ଜନତା ଦରବାରରେ ଖିଲାପି ପୁଲିସ ! ଏଣିକି ନିୟମ ଭାଙ୍ଗୁଥିବା ପୁଲିସବାବୁଙ୍କୁ ଧୂଳି ଚଟାଇବେ ଜନତା, ଜାଣନ୍ତୁ ଆପଣଙ୍କ ଅଧିକାର

49

ସାଧାରଣତଃ ଟ୍ରାଫିକ ପୋଲିସ ନିୟମ ଭାଙ୍ଗୁଥିବା ବ୍ୟକ୍ତିବିଶେଷଙ୍କୁ ଦଣ୍ଡ ଦେବା ସହିତ ଲୋକଙ୍କୁ ସଚେତନ ମଧ୍ୟ କରିଥାନ୍ତି । କିନ୍ତୁ ଏସବୁ ମଧ୍ୟରେ ପୁଲିସ ବିଭାଗର ହିଁ କିଛି ଏଭଳି ବ୍ୟକ୍ତିବିଶେଷ ରହିଛନ୍ତି ଯେଉଁମାନେ କି, ଅନ୍ୟକୁ ନିୟମ ଶିଖାଇବେ କଣ ବରଂ ନିଜେ ହିଁ ନିୟମକୁ ଖୋଲା ଖୋଲି ଭାବରେ ଉଲଘଂନ କରିବାକୁ ବି ପଛାଇନଥାନ୍ତି । କେଉଁଠି କୌଣସି ପୋଲିସ କର୍ମୀ ବିନା ହେଲମେଟରେ ବାଇକ ଚଲାଇଲେଣି ତ ପୁଣି କେଉଁଠି କେହି ଭୁଲ ରାସ୍ତାରେ ତଥା ରଙ୍ଗ ସାଇଟରେ ବାଇକ ଚଲାଉଥିବାର ନଜୀର ରହିଛି । ତେବେ ଏଭଳି ପରିସ୍ଥିତିରେ ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଉଠିଥିବ କି, ଅନ୍ୟଙ୍କୁ ନିୟମର ପାଠ ପଢାଉଥିବା ପୁଲିସବାବୁ ନିଜେ ନିୟମ ପାଳନ କରିବାରେ ଏତେ ପଛଘୁଂଚା କାହିଁକି ଦେଉଛନ୍ତି ?

ଗୋଟିଏ ପଟରେ ଯେଉଁଠି ସାଧାରଣ ଜନତାଙ୍କର ଟ୍ରାଫିକ ନିୟମ ଭାଙ୍ଗିବା ଉପରେ ଚାଲାଣ କଟାଯାଉଥିବା ବେଳେ ସେହିପରି ଅନ୍ୟ ପଟରେ ଖୋଦ ନିୟମକର୍ତ୍ତା ଖୋଲାଖୋଲି ଭାବରେ ନିୟମ ଭାଙ୍ଗି ଆହାମରେ ଖସି ପଳାଉଛନ୍ତି ଆଉ ଆମେ ଭକୁଆଙ୍କ ପରି ତାଙ୍କୁ ଖାଲି ଦେଖୁଥାଉ କିଛି ବି କହିବା ତ ଦୁରର କଥା ମୁହଁ ଖୋଲି ପାଟି ବି କରିପାରିନଥାଉ । ବଡ କଥା ହେଲା, ଏମାନଙ୍କ ବିରୋଧରେ କୌଣସି ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥାଏ । । ତେଣୁ ଯଦି ଆପଣଙ୍କ ମନରେ ଏଭଳି କୌଣସି ଚିନ୍ତାଧାରା ରହିଛି କି ଆମ ନିକଟରେ ଏଭଳି ପୁଲିସକର୍ମୀଙ୍କ ବିରୋଧରେ କିଛି ବି କାର୍ଯ୍ୟାନୁଷ୍ଠାନ ନେବାର ଅଧିକାର ନାହିଁ, ତେବେ ଆପଣଙ୍କୁ ଏଠାରେ ଆମେ କହି ରଖୁୁଛୁ କି, ଏଣିକି ଆପଣ ବି ଏଭଳି ନିୟମ ଭାଙ୍ଗୁଥିବା ପୁଲିସ କର୍ମୀଙ୍କୁ ଆଇନର ପାଠ ପଢାଇପାରିବେ । ତେବେ କିପରି ଆସନ୍ତୁ ଜାଣିବା ।

ପ୍ରଥମ କଥା ହେଲା, ବର୍ତ୍ତମାନ ପୁଲିସ ସହ ଜଡିତ ଏକ ସଂଗଠନ ପ୍ରସ୍ତୁତ କରାଯାଇଛି । ଯାହାର ନଁ ରଖାଯାଇଛି “ଇଣ୍ଡିଆନ ପୁଲିସ୍ ଫାଉଣ୍ଡେସନ” । ଏହା ଏଭଳି ଏକ ସାଇଟ, ଯେଉଁଠି ଆପଣ ପୁଲିସବାବୁମାନେ ନିୟନ ଭାଙ୍ଗୁଥିବାର ଫଟୋକୁ ଏଥିରେ ପୋଷ୍ଟ କରିପାରିବେ ଆଉ ଏହାଦ୍ୱାରା ଆପଣ ପୁଲିସବାବୁଙ୍କୁ ଆଇନା ଦେଖାଇପାରିବେ । ଯାହାଦ୍ୱାରା ପୁଲିସ୍ ନିଜର ଭୁଲକୁ ସଂଶୋଧନ କରିପାରିବେ । ତେବେ ଇଣ୍ଡିଆନ ପୁଲିସ ଫାଉଣ୍ଡେସନ ଜନତାଙ୍କୁ ଏକ ଫଟୋ ପୋଷ୍ଟ କରି ସ୍ପଷ୍ଟ କରିଛି କି, ନିୟମ ଭାଙ୍ଗୁଥିବା ପୁଲିସକର୍ମୀଙ୍କ ଫଟୋ କିମ୍ବା ଯଦି କୌଣସି ପୁଲିସ କର୍ମୀ ବିନା ଦୋଷରେ କାହାକୁ ହଇରାଣ କରୁଥିବାର ଘଟଣା ସାମ୍ନାକୁ ଆସେ ତେବେ ଆପଣ ଆପଣଙ୍କ ଅଭିଯୋଗ ଏଠାରେ ପଠାଇପାରିବେ । ଏଥିସହିତ ସଡକ ସୁରକ୍ଷା ନେଇ ଯଦି ଆପଣଙ୍କ ନିକଟରେ କିଛି ଭଲ ପରାମର୍ଶ ରହିଛି ତେବେ ତାକୁ ମଧ୍ୟ ଏଠାରେ ପଠାଇପାରିବେ । ତେବେ ଇଣ୍ଡିଆ ପୁଲିସ ଫାଉଣ୍ଡେସନ ପକ୍ଷରୁ ଜାରି ହୋଇଥିବା ଏହି ଫଟୋ ସହିତ ଏକ ହ୍ୟାସଟ୍ୟାଗ ଏବଂ ମେସେଜ ମଧ୍ୟ ପୋଷ୍ଟ କରାଯାଇଛି । ହ୍ୟାସଟ୍ୟାଗ #Brokenwindowswithin ଆଉ ଏହାର ଅର୍ଥ ହେଲା, ପୁଲିସ ପ୍ରଶାସନକୁ ଆଇନା ଦେଖାଇ ସେମାନେ କରିଥିବା ଭୁଲକୁ ସୁଧାରନ୍ତୁ । ତେବେ ଖାଲି ଏହା ଦେଖିବାକୁ ବାକି ରହିଛି କି, କେତେ ଲୋକ ନିୟମ ଭାଙ୍ଗୁଥିବା ପୁଲିସବାବୁଙ୍କର ଫଟୋ ପୋଷ୍ଟ କରିବାର ଦାୟିତ୍ୱ ନେଉଛନ୍ତି ।