ରେଳ ମନ୍ତ୍ରାଳୟର ଐତିହାସିକ ନିଷ୍ପତି : ଏଣିକି ବିନା ଟିକେଟରେ ବି ଟ୍ରେନରେ ଯାତ୍ରା କରିପାରିବେ ମହିଳା

45

ମହିଳାଙ୍କ ସୁରକ୍ଷା ନେଇ ଭାରତୀୟ ରେଳ ମନ୍ତ୍ରାଳୟ ପକ୍ଷରୁ ଏଭଳି ଐତିହାସିକ ନିଷ୍ପତି ନିଆଯାଇଛି । ଟ୍ରେନରେ ଯାତ୍ରା ସମୟରେ ମହିଳାଙ୍କ ପ୍ରତି ଘଟୁଥିବା ବିଭିନ୍ନ ଅପରାଧକୁ ଦୃଷ୍ଟିରେ ରଖି ରେଲୱେ ବୋର୍ଡ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି । ଏହି ନିଷ୍ପତି ଅନୁସାରେ, ଏଣିକି ମହିଳାମାନେ ବିନା ଟିକେଟରେ ତଥା ଏକାକୀ ଟ୍ରେନରେ ଯାତ୍ରା କରୁଥିବା ମହିଳାଙ୍କୁ ଟିଟିଇ ଟ୍ରେନରୁ ଓହ୍ଲାଇଦେଇ ପାରିବେ ନାହିଁ । ତେବେ ରେଲୱେ ବୋର୍ଡ ତରଫରୁ ଏହି ନିଷ୍ପତି ପୂର୍ବରୁ ନିଆଯାଇସାରିଛି । ଯାହାକି ଖୁବ୍ ଶୀଘ୍ର ସମସ୍ତ ଷ୍ଟେସନରେ କାର୍ଯ୍ୟକାରୀ ହେବାକୁ ଯାଉଛି ।

୧୯୮୯ରେ ପ୍ରସ୍ତୁତ ହୋଇଥିଲା ଏହି ନିୟମ

ମହିଳାଙ୍କ ସୁରକ୍ଷା ପାଇଁ ଏହା ଏକ ବଡ ନିଷ୍ପତି । ଏକାକୀ ଟ୍ରେନରେ ଯାତ୍ରା କରୁଥିବା ମହିଳାଙ୍କ ସହ କୌଣସି ବି ପ୍ରକାରର ଅଘଟଣ ଘଟିପାରେ । ତେଣୁ ଏହାକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରାଳୟ ତରଫରୁ ଏଭଳି ଏକ ନିଷ୍ପତି ନିଆଯାଇଛି । ଏଠାରେ ଆମେ କହି ରଖୁଛୁ କି, ମହିଳାଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ରେଳ ମନ୍ତ୍ରାଳୟ ୧୯୮୯ରେ ଏକ ନିୟମ ପ୍ରସ୍ତୁତ କରିଥିଲା । ଯେଉଁଥିରେ କୌଣସି ଏକାକୀ ମହିଳାଙ୍କୁ ଟ୍ରେନରୁ ଓହ୍ଲାଇଦେବା ଦ୍ୱାରା ତାଙ୍କ ସହ କୌଣସି ଦୁର୍ଘଟଣା ଘଟିପାରେ । ତେଣୁ ଯଦି କୌଣସି ମହିଳା ଟ୍ରେନରେ ଏକାକୀ ଯାତ୍ରା କରୁଛନ୍ତି ଏବଂ ସେ କୌଣସି କାରଣରୁ ଟିକେଟ୍ କରିପାରିନାହାଁନ୍ତି ତେବେ ଟିଟିଇ ତାଙ୍କୁ ଟିକେଟ କରିନଥିବା କାରଣରୁ ଟ୍ରେନରୁ ଓହ୍ଲାଇଦେଇପାରିବେ ନାହିଁ । ମାତ୍ରା ଦୁର୍ଭାଗ୍ୟର କଥା ହେଲା, ଏହି ନିୟମ କେବେଠାରୁ ଆରମ୍ଭ ହୋଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରିନଥିଲା ।

ରେଲୱେ ନିୟମ ଅନୁସାରେ, ରିଜର୍ଭ କୋଚରେ ୱେଟିଂ ତାଲିକାରେ ନାଁ ଥିଲେ ବି ମହିଳାଙ୍କୁ ଟ୍ରେନରୁ ଓହ୍ଲାଇ ଦିଆଯାଇପାରିବ ନାହିଁ । ଏହାବ୍ୟତୀତ, ସେ ଯଦି ସ୍ଲିପର ଟିକେଟ ନେଇ ଏସି-୩ ରେ ଯାତ୍ରା କରୁଛନ୍ତି ତେବେ ବି ଟିଟିଇ ତାଙ୍କୁ ସ୍ଲିପରରେ ଯିବାକୁ କେବଳ ଅନୁରୋଧ କରିପାରିବେ । ତାଙ୍କୁ କେବଳ ଜିଲ୍ଲା ମୁଖ୍ୟାଳୟ ଷ୍ଟେସନରେ ଓହ୍ଲାଇ ଦିଆଯାଇପାରିବ । କିନ୍ତୁ ତା ପୂର୍ବରୁ କଂଟ୍ରୋଲ ରୁମକୁ ଏନେଇ ସୂଚନା ଦେବାକୁ ପଡିବ । ଏହାପରେ ଟ୍ରେନରୁ ତାଙ୍କୁ ଓହ୍ଲାଇ ଦିଆଯାଇ ଟିକେଟ୍ ସହିତ ଜିଆରପିର ମହିଳା କନେଷ୍ଟବଳଙ୍କୁ ଦାୟିତ୍ୱ ରହିବ କି ସେ ତାଙ୍କୁ ଏକ ସୁରକ୍ଷିତ ସିଟରେ ବସାଇବେ ।