗିଥାଏ । ଏଥିରେ ମଧ୍ୟ ଗୋଟିଏ ସର୍ତ୍ତ ରହିଛି ଆଉ ସେ ହେଲା, ୫୦ ପ୍ରତିଶତ କିମ୍ବା ୪୮ ମଧ୍ୟରେ ଟିକେଟ କ୍ୟାନସେଲ କରିବା ଉପରେ ଲାଗୁଥିବା ଚାର୍ଜ ମଧ୍ୟରୁ ଯାହାବି  ଅଧିକ ହେବ ସେହି ଚାର୍ଜ ଲାଗୁହେବ ।

• ଯଦି କେହି ଟ୍ରେନର ନିର୍ଦ୍ଧାରିତ ସମୟର ୪ ଘଂଟା ପୂର୍ବରୁ ଟିକେଟକୁ କ୍ୟାନସେଲ କରିଥାନ୍ତି ତେବେ ତାଙ୍କୁ କୌଣସି ଟଙ୍କା ଫେରସ୍ତ ମିଳିବ ନାହିଁ ।

• ଆରଏସି ଟିକେଟ କ୍ୟାନସେଲ କରିବା ପାଇଁ ଟ୍ରେନର ଡିପାର୍ଚର ଟାଇମରୁ ୩୦ ମିନିଟ ମଧ୍ୟରେ ଟିକେଟ କ୍ୟାନସେଲ କରିବା ଉପରେ କ୍ୟାନସଲେସନ ଚାର୍ଜ କଟିବା ପରେ ରିଫଣ୍ଡ ଫେରସ୍ତ ମିଳିଯିବ ।

• ଯଦି ଆପଣଙ୍କ ନିକଟରେ ଇ-ଟିକେଟ ରହିଛି ଏବଂ ଯଦି ଟ୍ରେନ କ୍ୟାନସେଲ ହୋଇଯାଏ ତେବେ ଏଥିପାଇଁ ଟିଡିଆର (ଟିକେଟ ଡିପୋଜିଟ ରିସିପ୍ଟ) ଫାଇଲ କରିବାର ଆବଶ୍ୟକତା ନାହିଁ । ଆପଣଙ୍କର ରିଫଣ୍ଡ ଆପଣା ଛାଏଁ ଆକାଉଂଟରେ ଆସିଯିବ । ସେହିପରି କାଉଂଟର ଟିକେଟର ରିଫଣ୍ଡ କାଉଂଟରରୁ ହିଁ ମିଳିଯିବ ।

• ଯଦି ଟ୍ରେନ ନିଜର ନିର୍ଦ୍ଧାରିତ ସମୟର ୩ ଘଂଟାରୁ ଅଧିକ ବିଳମ୍ବରେ ଆସେ ଏବଂ ଆପଣ ସେଥିରେ ଯାତ୍ରା କରିବାକୁ ଚାହୁଁ ନାହାନ୍ତି ତେବେ ଆପଣଙ୍କୁ ଟିକେଟର ପୁରା ଟଙ୍କା ଫେରସ୍ତ ମିଳିବ ।

• ଯଦି ଆପଣଙ୍କ ନିକଟରେ ଇ-ଟିକେଟ ରହିଛି ଏବଂ ଆପଣ ୱେଟିଂରେ ଅଛନ୍ତି । ତେବେ ଆପଣ ସେଥିରେ ଯାତ୍ରା କରିନପାରନ୍ତି । କାରଣ ଯଦି ଆପଣ ୱେଟିଂରେ ଇ-ଟିକେଟ ନେଇ ଯାତ୍ରା କରିବେ ତେବେ ଆପଣଙ୍କୁ ବିନା ଟିକେଟରେ ଯାତ୍ରା କରୁଛନ୍ତି ବୋଲି ଗ୍ରହଣ କରାଯିବ । ୱେଟିଂ ଥିବା ଇ-ଟିକେଟ ଆପଣା ଛାଏଁ କ୍ୟନସେଲ ହୋଇଯାଇଥାଏ ଏବଂ ତାର ଟଙ୍କା ସେହି ଆକାଉଂଟରେ କ୍ରେଡିଟ୍ ହୋଇଯାଇଥାଏ ଯେଉଁଥିରେ ଟିକେଟ ବୁକ୍ କରାଯାଇଥିଲା ।

• ନୂଆ ନିୟମ ଅନୁସାରେ, ଯଦି ଆପଣଙ୍କ ନିକଟରେ ତତକାଳର କନଫର୍ମ ଟିକେଟ ରହିଛି ଏବଂ ଟ୍ରେନ ୩ ଘଂଟାରୁ ଅଧିକ ବିଳମ୍ବରେ ଯାଉଛି ଏବଂ ଆପଣ ସେଥିରେ ଯାତ୍ରା କରିବାକୁ ଚାହୁଁନାହାଁନ୍ତି ତେବେ ଆପଣଙ୍କୁ ଏଥିପାଇଁ ଟିଡିଆର ଫାଇଲ କରିବାକୁ ପଡିବ । ସେହିପରି ଯଦି ଟ୍ରେନ କ୍ୟାନସେଲ ହୋଇଯାଏ ତେବେ କ୍ୟାନସେଲ ହେବା ପରେ ମଧ୍ୟ ଆପଣଙ୍କୁ ଟିଡିଆର ଫାଇଲ କରିବାକୁ ପଡିବ । ନଚେତ୍ ଆପଣଙ୍କୁ କୌଣସି ଟଙ୍କା ମିଳିବ ନାହିଁ ।

ସୌଜନ୍ୟ: ଜନସତ୍ତା